ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ Pinky Pradhan ଙ୍କ ରିଅଲ ଲାଇଫ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଲିଉଡର ଲୋକପ୍ରିୟ ଅଭିନେତ୍ରୀ ପିଙ୍କି ପ୍ରଧାନ ।

ଆପଣ ମାନେ ସମସ୍ତେ ତାଙ୍କୁ ବହୁତ ଫିଲ୍ମ ଓ ଆଲବମରେ ନିଶ୍ଚୟ ଦେଖିଥିବେ । ସେ ନିଜ ଅଭିନୟ ଓ ନିଜ ସୁନ୍ଦରତା ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କ ପରିବାର ଓ ତାଙ୍କ ଜୀବନୀ ବିଷୟରେ ଜାଣିଛନ୍ତି ।


ଆଜି ଆମେ ଆପଣ ମାନଙ୍କୁ ପିଙ୍କି ପ୍ରଧାନଙ୍କ ପରିବାର ଓ ତାଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ପିଙ୍କିଙ୍କ ଅସଲ ନାମ ହେଉଛି ସସ୍ମିତା ପ୍ରଧାନ ଓ ତାଙ୍କ ଡାକ ନାମ ହେଉଛି ପିଙ୍କି ।

ପିଙ୍କି ୪ ମେରେ ଓଡିଶାର ଗଞ୍ଜାମ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ସ୍ଵାମୀଙ୍କ ନାମ ହେଉଛି ସବ୍ୟସାଚୀ ଦାସ । ବନ୍ଧୁଗଣ ପିଙ୍କି ତାଙ୍କ ମା, ବାପା ଓ ତାଙ୍କ ସ୍ଵାମୀଙ୍କ ସହ ରୁହନ୍ତି । ତାଙ୍କ ବାପା ଜଣେ ଏୟାରଫୋର୍ସ ଅଫିସର ଥିଲେ । ଏହା ବ୍ଯତୀତ ପିଙ୍କିଙ୍କ ବାପା ମଧ୍ୟ ଜଣେ ଗଜଲ୍ ଗାୟକ ଓ ଲେଖକ । ଏହା ସହିତ ବନ୍ଧୁଗଣ ପିଙ୍କିଙ୍କର ଜଣେ ବଡ ଭଉଣୀ ଓ ତାଙ୍କର ଭାଣିଜୀ ମଧ୍ୟ ତାଙ୍କ ପରିବାରରେ ଅଛନ୍ତି ।

ବନ୍ଧୁଗଣ ପିଙ୍କିଙ୍କର ପାଠ ପଢା ଭୁବନେଶ୍ବରର ଉତ୍କଳ ୟୁନିଭରସିଟିରେ ପୂରଣ କରିଛନ୍ତି । ପିଙ୍କି ବର୍ତ୍ତମାନ ଭାରତ ଜନତା ପାର୍ଟିର ଅଧିକାରୀ ଅଟନ୍ତି । ବନ୍ଧୁଗଣ ପିଙ୍କି ଏକା ଧାରାରେ ଜଣେ ଅଭିନେତ୍ରୀ, ଉପସ୍ଥାପିକା, କଣ୍ଠଶିଳ୍ପୀ ଓ ଜଣେ ମଡେଲ ଅଟନ୍ତି । ସେ ନିଜ ଅଭିନୟ କାରିୟରର ଆରମ୍ଭ ପ୍ରଥମେ ଓଡିଆ ଆଲବମ ଗୀତରୁ କରିଥିଲେ । ସେ କେତେକ ଆଲବମରେ ଗୀତ ମଧ୍ୟ ଗାଇଛନ୍ତି ।

ଏହା ସହିତ ବନ୍ଧୁଗଣ ସେ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ବନ୍ଧୁଗଣ ପିଙ୍କି ଜଣେ ଭଲ ଅଭିନେତ୍ରୀ ସହ ଜଣେ ସୁ ଗୃହିଣୀ ମଧ୍ୟ ଅଟନ୍ତି । ତାଙ୍କର ସୁନ୍ଦରତା ଓ ଅଭିନୟକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି  । ହେଲେ ବନ୍ଧୁଗଣ ସେ ବହୁତ ଦିନ ହେବ କୌଣସି ଓଡିଆ ଫିଲ୍ମରେ ନଜର ଆସିନାହାନ୍ତି । କାରଣ ସେ ବର୍ତ୍ତମାନ ନିଜର ବୈବାହିକ ଜୀବନ ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପିଙ୍କି ପ୍ରଧାନ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଯଦି ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥାଏ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *