Naveen ଙ୍କ ପରେ Aparajita ! ପଢନ୍ତୁ ପୁରା ଖବର…

ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଜେପି ଦଳର ଲୋକପ୍ରିୟ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅପରାଜିତା ନିଜ ସମାଜସେବା ଓ ନିଜ ଚତୁରପଣିଆ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ ଅପରାଜିତା ସମସ୍ତ ସ୍ଥାନରେ ଚର୍ଚ୍ଚାରେ ରହିଛନ୍ତି ଓ ଚର୍ଚ୍ଚାର କାରଣ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବର୍ତ୍ତମାନର ଖବର ଅନୁଯାଇ ଯେଉଁଠି ନବୀନ ପାଇଥିଲେ ସେଇଠୁ ଅପରାଜିତା ପାଇବେ । ଏମଆଇଟି ବିଶ୍ଵ ବିଦ୍ୟାଳୟ ଭୁବନେଶ୍ବର ସାଂସଦଙ୍କୁ ସମ୍ମାନିତ କରିବ । ୨୦୧୮ରେ ଏହି ବିଶ୍ଵ ବିଦ୍ୟାଳୟ ନବୀନଙ୍କୁ କରିଥିଲା ସମ୍ମାନିତ ।

ଏବେ ଅପରାଜିତାଙ୍କୁ ସମ୍ମାନ ସହ ମିଳିବ ଡକ୍ଟରେଟ ଉପାଧି । ପୂର୍ବରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏମଆଇଟି ବିଶ୍ଵ ବିଦ୍ୟାଳୟ ଉପାଧି ଦେଇ ସମ୍ମାନିତ କରିଥିଲା । ଆଉ ଏବେ ଉକ୍ତ ସଂସ୍ଥା ଭୁବନେଶ୍ବରର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କୁ ଉକ୍ତ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛନ୍ତି । ସମ୍ମାନ ଜନକ ଶ୍ରୀ ସରସ୍ଵତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମିଳିବ ।

ଏଥି ସହିତ ତାଙ୍କୁ ଡକ୍ଟରେଟ ଉପାଧି ମଧ୍ୟ ପ୍ରଦାନ କରାଯିବ । ଏନେଇ ବିଶ୍ଵ ବିଦ୍ୟାଳୟ ତରଫରୁ ସାଂସଦଙ୍କୁ ଅବଗତ କରାଯାଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଜରରେ ଷ୍ଟାର ଅଫ ଓଡିଶା ମଧ୍ୟରୀ ଅପରାଜିତା ହେଉଛନ୍ତି ଜଣେ । ତାଙ୍କୁ ଏହି ସମ୍ମାନ ଦେବା ପଛରେ ବଡ କାରଣ ହେଉଛି ଜଣେ ଦକ୍ଷ ପ୍ରଶାସିକା ଭାବରେ ସେ କାର୍ଯ୍ୟ ସମ୍ପାଦନା କରି ବେସ ନାଁ କମାଇ ଥିଲେ ଅପରାଜିତା ।


ଆଉ ଏବେ ଭୁବନେଶ୍ବରର ସାଂସଦ ରୂପେ କାର୍ଯ୍ୟ କରି ସାରା ଓଡିଶାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛନ୍ତି ଅପରାଜିତା ଷଡଙ୍ଗୀ । ତେଣୁ ତାଙ୍କୁ ଏହି ସମ୍ମାନ ଦେବା ପାଇଁ ବିଶ୍ଵ ବିଦ୍ୟାଳୟ କର୍ତ୍ତୁପକ୍ଷ ନିଷ୍ପତ୍ତି ନେଇଥିବା କହିଛନ୍ତି । ଆସନ୍ତା ୯ ତାରିଖରେ ସେ ଏହି ସମ୍ମାନରେ ସମ୍ମାନିତ ହେବେ ।ପ୍ରାୟ ୫୪ ହଜାର ଛାତ୍ର ଛାତ୍ରୀଙ୍କୁ ନେଇ ଚାଲିଥିବା ଏହି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଅପରାଜିତାଙ୍କୁ ଚୟନ କରିବା ପରେ ଓଡିଶା ରାଜନୀତିରେ ଯେମିତି ହଲଚଲ ଆରମ୍ଭ ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *