ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।
ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି ।
ଏହି ପରି ଏକ ସଙ୍କଟପୂର୍ଣ୍ଣ ସମୟ ରେ ଓଡିଶା ର ଭୀମସାର ମେଡିକାଲ କଲେଜ ରେ କରୋନା ଦ୍ଵାରା ଆକ୍ରାନ୍ତ ହୋଇଥିବା ଜଣେ ନର୍ସ କରୋନା ନିମନ୍ତେ ଦିଆଯାଉଥିବା ଔଷଧ ସମ୍ପର୍କରେ ଏକ ବଡ଼ ଖୁଲାସା କରିଛନ୍ତି । ତେବେ ଆସନ୍ତୁ ଏହି ବିଷୟ ରେ ଅଧିକ କିଛି ଜାଣିବା ।
ବନ୍ଧୁଗଣ ଓଡିଶା ର ଭୀମସାର ମେଡିକାଲ ଓ କଲେଜ ରେ କରୋନା ଆକ୍ରାନ୍ତ ଙ୍କୁ ମନ ଇଛା ଇଂଜେକସନ ଦିଆଯାଉଛି ବୋଲି ବର୍ତ୍ତମାନ ସମୟ ରେ ଶୁଣିବାକୁ ମିଳୁଛି । ବର୍ତ୍ତମାନ ଭୀମସାର ମେଡିକାଲ ର ଏକ ଭିଡିଓ ମଧ୍ୟ ବହୁତ ଭାଇରାଲ ହେବାକୁ ଲାଗିଛି । ଏହି ଭିଡିଓ ରେ ଦେଖା ଯାଉଛି ଯେ ସେହି ମେଡିକାଲ ର ଜଣେ ନର୍ସ କରୋନା ଦ୍ଵାରା ଆକ୍ରାନ୍ତ ହେବା ପରେ ସେହି ମେଡିକାଲ ର କରୋନା ୱାର୍ଡ ର ୮ନମ୍ବର କେଭିନ ରେ ଭର୍ତି ହୋଇଥିଲେ ।
ଏହା ପରେ ସେ ଦେଖିଥିଲେ ଯେ ସେଠାରେ କାର୍ଯ୍ୟରତ ଥିବା କର୍ମଚାରୀ ଓ ଡାକ୍ତର ମାନେ ରୋଗୀ ଙ୍କୁ ମନ ଇଚ୍ଛା ଇଂଜେକସନ ଦେଉଛନ୍ତି । ଏହା ପରେ ସେ ଏହାକୁ ପ୍ରତିବାଦ କରିଥିଲେ ଓ ଫୋନ କରି ନିଜ ପରିବାର କୁ ମଧ୍ୟ ଜଣାଇଥିଲେ । ସେହି ନର୍ସ ଜଣଙ୍କ କାର୍ଡିଓଲୋଜି ବିଭାଗ ର ଇଂଚାର୍ଜ ଥିବା କଥା ମଧ୍ୟ ଜଣା ପଡ଼ିଛି ।
ସେ ଅଭିଯୋଗ କରିଛନ୍ତି ଯେ ସେଠିକାର ଜଣେ ନାର୍ସ ତାଙ୍କୁ ଏହି ଇଞ୍ଜେକ୍ସନ ର ଓଭର ଡୋଜ ଦେଉଥିଲେ ଯାହାକୁ ନେବା ପାଇଁ ସେ ମନା କରିଦେଲେ । କରୋନା ୱାର୍ଡ ରେ କାମ କରୁଥିବା କର୍ମଚାରୀ ମାନେ ଔଷଧ ଦେବା ଓ ଇଂଜେକସନ ଦେବା ରେ ବହୁତ ଅବହେଳା କରୁଛନ୍ତି ଓ ମନଇଚ୍ଛା ଇଂଜେକସନ ଦେଉଛନ୍ତି । କରୋନା ପାଇଁ ପ୍ରସ୍ତୁତ ହୋଇଥିବା ରାମଡେସିଭିର ଇଂଜେକସନ କୁ କର୍ମଚାରୀ ମାନେ ମନ ଇଚ୍ଛା ଭାବରେ ରୋଗୀ ମାନଙ୍କୁ ଦେଉଛନ୍ତି । ଏହି ଇଂଜେକସନ ଟି ବହୁତ ମହଙ୍ଗା ହୋଇଥିବା ବେଳେ ଏହା ଅନେକ ଲୋକ ଙ୍କ ପାଖରେ ଉପଲବ୍ଧ ମଧ୍ୟ ହୋଇ ପାରୁ ନାହିଁ ।
କିନ୍ତୁ ଏହି ଭଳି ସମୟ ରେ ଭୀମସାର ମେଡିକାଲ ରେ ଏହି ଦାମୀ ଇଂଜେକସନ କୁ ଆକ୍ରାନ୍ତ ମାନଙ୍କୁ ମନ ଇଛା ଦେଉଛନ୍ତି । ରିମେଡେଶୀଭିର ପ୍ରତିଦିନ ଥରେ ନେବା ଉଚିତ । ଏହାର ଅଧିକ ଡୋଜ ନେବା ଦ୍ଵାରା ଅନେକ ଲୋକଙ୍କ ର ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଥାଏ । ଏହି ବିଷୟ ରେ ସେ ମେଡିକାଲ କତ୍ତୃପକ୍ଷ ଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ମଧ୍ୟ ମେଡିକାଲ କତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ।
ଏହି ଭିଡିଓଟି ଦେଖି ଅନେକ ଲୋକ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।