ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ଅଭିନେତା ପିନ୍ଟୁଙ୍କ ସ୍ଵାସ୍ଥ ଅବସ୍ଥା ବହୁ ଗୁରୁତର ହୋଇଯାଇଛି । ତେବେ ପିନ୍ଟୁ ନନ୍ଦଙ୍କୁ ଦେଖିବା ପାଇଁ ଅଭିନେତା ଅଭିନେତା ଓ ଅଭିନେତ୍ରୀ ମାନେ ଆସୁଛନ୍ତି । ତେବେ ଜଣେ ଓଡିଆ ଅଭିନେତ୍ରୀ ପିନ୍ଟୁଙ୍କ ସ୍ଵାସ୍ଥ ଅବସ୍ଥା ପାଇଁ ଏପରି କିଛି ପ୍ରତିକ୍ରିୟା ଦେଇଛନ୍ତି । ଯେଉଁଠାରେ କି ପିନ୍ଟୁଙ୍କ ସ୍ଵାସ୍ଥ ଅବସ୍ଥା ଖରାପ ହୋଇଯାଇଛି ବୋଲି ଅଭିନେତ୍ରୀ ବହୁ ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ତାଙ୍କ କହିବା ଅନୁସାରେ ପିନ୍ଟୁ ଜଣେ ବହୁତ ଷ୍ଟ୍ରଙ୍ଗ ପିଲାଟିଏ । ସେ ଏପରି ଭାବେ ପଡିଯିବ କେବେ ମଧ୍ୟ ଭାବିନଥିଲି । ତା’ ର କଣ ଟିକେ ହୋଇଗଲେ ପୁଣି କେମିତି ଭଲ ହେବ । ତାପରେ ପୁଣି ଚଳଚଞ୍ଚଲ ହୋଇଉଠେ । ହେଲେ ତା’ ର ସ୍ଵାସ୍ଥ ଅବସ୍ଥା ଏମିତି ହୋଇଯାଇଛି । ତାଙ୍କୁ ଆଉ ଦେଖିହେଉନି ।
ପିନ୍ଟୁର ଏପରି ସ୍ଵାସ୍ଥ ଅବସ୍ଥା ପାଇଁ ସେ ନିଜେ ହିଁ ଦାୟୀ । ନିଜ ଦେହକୁ ଏତେ ସରି କରିବା ଜାକେ କେମିତି ସେ ଦେଲା । ତା’ ର ସ୍ତ୍ରୀ, ପିଲା ପୁରା ପରିବାର ଅଛନ୍ତି । ହେଲେ ଏଠାରେ ପିନ୍ଟୁ ବହୁ ଗୁରୁତର ହୋଇ ଚିକିତ୍ସିତ ହେଉଛି । ତେବେ ପିନ୍ଟୁର ଏପରି ଅବସ୍ଥାରେ ଆମ ଓଡିଆ କଳା ଜଗତ ପରିବାର ଭାଙ୍ଗିପଡିଛନ୍ତି ।
ତେବେ ଅଭିନେତ୍ରୀଙ୍କ କହିବା ଅନୁଯାଇ ପିନ୍ଟୁ ସହିତ ମୁଁ ବହୁ ଆଗରୁ କାମ କରିଛି । ଯେତେବେଳେ ପିନ୍ଟୁ ନୂଆ ନୂଆ କରି ଆଲବମ ପରେ ଅଭିନୟ କରିବାକୁ ଆସିଥିଲା । ସେଠାରେ ଏତେ ମାତ୍ରାରେ ଅଭିନୟ ଜାଣିନଥିଲା । ତାପରେ ଧୀରେ ଧୀରେ କରି ଅଭିନୟ ଶିଖିଲା । ତାପରେ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ମଧ୍ୟ ଅଭିନୟ ପିନ୍ଟୁର ଜାରୀ ରହିଥିଲା ।

ହେଲେ ବର୍ତ୍ତମାନ ସ୍ଥିତିରେ ଆର୍ଥିକ ଯୋଗାଡ କରି ତା’ ର ଲିଭର ଟ୍ରାନ୍ସପ୍ଳାଣ୍ଟ କରାଗଲେ ହିଁ ତା’ ର ସ୍ଵାସ୍ଥ ଅବସ୍ଥାରେ ଉନ୍ନତି ଆସିବ । ତେବେ ଠାକୁରଙ୍କୁ ଖାଲି ଏତିକି ପ୍ରାଥନା କରୁଛି । ପିନ୍ଟୁକୁ ବହୁତ ଶୀଘ୍ର ଭଲ କରିଦିଅ । ତାପରେ ପୁଣି ଥରେ ପିନ୍ଟୁ ନିଜର ଅଭିନୟ ଦୁନିଆକୁ ଫେରି ପୁଣି ଥରେ ଅଭିନୟ କରୁ । ଏହା ସହିତ ଲୋକଙ୍କ ମନୋରଞ୍ଜନ କରୁ ।

