ସ୍ଵାମୀଙ୍କ ଠାରୁ ଅଲଗା ହୋଇ ଏକୁଟିଆ ହିଁ ନିଜ ପିଲାଙ୍କୁ ପାଳୁଛନ୍ତି TV ର ଏହି 6 ଜଣ ଫେମସ Actress

ସାଙ୍ଗମାନେ ଆପଣ ଅଭିନେତ୍ରୀ ମାନଙ୍କୁ ଟିଭି ପରଦାରେ କାମ କରୁଥିବାର ଦେଖିଛନ୍ତି କେତେଥର ସେମାନଙ୍କ ଅଭିନୟ ଆପଣଙ୍କୁ ବହୁତ୍ ପସନ୍ଦ ଆସିଥିବ । ଆମେ ଆପଣଙ୍କୁ ଟିଭି ପରଦାର ଏମିତି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜକୁ ସୁଦୃଢ କରିଛନ୍ତି । ଏହି ଅଭିନେତ୍ରୀ ମାନେ ଏକୁଟିଆ ମା ହୋଇ ପିଲାମାନଙ୍କୁ ପାଳନ କରୁଛନ୍ତି ।

୧. ପ୍ରଥମେ ଉର୍ବଶୀ ଢୋଲକିୟା – ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ଢୋଲକିୟା ନିଜ ଜୀବନରେ ବହୁତ୍ ସଂଘର୍ଷ କରିଛନ୍ତି । ଉର୍ବଶୀ ୧୬ ବର୍ଷ ବୟସରେ ବିବାହ କରିଥିଲେ ଓ ୧୭ ବର୍ଷରେ ୨ଟି ଯାଆଁଳା ପୁଅଙ୍କର ମା ହୋଇ ସାରିଥିଲେ । ତାଙ୍କର ଦେଢ ବର୍ଷର ବାହାଘର ଭିତରେ ଛାଡପତ୍ର ହୋଇଥିଲା ଓ ଏହା ପରେ ତାଙ୍କ ପୁଅ ସିତେଜ ଓ ସାଗରଙ୍କୁ ସେ ଏକା ପାଳନ ପୋଷଣ କରୁଛନ୍ତିି । ନିଜେ ଏତେ କମ୍ ବୟସର ହୋଇ ଦୁଇ ପୁଅଙ୍କୁ ପାଳିବା ବହୁତ୍ କଷ୍ଟକର ହୋଇଥିଲା । ସିଏ କହିଛନ୍ତି ତାଙ୍କ ପୁଅ ଦୁଇଜଣ ତାଙ୍କୁ ସମର୍ଥନ କରନ୍ତି ଓ ସେ ସେମାନଙ୍କୁ ବହୁତ୍ ସ୍ନେହ କରନ୍ତି ।

୨. ଜୁହି ପର୍ମାର

ଜୁହି କେବଳ ଟିଭି ପରଦାର ବଳିଷ୍ଠ ଅଭିନେତ୍ରୀ ଅଟନ୍ତି ସେତିକି ନୁହେଁ ସେ ଜଣେ ସିଙ୍ଗିଲ ମା ବି ଅଟନ୍ତି । ଯିଏକି ତାଙ୍କ ଝିଅ ସମାରାର ପାଳନ ପୋଷଣ କରୁଛନ୍ତି । ଜୁହି ୨୦୦୯ ମସିହାରେ ଟିଭି ଅଭିନେତା ସଚିନ ସବ୍ ଙ୍କୁ ବିବାହ କରିଥିଲେ । ୨୦୧୩ ରେ ତାଙ୍କ ଘରେ ଗୋଟେ ଛୋଟ ଝିଅର ଜନ୍ମ ହୋଇଥିଲା ।

୨୦୧୯ରେ ନିଜ ଭିତରେ ବୁଝାମଣା ଯୋଗୁଁ ଜଣେ ଅନ୍ୟ ଜଣଙ୍କଠୁ ଦୂରେଇ ଯାଇଥିଲେ ଓ ସେବେ ଠାରୁ ଜୁହି ଏକୁଟିଆ ମା ହୋଇ ତାଙ୍କ ଝିଅର ଦେଖାଶୁଣା କରୁଛନ୍ତି । ଜୁହି ନୂଆ ଯୁଗର ମା ଅଟନ୍ତି ଯିଏକି ନିଜ ଝିଅଠାରୁ କିଛି କଥା ଲୁଚାନ୍ତିନି । ସେ କୁହନ୍ତି ଛୋଟ ପିଲାମାନେ ସବୁ ବୁଝନ୍ତି ତାଙ୍କଠୁ କିଛି ଲୁଚେଇବା କଥା ନୁହେଁ, ଯେମିତି ସେମାନେ ଯେଉଁ ଭାଷାରେ ବୁଝନ୍ତି ତାଙ୍କୁ ସେହି ଭାଷାରେ ବୁଝେଇବା ଦରକାର୍ ।

୩. ଶ୍ବେତା ତିୱାରୀ

ଶ୍ବେତା ତିୱାରୀ ସିରିଏଲ୍ କସୋଟି ଜିନ୍ଦେଗିକିରେ ବହୁତ ଲୋକପ୍ରିୟତା ପାଇଛନ୍ତି । ସେ ବି ଜଣେ ମା ଅଟନ୍ତି । ସେ ନିଜ ପ୍ରଫେସନାଲ ଜୀବନରେ ବହୁତ୍ ସଫଳତା ପାଇଛନ୍ତି । କିନ୍ତୁ ସେ ନିଜ ଅସଲି ଜୀବନରେ ବହୁତ୍ ଖୁସି ଅଛନ୍ତି କି ନାହିଁ କହି ହେବନି । ସେ ତାଙ୍କ ଶାଶୁଘରୁ ବୋହୂ ହୋଇ ଅଲଗା ରହୁଥିଲେ । ସେ ୨ଟା ଅସଫଳ ବାହା ଘର ଦେଖିଛନ୍ତି । ଅଭିନେତା ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ । ତାଙ୍କ ଗୋଟେ ଝିଅ ପଲକ୍ ଓ ପୁଅ ରୀୟାଁସ୍ ଅଛନ୍ତି ।

ଶ୍ବେତା ୧୯ ବର୍ଷ ବୟସରେ ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ ଓ ୨୦ ବର୍ଷ ବୟସରେ ପଲକ୍ ଜନ୍ମ ହୋଇଥିଲା । ବର୍ଷ ବର୍ଷ ଧରି ଘରୋଇ ହିଂସା ସହିବା ପରେ ୨୦୦୦ ମସିହାରେ ସେ ଛାଡ଼ପତ୍ର ଦେଇଥିଲେ । କେତେ ବର୍ଷ ପର୍ଯ୍ୟନ୍ତ ପଲକ୍ କୁ ରଖିଲା ପରେ, ୨୦୧୩ରେ ଅଭିନେତା ଅଭିନବ କୁ ବାହା ହୋଇଥିଲେ । ଅଭିନବ ସହିତ ଭୁଲ୍ ବୁଝାମଣା ଯୋଗୁଁ ତାଙ୍କ ଠାରୁ ଅଲଗା ହୋଇଥିଲେ । ଏବେ ଏକୁଟିଆ ରହି ଦୁଇଜଣଙ୍କୁ ପାଳୁଛନ୍ତି ।

୪. ଦିଲଜିତ୍ କୌର୍

ଦିଲଜିତ୍ କୌର୍ ସେ ବାହାହୋଇ ଘରୋଇ ହିଂସାର ଶିକାର ହୋଇଛନ୍ତି । ଦିଲଜିତ୍ କୌର୍ ୨୦୦୯ରେ ଅଭିନେତା ସାଲିନ୍ ଭନୁତଙ୍କୁ ବାହା ହୋଇଥିଲେ । ତାଙ୍କର ଗୋଟେ ପୁଅ ବି ଅଛି । ୨୦୧୫ରେ ଦିଲଜିତ୍ ଘରୋଇ ହିଂସା ଯୋଗୁଁ ଛାଡ଼ପତ୍ର ନେଇଥିଲେ । ଦିଲଜିତ୍ ଏକୁଟିଆ ରହି ତାଙ୍କ ପୁଅଙ୍କୁ ପାଳନ ପୋଷଣ କରୁଛନ୍ତି । ସେ ତାଙ୍କ ପୁଅକୁ ବହୁତ୍ ଭଲ ପାଆନ୍ତି ଓ ସୋସିଆଲ ମିଡିଆରେ ସବୁ ବେଳେ ଫଟୋ ପୋଷ୍ଟ୍ କରନ୍ତି । ୨୦୧୩ ରେ ବିଗବସ୍ ସିଜନ୍ ୧୩ ରେ ସେ ଆସିଥିଲେ, ସେହି ଘରେ ରହି ତାଙ୍କ ପୁଅକୁ ମନେ ପକାଉଥିଲେ ।

୫. ଚାହତ୍ ଖାନ୍ନା

ସେ ବି ଜଣେ ଶିଂଗଲ ମଦର ଅଟନ୍ତି । ସେ ୨୦୧୩ରେ ଫରାନ୍ ମୀର୍ଜାଙ୍କୁ ବିବାହ କରିଥିଲେ । ବିବାହର ୪ ବର୍ଷରେ ତାଙ୍କର ୨ଟି ଝିଅ ହୋଇଥିଲା । ସବୁବେଳେ ମାନସିକ ଅଶାନ୍ତି ଶାରୀରିକ ଶୋଷଣ ଯୋଗୁଁ ୨୦୧୮ ମସିହାରେ ତାଙ୍କ ସ୍ଵାମୀ ଛାଡପତ୍ର ଦେଇଥିଲେ । ଏବେ ସେ ଏକା ରହି ଦୁଇ ଝିଅଙ୍କୁ ପାଳୁଛନ୍ତି । ବିବାହ ପରେ ସେ ଟିଭି କ୍ୟାରିଅର୍ ଛାଡ଼ିଦେଇଥିଲେ ।

୬. କାମ୍ୟା ପଞ୍ଜାବି

କାମ୍ୟା ପଞ୍ଜାବି ଲୋକଙ୍କ ସାମ୍ନାରେ ଖଳନାୟିକା ରୂପରେ ନଜର ଆସିଥିଲେ । କାମ୍ୟା ୨୦୦୩ ରେ ବଣ୍ଟି ନେଗିଙ୍କୁ ବିବାହ କରିଥିଲେ । ୨୦୦୯ରେ ତାଙ୍କ ଝିଅ ଆରାକୁ ଜନ୍ମ ଦେଇଥିଲେ । ଏହା ପରେ ୨୦୧୩ରେ ଛାଡ଼ପତ୍ର ନେଇଥିଲେ । ସେ ବିଗ୍ ବସ୍ ସୋ ରେ ଭାଗ ନେବାର କିଛି ମାସ ଆଗରୁ ସେ ତାଙ୍କ ସ୍ଵାମୀଠୁ ଅଲଗା ହୋଇଥିଲେ । ସେ ଛାଡ଼ପତ୍ର ପରେ ଏକା ହୋଇ ତାଙ୍କ ଝିଅକୁ ପାଳନ ପୋଷଣ କରୁଛନ୍ତି, ତା ପରଠୁ ସେ ତାଙ୍କ ଝିଅର ଦାୟିତ୍ଵ ଭଲ ଭାବରେ ନେଉଛନ୍ତି । ଫେବୃୟାରି ମାସରେ ସେ ତାଙ୍କ ବୟ ଫ୍ରେଣ୍ଡ ସଲଭ୍ ଡାନ୍ କୁ ବିବାହ କରିଥିଲେ । ସେ ତାଙ୍କ ବୈବାହିକ ଜୀବନରେ ବହୁତ୍ ଖୁସି ଅଛନ୍ତି ।

ସାଙ୍ଗମାନେ ଟିଭି ପରଦାର ଏହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଆପଣଙ୍କୁ କିଏ ପସନ୍ଦ କମେଣ୍ଟ୍ କରି ଜଣାନ୍ତୁ । ଆଗକୁ ମନୋରଞ୍ଜନ ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *