ଜାଣନ୍ତୁ South ର ଟପ 10 ହୀରୋ ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ନିଅନ୍ତି, ଦେଖନ୍ତୁ ନମ୍ବର 1 ରେ ଅଛି କିଏ ?

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକ ମାନଙ୍କ ପାଖରେ ବଲିଉଡ ଅପେକ୍ଷା ସାଉଥ ଜଗତର ସିନେମା କୁ ଅଧିକ ପସନ୍ଦ କରୁଛନ୍ତି । ଏବଂ ସାଉଥ ର ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଅଧିକ ପସନ୍ଦ କରନ୍ତି । ଏବଂ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା କୁ କେବେବି ମିସ କରନ୍ତି ନାହିଁ । ସାଉଥ ରେ ଅନେକ ବଲିଉଡ କଳାକାର ମଧ୍ୟ କାମ କରିବାକୁ ଇଚ୍ଛା ପ୍ରକାଶ କରନ୍ତି । ତେବେ ଆଜି ଆମେ ସାଉଥ ଜଗତ ର ଅଭିନୟ କରୁଥିବା ଅଭିନେତା ମାନେ ନିଜର ଗୋଟିଏ ସିନେମା ରେ କାମ କରିବା ପାଇଁ କେତେ ଟଙ୍କା ନିଅନ୍ତି ସେ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିନେବା ସେମାନଙ୍କ ବିଷୟରେ ।

୧- ପ୍ରଥମ ଅଭିନେତା ହେଉଛନ୍ତି ନିତିନ । ନିତିନ ସାଉଥ ଜଗତର ଜଣେ ସୁପର ହିଟ ଅଭିନେତା । ତାଙ୍କୁ ରୋମାଣ୍ଟିକ କିଙ୍ଗ ମଧ୍ୟ କୁହାଯାଏ । ସେ ଅନେକ ସିନେମା ରେ କାମ କରିଛନ୍ତି । ଏବଂ ଏବେ ତାଂକୁ କୌଣସି ପରିଚୟ ର ଆବଶ୍ୟକତା ନାହିଁ । ସେ ଗୋଟିଏ ସିନେମା କରିବା ପାଇଁ ୮ କୋଟି ନେଇ ଥାଆନ୍ତି ।

୨- ଦ୍ୱିତୀୟ ରେ ହେଉଛନ୍ତି ନାଗା ଚତନ୍ୟ । ସେ ସାଉଥ ର ସୁପର ଷ୍ଟାର ନାଗାର୍ଜୁନ ଙ୍କ ପୁତ୍ର । ସେ ନିଜ ସୁନ୍ଦର ଅଭିନୟ ରେ ସମସ୍ତ ଙ୍କ ହୃଦୟ ରେ ଘର କରିବାରେ ସଫଳ ହୋଇ ଥିଲେ । ସେ ଗୋଟିଏ ସିନେମା କରିବା ପାଇଁ ସେ ୮ କୋଟି ଟଙ୍କା ନେଇଥାନ୍ତି ।

୩- ତୃତୀୟ ରେ ହେଉଛନ୍ତି ନାନୀ । ସେ ମଧ୍ୟ ସାଉଥ କୁ ଅନେକ ସଫଳ ସିନେମା ପ୍ରଦାନ କରିଛନ୍ତି ଏବଂ ନିଜେ ମଧ୍ୟ ସଫଳ ହୋଇ ପାରିଛନ୍ତି । ସେ ନିଜର ଗୋଟିଏ ସିନେମା କରିବା ପାଇଁ ୧୦ କୋଟି ଟଙ୍କା ନେଇ ଥାନ୍ତି ।

୪- ଚତୁର୍ଥ ରେ ହେଉଛି ରବି ତେଜା । ତାଙ୍କୁ ସାଉଥ ର ଆକ୍ସନ ହିରୋ ମଧ୍ୟ କୁହାଯାଏ । ସେ ସାଉଥ ଜଗତକୁ ଅନେକ ସିନେମା ପ୍ରଦାନ କରିଛନ୍ତି । ସେ ଗୋଟିଏ ସିନେମା ରେ କାମ କରିବା ପାଇଁ ୧୦ କୋଟି ଟଙ୍କା ନେଇଥାନ୍ତି ।

୫- ପଞ୍ଚମ ଅଭିନେତା ହେଉଛନ୍ତି ବିଜୟ ଦେବରକୋଣ୍ଡା । ସେ ବହୁତ ଅଳ୍ପ ଦିନରେ ସାଉଥ ଜଗତରେ ସଫଳତା ପାଇଁ ପାରିଛନ୍ତି । ସେ ଗୋଟିଏ ସିନେମା ରେ କାମ କରିବା ପାଇଁ ସେ ୧୦ କୋଟି ଟଙ୍କା ନେଇଥାନ୍ତି ।

୬- ଷଷ୍ଠ ରେ ହେଉଛନ୍ତି ସୂର୍ଯ୍ୟ । ସେ ସାଉଥ ର ସୁପର ଷ୍ଟାର ଏବଂ ସିଙ୍ଗମ ଭାବେ ପରିଚିତ । ସେ ଅନେକ ସଫଳ ସିନେମା ପ୍ରଦାନ କରିଛନ୍ତି । ସେ ଗୋଟିଏ ସିନେମା ପାଇଁ ୨୫ କୋଟି ଟଙ୍କା ନେଇ ଥାନ୍ତି ।

୭- ସପ୍ତମ ରେ ହେଉଛନ୍ତି ଅଲ୍ଲୁ ଅର୍ଜୁନ । ଅଲ୍ଲୁ ଅର୍ଜୁନଙ୍କୁ କିଏ ନ ଜାଣେ । ସେ ସାଉଥ ର ସବୁଠାରୁ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତା । ତାଙ୍କ ର ଗୋଟିଏ ଝଲକ ପାଇଁ ଲୋକମାନେ ପାଗଳ ହୋଇ ଯାଆନ୍ତି । ସେ ଗୋଟିଏ ସିନେମା କରିବା ପାଇଁ ୨୫ କୋଟି ଟଙ୍କା ନେଇଥାନ୍ତି ।

୮- ଅଷ୍ଟମ ରେ ହେଉଛନ୍ତି ଜୁନିୟର ଏନ ଟି ଆର । ସେ ସାଉଥ ର ଜଣେ ସଫଳ ଅଭିନେତା । ସେ ସାଉଥ କୁ ଅନେକ ସଫଳ ସିନେମା ପ୍ରଦାନ କରିଛନ୍ତି । ଏବଂ ଲୋକମାନେ ମଧ୍ୟ ଖୁବ ପସନ୍ଦ କରନ୍ତି ତାଙ୍କ ସିନେମା କୁ । ସେ ଗୋଟିଏ ସିନେମା ରେ କାମ କରିବା ପାଇଁ ୩୦ କୋଟି ଟଙ୍କା ନେଇଥାନ୍ତି ।

୯- ନବମ ରେ ହେଉଛନ୍ତି ରାମ ଚରଣ । ସେ ସାଉଥ ର ସୁପରଷ୍ଟାର ଚିରଞ୍ଜିବୀ ଙ୍କ ପୁଅ । ସେ ମଧ୍ୟ ନିଜ ଯୋଗ୍ୟତା ଏବଂ ଅଭିନୟ ରେ ସଫଳତା ହାସଲ କରିଛନ୍ତି । ସେ ଗୋଟିଏ ସିନେମାରେ କାମ କରିବା ପାଇଁ ୩୦ ରୁ ୩୫ କୋଟି ଟଙ୍କା ନେଇଥାନ୍ତି ।

୧୦- ଦଶମ ରେ ହେଉଛନ୍ତି ମହେଶ ବାବୁ । ସାଉଥ ର ସବୁଠାରୁ ସାଧାରଣ ଏବଂ ଶାନ୍ତ ଅଭିନେତା । ଏବଂ ସାଉଥ କୁ ସେ ଅନେକ୍ ହିଟ ସିନେମା ଦେଇଛନ୍ତି । ଏବଂ ତାଙ୍କ ପ୍ରଶଂସକ ମଧ୍ୟ ବହୁତ ଅଛନ୍ତି । ଏବଂ ତାଙ୍କ ଅଭିନୟ ଏବଂ ସିନେମା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ସେ ଗୋଟିଏ ସିନେମା ରେ ଅଭିନୟ କରିବା ପାଇଁ ୪୫ ରୁ ୫୦ କୋଟି ଟଙ୍କା ନେଇଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *