ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତା ଅନୁଭବ ମହାନ୍ତି କହିଛନ୍ତି ଯେ ଯେତିକି ପ୍ରେମ କରିଲେ ସେତିକି ନାମ ମଧ୍ୟ ନେଲେ ତାଙ୍କର ଏ ଜନ୍ମରେ ନୁହେଁ କି ହଜାରେ କି ଲକ୍ଷେ ଜନ୍ମରେ ନୁହେଁ, ଯେତେ ମଧ୍ୟ ଜନ୍ମ ନେଲେ ସେ ଆଉ ପ୍ରେମ କରି ପାରିବେ ନାହିଁ । ଥରେ ପ୍ରେମ କରିଲେ ବାଟବଣା ହେଲେ ଏବଂ ନାମ ମଧ୍ୟ ନେଲେ ଆଉ ନାମ ନେଲା ପରେ ସେ କଣ ଆଉ ପ୍ରେମ କରିବେ ? ଅଭିନେତା ଅନୁଭବ ମହାନ୍ତି ବିଫଳ ପ୍ରେମ କୁ ନେଇ ତାଙ୍କର ଇମୋଶନ ସେ ବଖାଣିଛନ୍ତି ।

ଏଭଳି ଲାଗୁଛି ଯେ ଅନୁଭବ ସତରେ ଆଉ କେବେ ପ୍ରେମ କରିବେ ନାହିଁ । ଅନୁଭବ ଙ୍କ ମୁହଁରୁ ଏଭଳି କଥା ଶୁଣିବା ପରେ ତାଙ୍କ ସାଥିରେ ଥିବା ସାଙ୍ଗସାଥି କହୁଛନ୍ତି ଯେ ଏ ସବୁ ଅନୁଭବ ଙ୍କ ବାହାନା ବୋଲି । ଲଣ୍ଡନର ଏକ ବ୍ରିଜ ରେ ବର୍ଷା କାରଣରୁ ଛିଡା ହୋଇ ସଂପୂର୍ଣ୍ଣ ଟିମ ସହିତ ମଜାମସ୍ତି କରୁଥିଲେ ଅନୁଭବ । ଆଉ ସେହି ମଜାମସ୍ତି ଭିତରେ ସେ କହୁଛନ୍ତି ଯେ ମୁଁ ଏବେ ଶ୍ରୀ ରାମ ଏବଂ ହନୁମାନ ଙ୍କ ଭକ୍ତ ।
ତାଙ୍କର ଆଉ ପ୍ରେମ ଦରକାର ନାହିଁ । ସେ ଯେତିକି ପ୍ରେମ କରିଲେ ସେତିକି ନାମ ମଧ୍ୟ ନେଲେ । ସେ ଆଉ ଲଭ ସେତୁ ରେ ନ ଯାଇ ରାମ ଙ୍କ ସେତୁ ରେ ଯିବେ ବୋଲି ସଫା ସଫା କହିଦେଇଛନ୍ତି । ଏହିସବୁ “ଲଭ ଇନ ଲଣ୍ଡନ” ର ସୁ-ଟି-ଙ୍ଗ ସେଟରେ ହୋଇଥିଲା । ଅନୁଭବ ଏହିସବୁ ଏଥିପାଇଁ କହିଛନ୍ତି ଯେ ବର୍ତ୍ତମାନ ତାଙ୍କର ଏବଂ ତାଙ୍କ ସ୍ତ୍ରୀ ବର୍ଷା ଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି ।
ତେବେ ଏହି ବିବାଦ ଆଦୌ ମଧ୍ୟ ସମାଧାନ ହୋଇପାରୁନାହିଁ । ଏଥିପାଇଁ ଅଭିନେତା ଅନୁଭବ ମହାନ୍ତି ତାଙ୍କର ବୈବାହିକ ଜୀବନରୁ ବିଚ୍ଛିନ୍ନ ହେବାକୁ ଯାଉଛି । ଅନୁଭବ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ପ୍ରେମ କରି ବହୁତ ବଡ ଭୁଲ କରିଛନ୍ତି ବୋଲି କହିଥିଲେ ।

ଷ୍ଟାର ଦମ୍ପତ୍ତି ଙ୍କ ପାରିବାରିକ ବିବାଦ ବର୍ତ୍ତମାନ କଟକ ଫ୍ୟାମିଲି କୋର୍ଟରେ ବିଚାରଧିନ ଅବସ୍ଥାରେ ଅଛି । ଫ୍ୟାନ୍ସ ମାନଙ୍କ ମନରେ କିନ୍ତୁ ଏହାକୁ ନେଇ ଅସନ୍ତୋଷତା ଦେଖିବାକୁ ମିଳିଛି କାରଣ ବର୍ଷା ଏବଂ ଅନୁଭବ ଙ୍କ ଯୋଡି କୁ ପ୍ରଶଂସକ ମାନେ ସର୍ବଦା ଦେଖିବାକୁ ଚାହିଁଥାନ୍ତି ବୋଲି କମେଣ୍ଟ ମାଧ୍ୟମରେ ଜଣାଇଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

