TV ର ଏହି 4 ଜଣ ଫେମସ Actress ନିଜର ପ୍ରଥମ ପ୍ରେମକୁ ଧୋକା ଦେଇ ଅନ୍ୟ ଜଣଙ୍କୁ କଲେ ବିବାହ

ଟିଭିର କିଛି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର କୋ ଷ୍ଟାର ମାନଙ୍କ ସହିତ କାମ କରୁଥିବା ବେଳେ  ଭଲପାଇ ବସିଥାନ୍ତି ଓ ଜୀବନରେ ସାଥିହୋଇ ଚାଲିବାର ପ୍ରତିଶୃତି ମଧ୍ୟ ଦେଇଥାନ୍ତି । ଏହି ଯୋଡିଙ୍କୁ ଦେଖିଲେ ଲାଗିଥାଏ କି ସେମାନେ ଭବିଷ୍ୟତରେ ବହୁତ ଖୁସିରେ ରହିବେ । କିନ୍ତୁ ଏହା ହୋଇନଥାଏ , ସେମାନେ ଭବିଷ୍ୟତରେ ଆଗକୁ ଯାଇ ଅଲଗା ହୋଇ ଯାଇଥାନ୍ତି । ସେମାନେ ଆଉ ଜଣଙ୍କୁ ବିବାହ କରି ଖୁସିରେ ରହିଥାନ୍ତି । ତେବେ ଆଜି ଆସନ୍ତୁ ଜାଣିବା ସେମିତି କିଛି ଯୋଡି ମାନଙ୍କ ବିଷୟରେ ।

ସୃତି ଝା

ସୃତି ଝା ଜି ଟିଭିର ବହୁ ଲୋକପ୍ରିୟ ସୋ ‘ କୁମକୁମ ଭାଗ୍ୟ ‘ ରେ ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେ ଗୋଟିଏ ସମୟରେ ଅଭିନେତା କୁନାଲ କପୁରଙ୍କ ସହିତ ତାଙ୍କର ପ୍ରେମ ହୋଇଥିଲା । ସେମାନେ ଉଭୟେ ଉଭୟଙ୍କୁ ଭଲ ପାଉଥିଲେ । କିନ୍ତୁ ସେମାନଙ୍କର ଏହି ସମ୍ପର୍କ କିଛି ମତଭେଦ କରଣରୁ ଭାଙ୍ଗି ଯାଇଥିଲା ଓ ସେମାନେ ଅଲଗା ହୋଇଯାଇଥିଲେ । ବର୍ତ୍ତମାନ ସୃତି ଝା ହର୍ଷ ଚୋପ୍ରାଙ୍କୁ ଡେଟ କରୁଛନ୍ତି ଓ ସେମାନେ ବହୁତ ଶୀଘ୍ର ଉଭୟେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଦିବ୍ୟଙ୍କା ତ୍ରିପାଠୀ

ଦିବ୍ୟଙ୍କା ତ୍ରିପାଠୀ କିଛି ଦିନ ତଳେ ଶରତ ମଲହୋତ୍ରାଙ୍କ ସହିତ ପ୍ରେମ କରୁଥିଲେ । ତାଙ୍କର ଭଲପାଇବା ‘ ବନୁ ମେ ତେରୀ ଦୁଲ୍ହନ ‘ ସିରିଏଲରୁ ହୋଇଥିଲା । ସେମାନେ ସାତ ବର୍ଷ ପର୍ଯ୍ୟନ୍ତ ଏକାଠି ଥିଲେ । କିନ୍ତୁ ସେମାନଙ୍କ ଭିତରେ ସମ୍ପର୍କ ଖରାପ ହେବାରୁ ସେମାନେ ଅଲଗା ହୋଇ ଯାଇଥିଲେ । ସେମାନଙ୍କର ବ୍ରେକପ ହେବା ପରେ ସେ ଟିଭି ଅଭିନେତା ବିବେକ ଦୟାଲଙ୍କ ସହିତ ବାହା ହୋଇ ଯାଇଥିଲେ । ଏବେ ସେମାନେ ବହୁତ ଖୁସିରେ ଅଛନ୍ତି ।

ରୁବିନା ଦିଲାଇକ

ରୁବିନା ଦିଲାକି ‘ ଛୋଟୀ ବୋହୁ ‘ ସିରିଏଲରେ କାମ କରୁଥିବା ସମୟରେ ଅବିନାଶ ସଚଦେବଙ୍କୁ ଭଲ ପାଇଥିଲେ । ସେମାନେ ବହା ହେବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । କିଛିଦିନ ପରେ ସେମାନଙ୍କ ମଧ୍ୟରେ ମତଭେଦ ହେବାରୁ ସେମାନେ ଅଲଗା ହୋଇ ଯାଇଥିଲେ । ଏହାର କିଛି ଦିନ ପରେ ଅବିନାଶ ସଚଦେବ ସମିଲି ଦେଶାଇଙ୍କ ସହିତ ବିବାହ କରି ନେଲେ । ଏହାର କିଛିଦିନ ପରେ ରୁବିନା ମଧ୍ୟ ଟିଭି ସିରିଏଲରେ କାମ କରୁଥିବା ଅଭିନବ ଶୁକ୍ଳାଙ୍କ ସହିତ ବିବାହ କରିଥିଲେ । ସେମାନେ ବହୁତ ଖୁସିରେ ଅଛନ୍ତି ।

କବିତା କୌଶିକ

କବିତା କୌଶିକ ସବ ଟିଭିର ବହୁତ ଲୋକପ୍ରିୟ ସିରିଏଲ ଏଫ ଆଇ ଆର ରେ କାମ କରୁଥିଲେ । ସେ ବର୍ତ୍ତମାନ ରର୍ନିକ ବିଶ୍ୱାସଙ୍କ ସହିତ ତାଙ୍କର ବୈବାହିକ ଜୀବନ ବିତାଉଛନ୍ତି । କିନ୍ତୁ ସେ କିଛି ଦିନ ପୂର୍ବରୁ ବଲିଉଡ ଅଭିନେତା ନବାଵ ସାହାଙ୍କ ସହିତ ସମ୍ପର୍କରେ ଥିଲେ । କିନ୍ତୁ ସେମାଙ୍କର ଧର୍ମ ଅଲଗା ଥିବାରୁ ଉଭୟଙ୍କ ପରିବାର ପକ୍ଷରୁ କୌଣସି ସପୋର୍ଟ ମିଳି ନ ଥିଲା । ତେଣୁ ସେମାନେ ଅଲଗା ହୋଇଯାଇଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *