ଦେଖନ୍ତୁ Video: ନୂଆ ଘର କରି ଗୃହ ପ୍ରବେଶ କଲେ Dutee Chand ଓ Family, ଦେଖନ୍ତୁ ଗୃହ ପ୍ରବେଶ ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଦୂତୀ ଚାନ୍ଦଙ୍କୁ ବେସ ଭଲ ଭାବରେ ଜାଣିଥିବେ । କେତେବେଳେ ନିଜ କ୍ରିଡା ସଫଳତାକୁ ନେଇ ତ କେତେବେଳେ ନିଜ ପରିବାରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜଣା ଶୁଣା ସ୍ପିଣ୍ଟର ତଥା ଅଲମ୍ପିୟାନ ଦୂତୀ ଚାନ୍ଦ ତାଙ୍କର ଏକ ପାଇବାରିକ ଘଟଣାକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କ ସମ୍ପର୍କରେ ଶେଷ ତମ ଖବରଟି ହେଲା ସେ ତାଙ୍କ ଗାଁ ଯାଜପୁର ଜିଲ୍ଲା ଜାରକାରେ ଏକ ନୂଆ ଘର କରିଛନ୍ତି ।

ନୂଆ ଗୃହ କରିବା ପରେ ସେ ଗୃହ ପ୍ରବେଶ ଉତ୍ସବ ମଧ୍ୟ ସାରି ଦେଇଛନ୍ତି । ଦୂତୀଙ୍କ ଗୃହ ପ୍ରବେଶ ଦୃଶ୍ୟଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏ ସମ୍ପର୍କିତ ଫଟୋ ଏବଂ ଭିଡିଓ ଦୂତୀ ଚାନ୍ଦ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଦୂତୀ ନିଜ ଫେସବୁକ ଆକାଉଣ୍ଟରେ ଫଟୋ ଭିଡିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି-‘ଇଶ୍ଵରଙ୍କ ଆଶୀର୍ବାଦରୁ ଜାରକାରେ ମୋର ନୂଆ ଘର କାମ ଶେଷ ହୋଇଛି’ ।

ଆଗକୁ ସେ ଲେଖିଛନ୍ତି-‘ଗତ ବର୍ଷ ଦେଇଥିବା କଥା ଅନୁଯାଇ ନୂଆ ଘରଟିକୁ ମୁ ମୋ ଭାଇକୁ ହସ୍ତାନ୍ତର କରିଛି । ସବୁ ଠାରୁ ବଡ ଓ ଅଧିକ ସୁଖର ବିଷୟ ଥିଲା ମୋ ବାପା ମା ଏହି ଗୃହ ପ୍ରବେଶ ଉତ୍ସବରେ ଉପସ୍ଥିତ ରହି ଆମକୁ ଆଶୀର୍ବାଦ ଦେଇଥିଲେ । ପୂଜା କାମ ସେମାନଙ୍କ ଦ୍ଵାରା ହିଁ ଶେଷ ହୋଇଥିଲା । ଆମର ପୁରା ପରିବାର ଏଥିରେ ଉପସ୍ଥିତ ଥିଲେ । ମା ବିରଜାଙ୍କ ପାଖରେ ପ୍ରାର୍ଥନା କରୁଛି ସେ ଆମ ପରିବାରଙ୍କୁ ଆଶୀର୍ବାଦ କରନ୍ତୁ, ଜୟ ଜଗନ୍ନାଥ’ ।

ବନ୍ଧୁଗଣ ଏଭଳି ଭାବରେ ଦୂତୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି । ଦର୍ଶକ ବନ୍ଧୁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୂର୍ବରୁ ଚର୍ଚ୍ଚାକୁ ଆସିଥିବା ଦୂତୀଙ୍କ ପାଇଁ ଏହା ନିଶ୍ଚୟ ଏକ ଭଲ ଖବର । ପୂର୍ବରୁ ବିଭିନ୍ନ କାରଣରୁ ତାଙ୍କର ତାଙ୍କ ପରିବାର ଲୋକଙ୍କ ସହ ଦୁଇମତ ହୋଇଥିବାର ଦେଖିବାକୁ ମିଳିଛି ।

ଏପରି କି ଦୂତୀଙ୍କର କିଛି ନିଷ୍ପତ୍ତି ବିରୋଧରେ ତାଙ୍କ ପରିବାର ତଥା ବାପା ମା ଏବଂ ଭଉଣୀ ଖୋଲା ଖୋଲି ଭାବରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ଦୂତୀ ମଧ୍ୟ ସମବାଦଧିକ ସମ୍ମିଳନୀ କରି ନିଜର ମତ ରଖିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *