ନିଜକୁ ଫିଟ୍ ରଖିବା ପାଇଁ ଝିଅମାନେ ବନି ଯାଉଛନ୍ତି ଜଳପରୀ, ଘଣ୍ଟା ଘଣ୍ଟା ଧରି ପଡି ରହୁଛନ୍ତି ପାଣିରେ, ଦେଖନ୍ତୁ ଏହି ଭାଇରାଲ Video

ନମସ୍କାର ବନ୍ଧୁଗଣ ଆଜି ର ଏହି ବ୍ୟସ୍ତ ବହୁଳ ଦୁନିଆ ରେ ଲୋକମାନେ ନିଜର ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ପେୟ ର ବିଲ୍କୁଲ ଧ୍ୟାନ ରଖନ୍ତି ନାହିଁ ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ମଧ୍ୟ କରନ୍ତି ନାହିଁ କିଛି ବି ଖାଇ ଦିଅନ୍ତି । ବାହାର ର ତେଲ ଜାତୀୟ ଖାଦ୍ୟ ମଧ୍ୟ ଅଧିକ ଖାଇ ଥାଆନ୍ତି ଏହି କାରଣ ଯୋଗୁଁ ସେମାନେ ନିଜର ଓଜନ କିମ୍ବା ଚର୍ବି ମଧ୍ୟ ବୃଦ୍ଧି କରି ଦିଅନ୍ତି । କିନ୍ତୁ ଏହି ସମୟରେ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ନିଜର ଫିଟନେସ ଏବଂ ନିଜର ସ୍ୱାସ୍ଥ୍ୟ ର ସୁରକ୍ଷା ବହୁତ ଭଲ ଭାବରେ ରଖି ଥାଆନ୍ତି ।

ସେ ନିଜ ର ଖାଦ୍ୟ ପେୟ ହେଉ କିମ୍ବା କୌଣସି ଏକ୍ସସାଇଜ ସେମାନେ ଏହାର ବହୁତ ଧ୍ୟାନ ନେଇଥାନ୍ତି । ଜିମ ହେଉ କିମ୍ବା ପାର୍କ ସବୁଠି ବ୍ୟାୟାମ, ଯୋଗ, କସରତ କରି ନିଜ କୁ ଫିଟ ରଖିବାରେ ଲାଗି ଥାଆନ୍ତି । ସର୍ଵଦା ଅଲଗା ଅଲଗା ଏବଂ ନୂଆ ନୂଆ ଜିନିଷକୁ ଚେଷ୍ଟା କରିଥାନ୍ତି କରିବା ପାଇଁ ଏବଂ ଉପଯୁକ୍ତ ଖାଦ୍ୟ ମଧ୍ୟ ଖାଆନ୍ତି । ତେବେ ଏହି ଫିଟନେସ କୁ ନେଇ ବ୍ରିଟେନ ରେ ଏକ ନୂଆ ପ୍ରକାର ର ଏକ୍ସସାଇଜ କରାଯାଉଛି ।

ସେହି ଏକ୍ସସାଇଜ କୁ ଦେଖିଲେ ଆପଣ ଟିକେ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯିବେ । ତେବେ ଆସନ୍ତୁ ସେହି ବିଷୟ ରେ ଟିକେ ଜାଣିନେବା । ବର୍ତ୍ତମାନ ସମୟରେ ବ୍ରିଟେନ ରେ ଫିଟନେସ କୁ ନେଇ ଏକ ନୂତନ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଏଠାରେ ଝିଅ ମାନେ ଫିଟନେସ ପାଇଁ କିଛି ନିଆରା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଝିଅ ମାନେ ନିଜକୁ ଫିଟ ଏବଂ ସୁସ୍ଥ ରଖିବା ପାଇଁ ଜଳପରି ଭାବେ ପ୍ରସ୍ତୁତ ହୋଇ ପାଣି ଭିତରେ ଘଂଟା ଘଂଟା ସମୟ ବିତାଉ ଥିବା ର ଦେଖିବାକୁ ମିଳିଛି ।

ଯାହାକୁ ନେଇ ଫିଟନେସ ର ଏକ ନୂଆ ଟ୍ରେଣ୍ଡ ଚାଲିଥିବାର ଚର୍ଚ୍ଚା ଚାଲିଛି ଏବଂ ଏହି ଫିଟନେସ କୁ ସମସ୍ତେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ଏହାର ନାମ ରହିଛି ମର୍ମେଡ଼ ସୁଇମିଙ୍ଗ ।
ଏହାକୁ କରିବା ପାଇଁ ଏକ ସ୍ୱତନ୍ତ୍ର ପୋଷାକ ପିନ୍ଧିବାକୁ ପଡିବ ଯାହା ଦ୍ୱାରା ସେମାନେ ଏକ ଜଳ ପରୀ ଭଳି ଦେଖା ଯାଉଛନ୍ତି । ବ୍ରିଟେନ ର ୩୭ ବର୍ଷୀୟ ଜେଡ ନାମକ ଜଣେ ମହିଳା ଙ୍କୁ ମଧ୍ୟ ସମୁଦ୍ର ଭିତରେ ଘଂଟା ଘଂଟା ଧରି ରହିବା ବହୁତ ପସନ୍ଦ ଅଛି ଏବଂ ଜଳପରୀ ଭଳି ପୋଷାକ ପିନ୍ଧି ରହିବା ମଧ୍ୟ ବହୁତ ପସନ୍ଦ ଲାଗୁଛି ।

ତେବେ ପ୍ରଥମେ ତାଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ଡର ଲାଗୁଥିଲା କିନ୍ତୁ ବର୍ତ୍ତମାନ ବହୁତ ମଜା ଲାଗୁଛି । ଏହି ଭଳି ଅନେକ ମହିଳା ଅଛନ୍ତି ଯେଉଁ ମାନଂକୁ ଏହି ଭଳି ସମୁଦ୍ର ଭିତରେ ଘଂଟା ଘଂଟା ଧରି ରହିବା ଏବଂ ସୁଇମିଙ୍ଗ କରିବା ତଥା ଜଳ ପରୀ ଭଳି ରହିବା ବହୁତ ପସନ୍ଦ ହେଉଛି ଏବଂ ସେ ଅନ୍ୟ ଲୋକ ଙ୍କୁ ମଧ୍ୟ ସାମିଲ କରିବା ପାଇଁ ମଧ୍ୟ ସେ କହୁଛନ୍ତି । ଏହାଛଡା ଏହା ଏକ ବହୁତ ମଜାଦାରିଆ ଫିଟନେସ ପାଇଁ ଏକ୍ସସାଇଜ ବୋଲି ମଧ୍ୟ କୁହାଯାଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *