ନମସ୍କାର ବନ୍ଧୁଗଣ ତେବେ ଭଲ ପାଇ ଧୋକା ଦେଲା ପ୍ରେମିକା! ଆଉ ଜଣେ ଯୁବକ ସହିତ ବୁଲିଲା । ଯାହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ପ୍ରେମିକ । ଶେଷରେ ଝୁଲି ପଡ଼ିଲେ । ଆଉ ମରିବା ପୂର୍ବରୁ ଖୋଲି ଦେଇଗଲେ ପ୍ରେମିକାର ରଙ୍ଗୀଲା କାହାଣୀ । ସୁଇଅସାଇଡ୍ ନୋଟ୍ରେ ଲେଖିଲେ- ସରି ମମି ଡାଡି ମୋତେ କ୍ଷମା କରିବ । ମୋ ଲାଇଫ୍ ସହ ବହୁତ ଖେଳ ଖେଳିଲା । ଆଜି ଏପରି ଘଟଣା କ୍ରାଇମ୍ ସିଟି ଭୁବନେଶ୍ୱରରେ ଘଟିଛି ।

ତେବେ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୁମ୍ୱାଇରେ ମଡେଲିଂ କରୁଥିଲେ । ମାତ୍ର ମହାମାରୀ କରୋନା ପାଇଁ ଘରକୁ ଫେରି ଆସିଥିଲେ । ସେ ନନ୍ଦନ ବିହାର ପ୍ଲଟ୍ ନମ୍ୱର ଏଲଆଇଜି -୧୦୦ ରେ ରହୁଥିଲେ । ଭୁବନେଶ୍ୱରରେ ରହଣୀ ସମୟରେ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟ ପରସ୍ପରକୁ ଭଲ ପାଉଥିଲେ । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ ଭଲ ପାଉଥିଲେ ।
ଉଭୟଙ୍କ ପ୍ରେମ କାହାଣୀ ଦୁଇ ପରିବାର ଲୋକ ଜାଣିଥିଲେ । ଏପରିକି ବାହାଘର କରିବା ପାଇଁ ସ୍ଥିର ମଧ୍ୟ ହୋଇଥିଲା ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି । ତେବେ କରୋନାର କୋପ କମିବା ପରେ ସୌମ୍ୟ ଭୁବନେଶ୍ୱରରେ ଏକ କାଫେ ଖୋଲିଥିଲେ । ସେଠାକୁ ଯୁବତୀ ଜଣକ ନିୟମିତ ଆସୁଥିଲେ । ଆଉ ନିଜକୁ କାଫେର ମାଲିକାଣୀ ବୋଲି କହୁଥିବା ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି ।
ଯଦି ଦୁହେଁ ପରସ୍ପରକୁ ଏତେ ଭଲ ପାଉଥିଲେ, ତାହାହେଲେ ହଠାତ୍ କଣ ହେଲା ଯେ ସୌମ୍ୟ ରଶି ଲଗାଇ ଝୁଲି ପଡ଼ିଲେ? ପ୍ରକୃତରେ ଏହା ଆତ୍ମହତୟା ନା ହତୟା! ଏହାକୁ ନେଇ ଆଜି ରାଜଧାନୀରେ ଆଲୋଚନା ହେଉଥିଲା ବେଳେ ସୌମ୍ୟଙ୍କ ପରିବାର ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କହିଛନ୍ତି, ଯୁବତୀଙ୍କ ପ୍ରକୃତି ହେଉଛି ଧନୀ ଯୁବକଙ୍କ ସହିତ ଖେଳିବା ।
ଧନୀ ଯୁବକଙ୍କୁ ଫସାଇ ଟଙ୍କା ଶୋଷିବା । ଆଉ ସେ ସେୟା କରୁଥିଲା । ଯାହାକୁ ନେଇ ସୌମ୍ୟ ଟେନ୍ସନ୍ରେ ରହୁଥିଲା । ସେ ଆତ୍ମହତୟା କରିଛନ୍ତି ସତ, ହେଲେ ଏହା ମର୍ଡର ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ସେପଟେ ସୌମ୍ୟ ରହୁଥିବା ଘରୁ ଏକ ସୁଇଅସାଇଡ୍ ନୋଟ୍ ମିଳିଛି । ସେଥିରେ ଅନେକ କଥା ଲେଖାଯାଇଛି । ମିଳିଥିବା ସୁଇଅସାଇଡ୍ ନୋଟ୍ରେ ଲେଖାଯାଇଛି, ଆଇ ଏମ୍ ସରି ମମି, ଡାଡି ।

ମୋତେ କ୍ଷମା କରିଦେବ । ସେ ମୋ ଲାଇଫ୍ ସହ ବହୁତ ଖେଳ ଖେଳିଲା । ଗୋଟିଏ ବର୍ଷ ହେଲା ଖେଳିଲା । ଟିକେ ଟିକେ ଭୁଲ୍ ପାଇଁ ମାସ ମାସ ତଡ୍ପେଇଲା । ମୁଁ ଆଉ ଦୁନିଆକୁ ଫେସ୍ କରିପାରିବି ନାହିଁ । ମୁଁ ବଞ୍ଚିକି ବି ନବଞ୍ଚିଲା ପରିକା । ତମେ ମମିକୁ ବହୁତ ଭଲ ପାଅ । ତମେ ଦୁଇ ଜଣ ଖୁସିରେ ରୁହ । ଆୟନକୁ ମୁଁ ବହୁତ ମିଶ୍ କରିବି । ମୋର ଭଗବାନଙ୍କ ଉପରେ ଭରସା ଉଠିଗଲା । ତାଙ୍କୁ ୩୦ ବର୍ଷ ହେଲା ଡାକୁଥିଲି । ସିଏ ଖାଲି ମୋ ମନରେ କଷ୍ଟ ହିଁ ଦେଇଛନ୍ତି ବୋଲି ନୋଟ୍ରେ ଲେଖାଯାଇଛି ।
ନୋଟ୍ରେ ଆହୁରି ମଧ୍ୟ ଲେଖାଯାଇଛି ଲକିକୁ ଛାଡ଼ି ଆସିଲି ଅଜୟ ପାଇଁ । ଅଜୟ ଥିଲା ବେଳେ ମୋତେ ତା’ ଜାଲରେ ଫସାଇ ଦେଲା । ଅଜୟ ପାଢ଼ୀ ପ୍ଲିଜ୍ ମୋତେ ମାଫ୍ କରିଦେବ । ତମକୁ ମୁଁ କଷ୍ଟ ଦେଇଛି । ଏବେ ସାରସ୍ୱତ ପାଇଁ ମୋତେ ଛାଡ଼ିଗଲା । ମୁଁ ମୋ’ କର୍ମର ଫଳ ଭୋଗିବି । ପ୍ଲିଜ୍ ଡାଡି, ମମି ମୋତେ ମାଫ୍ କରିଦେବ ବୋଲି ସୁଇଅସାଇଡ୍ ନୋଟ୍ରେ ଲେଖାଯାଇଛି । ଜବତ ସୁଇଅସାଇଡ୍ ନୋଟ୍ଟି ସୌମ୍ୟଙ୍କର ବୋଲି ଆଲୋଚନା ହେଉଛି । ତେବେ ଯାଞ୍ଚ ପରେ ଜଣାପଡ଼ିବ, ଏହି ସୁଇଅସାଇଡ୍ ନୋଟ୍ଟି କାହାର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

