ନିଜର ଅନସ୍କ୍ରିନ ମାତା-ପିତାଙ୍କୁ ହିଁ ପ୍ରେମ କରି ବସିଲେ TV ର ଏହି 4 ଜଣ ଷ୍ଟାର, 3 ନମ୍ବର ଜୋତି ତ ସମ୍ପର୍କରେ ଥିଲେ ଶାଶୁ-ଜ୍ଵାଇଁ

ବନ୍ଧୁଗଣ ଆପଣ ମାନେ ଏହି କଥା ନିଶ୍ଚୟ ଶୁଣିଥିବେ ଯେ, ପ୍ରେମ ଅନ୍ଧ ହୋଇଥାଏ । ପ୍ରେମରେ ପଡିଥିବା ସମସ୍ତ ମଣିଷ କେବଳ ନିଜ ମନର କଥାକୁ ଶୁଣି ଥାଏ ଓ ସେ ଯାହାକୁ ପ୍ରେମ କରିଥାଏ ତାକୁ ସେ ନିଜର ସବୁକିଛି ମାନି ରହିଥାଏ । ପ୍ରେମରେ ବୟସ, ଜାତି, ଧର୍ମ ଓ ବର୍ଣ୍ଣ ଆଦିର କୌଣସି ଫରକ ପଡିନଥାଏ । ଠିକ ସେହିପରି ବଲିଉଡରୁ ନେଇ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଯୋଡି ଅଛନ୍ତି ଯେଉଁ ମାନଙ୍କ ମଧ୍ୟରେ ଅଧିକାଂଶ ବୟସର ସୀମା ଅଧିକ ରହିଥାଏ । ବନ୍ଧୁଗଣ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ଅନସ୍କ୍ରିନରେ ମା- ପୁଅ ବା ଭାଇ- ଭଉଣୀଙ୍କର ଭୂମିକାରେ ନଜର ଆସିଥାନ୍ତି ।

ହେଲେ ନିଜ ରିଅଲ ଲାଇଫରେ ଏମାନେ ପରସ୍ପର ସହ ପ୍ରେମ କରୁଥିବାର ନଜର ଆସିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ଅଙ୍କିତ ଗେରା ଓ ମୋନିକା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତା ଅଙ୍କିତ ଗେରା ଓ ଅଭିନେତ୍ରୀ ମୋନିକା ସିଂହ । ହିନ୍ଦୀ ସିରିଏଲ ‘ପ୍ରତିଜ୍ଞା ଓ ସପନେ ସୁହାନେ ଲଡକପନ’ରେ ଅଭିନୟ କରିଥିବା ଅଙ୍କିତ ଗେରା ନିଜ ଅନସ୍କ୍ରିନ ମାଙ୍କ ସହ ପ୍ରେମ କରିବସିଛନ୍ତି । ‘ପ୍ରତିଜ୍ଞା’ ସିରିଏଲରେ ମୋନିକା ସିଂହ ଅଙ୍କିତ ଗେରାଙ୍କ ମାର ଭୂମିକା ପଦର୍ଶନ କରିଥିଲେ । ହେଲେ ରିଅଲ ଲାଇଫରେ ଏହି ଦୁଇଜଣ ପରସ୍ପରକୁ ଡେଟ କରୁଛନ୍ତି ।

ରାମ କପୁର ଏବଂ ଇଭା ଗ୍ରୋବର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତା ରାମ କପୁର ଓ ଅଭିନେତ୍ରୀ ଇଭା ଗ୍ରୋବର । ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସିରିଏଲ ‘ବଡେ ଅଛେ ଲଗତେ ହେଁ’ ସିରିଏଲରେ ଇଭା ରାମ କପୁରଙ୍କ ମାର ଭୂମିକା ପଦର୍ଶନ କରିଥିଲେ । ହେଲେ ବନ୍ଧୁଗଣ ଏହି ସୋ ଚାଲୁଥିବା ସମୟରେ ଏହି ଦୁଇଜଣଙ୍କ ଲଭ ଅଫେୟାରର ଚର୍ଚା ବହୁତ ମାତ୍ରାରେ ହେଉଥିଲା । ଏହି ଦୁଇଜଣ ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ । ରାମ ଓ ଇଭାଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥିଲେ ।


ସିଦ୍ଧାର୍ଥ ଶୁକ୍ଲା ଓ ସ୍ମିତା ବଂଶଲ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଓ ଅଭିନେତ୍ରୀ ସ୍ମିତା ବଂଶଲ । ଟିଭିର ଲୋକପ୍ରିୟ ସିରିଏଲ ‘ବାଳିକା ବଧୁ’ରେ ସ୍ମିତା ସିଦ୍ଧାର୍ଥଙ୍କ ଶାଶୁର ଭୂମିକା ପଦର୍ଶନ କରିଥିଲେ । ହେଲେ ଏହି ସୋ କରିବା ସମୟରେ ଏହି ଦୁଇଜଣ ପରସ୍ପରକୁ ଡେଟ କରିବାକୁ ଲାଗିଥିଲେ । ସିଦ୍ଧାର୍ଥ ଓ ସ୍ମିତା ସେହି ସମୟରେ ବହୁତ ଚର୍ଚାରେ ଥିଲେ । ହେଲେ ବର୍ତ୍ତମାନ ଏହି ଦୁଇଜଣ ଏକ ସହ ଅଛନ୍ତି ନା ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ନାହିଁ ।


ଆଲୋକ ନାଥ ଏବଂ ନିନା ଗୁପ୍ତା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ଆଲୋକ ନାଥ ଓ ଅଭିନେତ୍ରୀ ନିନା ଗୁପ୍ତା । ଦୂରଦର୍ଶନର ଏକ ସିରିଏଲରେ ନିନା ଆଲୋକଙ୍କର ବୋହୁଙ୍କ ଭୂମିକା ପଦର୍ଶନ କରିଥିଲେ । ହେଲେ ରିଅଲ ଲାଇଫରେ ଏମାନଙ୍କ ଲଭ ଅଫେୟାରର ଚର୍ଚା ବହୁତ ହୋଇଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *