ନୂତନ ବର୍ଷ ଆରମ୍ଭ ହେଉ ହେଉ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି । ଯାହାକୁ ନେଇ ସମସ୍ତେ ଚର୍ଚା କରିବା ଆରମ୍ଭ କରି ଦେଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟି ଏହି ନବୀନ ନିବାସର ଓ ଏଥିରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଜର ଆସୁଛନ୍ତି । ଏହାକୁ ନବୀନ ନିବାସର କୌଣସି ବ୍ୟକ୍ତି ହିଁ ଶୁଟିଙ୍ଗ କରିଛନ୍ତି । କାରଣ ନବୀନ ନିବାସ ଭିତରକୁ ଯାଇ କୌଣସି ବି ପ୍ରକାରର ଭିଡିଓ ଶୁଟିଙ୍ଗ କରିବା ପାଇଁ କାହାକୁ ବି ଅନୁମତି ନାହିଁ ।
ଏମିତିରେ ଏହା ସ୍ପଷ୍ଟ ହୋଇ ଯାଉଛି କି ଏହାକୁ ନବୀନ ନିବାସ ତରଫରୁ ରିଲିଜ କରାଯାଇଛି । ନବୀନ ବାବୁ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କେବେ ବି କାହାକୁ କୁହନ୍ତି ନାହିଁ । ସେ କେବେ ବି କୌଣସି ଗଣମାଧ୍ୟମକୁ ଇଣ୍ଟରଭିୟୁ ଦେଇ ନାହାନ୍ତି । ସେ କେବଳ ଇଂରାଜୀ ଓ ଜାତୀୟ ଗଣମାଧ୍ୟମକୁ ଇଣ୍ଟରଭିୟୁ ଦେଇଛନ୍ତି । ଓଡିଆ ଗଣମାଧ୍ୟମକୁ ବହୁତ କମ ଇଣ୍ଟରଭିୟୁ ଦେଇଛନ୍ତି ।
ନବୀନ ବାବୁ ଯେତେବେଳେ ନୂଆ ନୂଆ ରାଜନୀତିକୁ ଆସିଥିଲେ ସେହି ସମୟରେ ସେ ଗଣମାଧ୍ୟମକୁ ଇଣ୍ଟରଭିୟୁ ଦେଇ ଥିଲେ । କିନ୍ତୁ ଧୀରେ ଧୀରେ ଏହି ସାକ୍ଷାତକାର ବନ୍ଦ ହୋଇଗଲା । ନବୀନ ନିବାସ ତରଫରୁ ଭାଇରାଲ କରାଯାଇ ଥିବା ଭିଡିଓରେ ଆପଣ ଦେଖି ପାରିବେ କି ନବୀନ ନିବାସରେ ନବୀନ ବାବୁ ଘରୁ ଚାଲି ଚାଲି ବାହାରକୁ ଆସୁଛନ୍ତି ।
ନବୀନ ବାବୁ ଏହି ସମୟରେ ଲୁଙ୍ଗୀ ଓ ହାତ ବାଲା ଗଞ୍ଜି ପିନ୍ଧିଛନ୍ତି । ଆପଣ ଦେଖି ପାରିବେ କି ଅଗଣାର ଏକ କାନ୍ଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ଲାଗିଛି ଓ ନବୀନ ବାବୁ ମହାପ୍ରଭୁଙ୍କୁ ଦେଖି ତାଙ୍କୁ ନମସ୍କାର କରୁଛନ୍ତି । ଏହି ସମୟରେ ଭିଡିଓର ବ୍ୟାକରାଉଣ୍ଡରେ ଗୋଟିଏ ଓଡିଆ ଭଜନ ବାଜୁଛି । ନବୀନ ବାବୁ ଛିଡା ଛିଡା ମହାପ୍ରଭୁଙ୍କୁ ନମସ୍କାର କରୁଛନ୍ତି । ଏହି କଥାକୁ ନେଇ ଲୋକମାନେ ଚର୍ଚା କରୁଛନ୍ତି । ମୁଣ୍ଡିଆ ମାରିବା ସମୟରେ ନବୀନ ବାବୁ କଛା ମାରିବାକୁ ଭୁଲି ଯାଇଛନ୍ତି ।
କାରଣ ହିନ୍ଦୁ ଧର୍ମରେ ଯଦି ଆପଣ ଭଗବାନଙ୍କୁ ମୁଣ୍ଡିଆ ମାରୁଛନ୍ତି ଓ ସେହି ସମୟରେ ଆପଣ ଯଦି ଗାମୁଛା ଧୋତି କିମ୍ବା ଲୁଙ୍ଗୀ ପିନ୍ଧିଛନ୍ତି ତେବେ ସେହି ସମୟରେ କଛା ମାରିବାକୁ ପଡିବ । କିନ୍ତୁ ନବୀନ ବାବୁ ଏହିଭଳି କିଛି କରି ନାହାନ୍ତି । ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ବି ନବୀନ ନିବାସରୁ ନବୀନ ବାବୁଙ୍କୁ ଏହିଭଳି କିଛି ଭିଡିଓ ସାମ୍ନାକୁ ଆସି ସାରିଛି । କେତେକ ଲୋକମାନେ ଏହି ଭିଡିଓର ପ୍ରଶଂସା କରୁଛନ୍ତି ତ ଅନ୍ୟ ପଟେ କିଛି ଲୋକମାନେ ଏହା ଉପରେ ପ୍ରଶ୍ନ କରିଛନ୍ତି ।