ମାୟା ରେ ଅଭିନୟ କରୁଥିବା ନାଗେଶ ଙ୍କ ପରିବାରରେ କିଏ କିଏ ଅଛନ୍ତି, ଆଗରୁ କେବେ ଦେଖି ନଥିବେ, ଦେଖନ୍ତୁ ….

ନମସ୍କାର ବନ୍ଧୁଗଣ । ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ଆପଣମାନେ ତ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ମାୟା ଧାରାବାହିକ ନିଶ୍ଚୟ ଦେଖୁଥିବେ । ଯଦି ଆପଣ ତାହା ଦେଖନ୍ତି ତେବେ ସେଥିରେ ଅଭିନୟ କରିଥିବା ନାଗେଶ ଭୂମିକା କୁ ନିଶ୍ଚୟ ଜାଣିଥିବେ । ନାଗେଶ ଙ୍କର ପ୍ରକୃତ ନାମ ହେଉଛି ମାନସ, ଓ ନାଗେଶ ବାରିପଦାର ଅଟନ୍ତି । ସେ ଏବେ ଶୁଟିଙ୍ଗ କାମ ପାଇଁ ଭୁବନେଶ୍ଵର ରେ ରହୁଛନ୍ତି ଓ ଭୁବନେଶ୍ଵରରୁ ହିଁ ଶୁଟିଙ୍ଗ ପାଇଁ ଯାଉଛନ୍ତି । ଭୁବନେଶ୍ବରର ଏକ ଆପାର୍ଟମେଣ୍ଟ ରେ ସେ ଏବେ ଭଡା ନେଇ ରହୁଛନ୍ତି ।

ନାଗେଶ ଗ୍ରାଜୁଏସନ ପରେ ଦିଲ୍ଲୀ ଚାଲି ଯାଇଥିଲେ ଚାକିରି ପାଇଁ । ନାଗେଶ ତାଙ୍କ ପରିବାରରେ ସମସ୍ତଙ୍କ ଠାରୁ ସାନ ଅଟନ୍ତି । ନାଗେଶ ଙ୍କ ପରିବାରରେ ୫ ଭାଇ ଭଉଣୀ ଏବଂ ନାଗେଶ ସବୁଠାରୁ ଗେଲ୍ହା ଓ ସାନ ପୁଅ ଅଟନ୍ତି । ନାଗେଶ ଦିଲ୍ଲୀ ଯାଇ ସେଠାରେ ମଧ୍ୟ ଅଡିସନ ଦେଇଥିଲେ କିନ୍ତୁ ବାରମ୍ବାର ରିଜେକ୍ସନ ପରେ ଶେଷରେ ଦିଲ୍ଲୀ ରୁ ଚାଲି ଆସିଥିଲେ ଓଡିଶା ଓ ତାଙ୍କୁ ଟାଣି ଆଣିଥିଲା ଏଣ୍ଟରଟେନମେଣ୍ଟ ଦୁନିଆ ।

ଶେଷରେ ନାଗେଶ ବନି ଯାଇଥିଲେ ମାୟାର ହୀରୋ ଏବଂ ଅଡିସନ ଦେଇ ସିଲେକ୍ସନ ହୋଇ ଯାଇଥିଲେ ମାୟା ପାଇଁ । ଗୋଟେ ପରେ ଗୋଟେ ଧାରାବାହିକରେ ସେ ଅଭିନୟ କରିଛନ୍ତି କିନ୍ତୁ କୌଣସି ଧାରାବାହିକରେ ଲୀଡ ନାୟକ ଭାବେ ସେ ନଜର ଆସି ନଥିଲେ । ମାୟା ଧାରାବାହିକ ରେ ପ୍ରଥମ ଥର ସେ ଲୀଡ ନାୟକ ଭାବେ ନଜର ଆସିଲେ ।

ନାଗେଶଙ୍କର ମଧ୍ୟ ଡ୍ୟାନ୍ସ ପ୍ରତି ଦୁର୍ବଳତା ରହିଛି । ସେ ଡ୍ୟାନ୍ସ କରିବା ପାଇଁ ଭଲ ପାଆନ୍ତି ଓ ଦିଲ୍ଲୀ ରୁ ଫେରିବା ପରେ ସେ କୁହନ୍ତି ଯେ ସେ ପ୍ରଥମେ ଡ୍ୟାନ୍ସ କ୍ଳାସ ରେ ଯୋଗ ଦେଇଥିଲେ ଓ ଏଣ୍ଟରଟେନମେଣ୍ଟ ଦୁନିଆରେ ସେ ଏଣ୍ଟ୍ରି କରିବାକୁ ଚାହିଁଥିଲେ କିନ୍ତୁ କେଉଁ ଅବତାରରେ ସେ ଏଣ୍ଟ୍ରି କରିବେ ତାହା ତାଙ୍କୁ ଜଣା ନଥିଲା ।

ଗ୍ରାଜୁଏସନ ପରେ ଦିଲ୍ଲୀ ଚାଲି ଯାଇଥିଲେ ଚାକିରି କରିବା ପାଇଁ । ଚାକିରି ରେ ମନ ନ ଲାଗିବାରୁ ପୁଣି ଓଡିଶା ଫେରି ଆସିଥିଲେ ଏବଂ ଓଡିଶା ଫେରି ଆସି ଏଣ୍ଟରଟେନମେଣ୍ଟ ଦୁନିଆରେ କିଛି କରି ଦେଖାଇବେ ବୋଲି ସେ ଆଶା କରିଥିଲେ ଓ ଶେଷରେ ସେ ଅନେକ ଓଡିଆ ଧାରାବାହିକ ରେ ସାଇଡ ରୋଲ ରେ ନଜର ଆସିଥିଲେ ।

ତେବେ ତାଙ୍କୁ ମାୟା ରେ ଲୀଡ ରୋଲ ରେ ଅଭିନୟ କରିବାକୁ ସୁଯୋଗ ମିଳିଲା । ସେଥିପାଇଁ ସେ ଅଡିସନ ଦେଇଥିଲେ । ଅଡିସନ ରେ ସିଲେକ୍ସନ ହୋଇ ଶେଷରେ ନାଗେଶ ହୋଇଗଲେ ମାୟାର ହୀରୋ । ତେବେ ନାଗେଶ ଙ୍କ ଆକଟିଂ ଆପଣଙ୍କୁ କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *