ପ୍ରଥମ ଥର ଦେଖନ୍ତୁ Mahashweta Ray ଙ୍କ ଫ୍ୟାମିଲି ଆଲବମ ଆଗରୁ କେବେ ବି ଦେଖି ନଥିବେ

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଫ୍ରେଣ୍ଡ୍ସ ଆପଣ ମାନେ ମହାଶ୍ଵେତା ରାୟ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ସେ ଓଡିଆ ସିନେ ଇଣ୍ଡଷ୍ଟ୍ରି ର ଜଣେ ଆଗ ଧାଡିର ନାୟିକା । ବର୍ତ୍ତମାନ ମହାଶ୍ଵେତା ରାୟ କଣ କରୁଛନ୍ତି ଓ ତାଙ୍କ ପରିବାରରେ କିଏ କିଏ ଅଛନ୍ତି ଆପଣ ମାନେ ଜାଣିଛନ୍ତି କି ? ଯଦି ଜାଣି ନାହାଁନ୍ତି ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନେ ମହାଶ୍ଵେତା ରାୟ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଆକଟିଂ ବି ବେଶ ଭଲ ଭାବରେ ଦେଖିଥିବେ । ମହାଶ୍ଵେତା 2 ଜୁଲାଇ1962 ମସିହାରେ ଜନ୍ମ ହୋଇଥିଲେ । ତାଙ୍କର ଜନ୍ମ ସ୍ଥାନ ହେଉଛି ପୁରୀ । ତାଙ୍କ ସ୍ବାମୀଙ୍କ ନାମ ହେଉଛି ଶିରୀଶ ରାଉର ରାୟ । 1976 ମସିହାରେ ମହାଶ୍ଵେତା ରାୟଙ୍କ ଅଭିନୟର ଜୀବନୀ ଆରମ୍ଭ ହୋଇଥିଲା । ସେ ସେହି ସମୟରେ ପ୍ରଥମ ଓଡିଆ ସିନେମା ଶେଷ ଶ୍ରାବଣରେ ଅଭିନୟ କରିଥିଲେ ।

ଏହି ଫିଲ୍ମରେ ସେ ବହୁତ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ । ଏହା ପରେ ସେ ଫିଲ୍ମ ପ୍ରିୟତମା, ଶଙ୍ଖ ମହୁରି, ସତୀ ଅନୁସୟା, ପ୍ରଣାମ ଖାରେଡୁ, ଏ ନୁହେଁ କାହାଣୀ, ହୀରା ମୋତି ମାଣିକ୍ୟ ଓ ଝୁମୁକା ଆଦି ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ଦର୍ଶକ ମାନେ ତାଙ୍କର ଫିଲ୍ମ ଓ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ପସନ୍ଦ କରୁଥିଲେ । ଏହା ପରେ ସେ ୧୯୭୮ ଓ ୧୯୭୯ ମସିହାରେ ନିଝୁମ ରାତିର ସାଥି, ବଳିଦାନ, ଜନ୍ମଦାତା ଓ ଝିଲ୍ମିକ ଆଦି ସୁପର ହିଟ ଫିଲ୍ମରେ ଅଭିନୟ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଥିଲେ । ବନ୍ଧୁଗଣ ସେ ଓଡିଆ ଫିଲ୍ମ ବ୍ଯତୀତ କେତେକ ବଙ୍ଗାଳୀ ଫିଲ୍ମରେ ମଧ୍ୟ କାମ କରି ଲୋକପ୍ରିୟ ହୋଇ ପାରିଛନ୍ତି ।

ବର୍ତ୍ତମାନ ମଧ୍ୟ ସେ କିଛିଟା ଓଡିଆ ଫିଲ୍ମରେ ନିଜ ଅଭିନୟର ଝଲକ ଦେଖାଉଛନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ତରଫରୁ ସେ ବହୁତ ଆୱାର୍ଡର ଅଧିକାରୀ ହୋଇଛନ୍ତି । ମହେଶ୍ଵତାଙ୍କ ସୁନ୍ଦର ଅଭିନୟ ଓ ଆକର୍ଷିତ ଲୁକକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି ।

ସେ ଏହି ଓଲିଉଡ ଜଗତରେ ବହୁତ କଷ୍ଟ କରି ସାରା ଓଡିଶାରେ ନିଜର ଏକ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ମହାଶ୍ଵେତା ରାୟ କେମିତି ଲାଗନ୍ତି ଆମ କମେନ୍ଟ ନିଶ୍ଚୟ କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *