Breaking News: ସରକାରଙ୍କ ବଡ ନିଷ୍ପତି, କାଲି ଠାରୁ ଖୋଲିବା ସବୁ ଦୋକାନ, କିନ୍ତୁ ମାନିବାକୁ ହେବ Lockdown ର ଏହି ସବୁ ନିୟମ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରାଜ୍ୟ ରେ କୋହଳ ହୋଇଛି କଟକଣା । କୋରନା ମହାମାରୀ ର ପ୍ରଭାବ ତୀବ୍ରତର ହେବା କାରଣରୁ ଜୁନ ମାସ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ରେ ଲକଡାଉନ କରାଯାଇଥିଲା ।

ବର୍ତ୍ତମାନ ଦେଢ଼ ମାସ ଧରି ଚାଲିଥିବା ଏହି ଲାକଡାଉନ ରେ ଆଂଶିକ କୋହଳ କରାଯାଇଛି । ତେବେ ଫୁଣିଥରେ ଆଉ ଦୁଇ ସପ୍ତାହ ଅର୍ଥାତ ଆହୁରି ୧୪ ଦିନ ଧରି ରାଜ୍ୟ ରେ ରହିବ ଲାକଡାଉନ । ଯାହା ଅନୁମାନ କରାଯାଉଥିଲା ଯେ,ରାଜ୍ୟ ର ଯେଉଁ ସ୍ଥାନ ଗୁଡ଼ିକ ଗ୍ରୀନ ଜୋନ୍ ରେ ଅଛନ୍ତି ଏବଂ ଯେଉଁଠାରେ କୋରନା ମହାମାରୀ ର ପ୍ରଭାବ କମିଛି ଏବଂ ଆକ୍ଟିଭ କେସ କମ ରହିଛି ସେଠାରେ କଟକଣା କୋହଳ କରାଯିବ ।

କିନ୍ତୁ ସପ୍ତାହନ୍ତ ସଟ୍ ଡାଉନ ଏବଂ ନାଇଟ କର୍ଫ୍ୟୁ ଜାରି ରହିବ । ବର୍ତ୍ତମାନ ବଡ଼ ଖବର ସାମ୍ନା କୁ ଆସିଛି ଯେ ରାଜ୍ୟ ର ୧୭ ଟି ଜିଲ୍ଲା ରେ ଲକଡାଉନ କଟକଣା କୁ କୋହଳ କରାଯାଇଛି ଏବଂ ସକାଳ ୬ ଟା ରୁ ଦିନ ୧ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ।

୧୭ ଟି ଜିଲ୍ଲା ରେ ସକାଳ ୫ ଟା ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା ରହିବ । କିନ୍ତୁ ଦୋକାନ ରୁ କେବଳ ପାର୍ଶଲ ନେଇ ପାରିବେ । ସରକାର ଏଭଳି ଭାବରେ ଆଂଶିକ ଲାକଡାଉନ କରିଛନ୍ତି । ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି ଏବ ବର୍ତ୍ତମାନ ହାରାହାରି ୫% ରୁ ତଳକୁ ହୋଇ ଯାଇଛି ।

କିଛି ସ୍ଥାନରେ ସଂକ୍ରମଣ ହାର ୫% ରୁ ଅଧିକ ବା କମ ରହିଛି । ତେବେ ବାକି ୧୩ ଟି ଜିଲ୍ଲା ରେ କୋରନା ସଂକ୍ରମଣ ର ପ୍ରଭାବ କମିବା ପରେ ହିଁ ସେଠାରେ ଅନଲକ ପର୍ଯ୍ୟାୟ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *