ନମସ୍କାର ବନ୍ଧୁଗଣ ତେବେ ବହୁ ଚର୍ଚ୍ଚିତ ଡିମ୍ପଲ-ସୁମିତ ବିବାହ ପ୍ରସଙ୍ଗରେ ଆଜି ଆସିଛି ପୁଣି ଏକ ଟୁଇଷ୍ଟ । ଗାଏବ ଥିବା ଡାକ୍ତର ସୁମିତ ସାହୁ ସାମ୍ନାକୁ ଆସିଲେ । ଏକ ଅଡିଓ ରିଲିଜ ଜାରି କରି କହିଲେ ମୁଁ ନିଖୋଜ ବା ଫେରାର ହୋଇନାହିଁ , ବରଂ ଅସୁସ୍ଥତା ପାଇଁ ମୋ ସାଙ୍ଗ ଘରେ ବିଶ୍ରାମ ନେଉଛି । ଏଥିପାଇଁ ମୁଁ ମୋ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଛି । ମୋତେ ପୁରା ବରବାଦ କରିଦେଲେଣି ଡିମ୍ପଲ । ମୁଁ ଅସୁସ୍ଥ ଥିବା ସତ୍ୱେ ଡିମ୍ପଲ ମୋ ନାଁରେ ଅପପ୍ରଚାର କରିଛନ୍ତି ।
ଅସୁସ୍ଥତା ଥିବାରୁ ତପସ୍ୱିନୀଙ୍କ ଉପସ୍ଥିତିରେ ବିଶ୍ରାମ ନେବାକୁ ଅସହଜ ମନେ କରିଥିବା ସେ କହିଛନ୍ତି । ୭ ଦିନ ରହିବା ପରେ ମଧ୍ୟ ଆମ ମଧ୍ୟରେ ସମ୍ପର୍କ କିଛି ବଢିନି । ସେ ତପସ୍ୱିନୀଙ୍କୁ ଅନୁରୋଧ କରିଛନ୍ତି, ମିଡିଆ ସାମ୍ନାରେ ତାଙ୍କୁ ଓ ତାଙ୍କ ପରିବାରକୁ ବଦନାମ ନ କରନ୍ତୁ । ଲୋକଙ୍କ ସହାନୁଭୂତି ପାଇବା ପାଇଁ ତପସ୍ୱିନୀ ମିଡିଆ ଆଗରେ ସେମିତି କିଛି ବୟାନ ଦିଅନ୍ତୁ ନାହିଁ। ତେବେ ସୁମିତଙ୍କ ଅଭିଯୋଗର ଜବାବ ରଖିଛନ୍ତି ତପସ୍ୱିନୀ ।
ଜବାବରେ ସେ କହିଛନ୍ତି କି ତାଙ୍କୁ ଅତ୍ୟାଚାର ଓ ନିର୍ଯାତନା ଦିଆଯାଇଥିବାରୁ ସେ ବାହାରକୁ ଆସି ଲଢେଇ କରୁଛନ୍ତି। ମିଡିଆ ଆଗରେ ଯାହା ସତ ସେୟା କହିଛନ୍ତି କି ବିବାହ କରିଛନ୍ତି, ଜୀବନ ନଷ୍ଟ କରିଦେଲେ । ତାଙ୍କର କିଛି ଅସୁବିଧା ହେବନି । କିନ୍ତୁ ମୋର ଇଜ୍ଜତ ଯାଇଛି । କୋର୍ଟଙ୍କ କହିବା ପରେ ବି ନିଷ୍ପତି ମାନୁନ। ମରିବା ପରେ ବୋଧେ ତମେ ଶାନ୍ତି ପାଇବ ଏବଂ ତାପରେ ଗୋଟିଏ ଅନୁରୋଧ ମୋତେ ନେଇ ନିଜ ହାତରେ ମଶାଣି ରେ ଜାଳି ଦେବ।
ତେବେ ଯାଇ ତୁମେ ଏବଂ ତୁମ ପରିବାର ବହୁତ ଖୁସି ହେବ। ତେବେ ତପସ୍ୱିନୀ-ସୁମିତଙ୍କ ଏଭଳି ବିବାଦ ମଧ୍ୟରେ ଆଉ ଏକ ଦିଗ ସାମ୍ନାକୁ ଆସିଛି । ଆଉ ୮ ଦିନ ପାଇଁ ଅଧିକ ଛୁଟି ମାଗିଛନ୍ତି । ପୂର୍ବରୁ ମଧ୍ୟ ସେ ୫ ଦିନ ଛୁଟିରେ ଯାଇଥିଲେ । ଧାର୍ଯ୍ୟ ଠାରୁ ଅଧିକା ଛୁଟି ନେଉଥିବାରୁ ସୁମିତଙ୍କ ଦରମା କାଟ୍ ହେବ ବୋଲି ଜଣାପଡିଛି । ଏବେ ବିବାଦର ଶୁଣାଣି ୧୭ ତାରିଖରେ ହେବ । ଏହି ଦିନ ଉଭୟପକ୍ଷ ନିଜର ପକ୍ଷ ରଖିବେ ।
ତେଣୁ ସମସ୍ତଙ୍କ ନଜର ରହିଛି ବ୍ରହ୍ମପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ଉପରେ। ସୂଚନାଯୋଗ୍ୟ, କୋର୍ଟ ଉଭୟଙ୍କୁ ଭଡା ଘର ନେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକାଠି ରହିଲେ ଉଭୟଙ୍କ ଭିତରେ ଆତ୍ମିୟତା ବଢିବ ଓ ସମ୍ପର୍କ ସୁଦୃଢ ହେବ ବୋଲି କୋର୍ଟ ଏମିତି ଗୋଟିଏ ନିଷ୍ପତ୍ତି ଶୁଣାଇଥିଲେ। ହେଲେ ଭଡା ଘର ଖୋଜିବା ବାହାନାରେ ପତ୍ନୀ ଡିମ୍ପଲଙ୍କୁ ଛାଡି ଚମ୍ପଟ ମାରିଲେ ସୁମିତ୍।
କିନ୍ତୁ ସୁମିତଙ୍କ ଓକିଲ କହିଥିଲେ ସେ ଫେରାର ହୋଇନାହାନ୍ତି। ତାଙ୍କ ଦେହ ଖରାପ ଅଛି। ସୁମିତ ଏମିତି ମିଛ କଥା କହି ଠକି ଚାଲିଛନ୍ତି ବୋଲି ଗୁରୁତର ଅଭିଯୋଗ କରୁଛନ୍ତି ଡିମ୍ପଲ । ଏହି ଘଟଣାର ଆଗାମୀ ଶୁଣାଣି ୧୭ ତାରିଖରେ ଅର୍ଥାତ ଆଜି କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।