‘ମୋର ଭିଲିୟାନ୍ ମାନେ ବହୁତ ପସନ୍ଦ, ସେମାନେ ଯେତେବେଳେ…’ ନିଜ ମନର କଥାକୁ ଖୋଲି କହିଦେଲେ ଯାତ୍ରା ଅଭିନେତ୍ରୀ Bebina Jena, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଯାତ୍ରା ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଯାତ୍ରା ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବେବିନା ଜେନା ।


ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ବେବିନା ଜେନାଙ୍କୁ ନିଶ୍ଚୟ ଜାଣିଥିବେ । ନିଜ ସୁନ୍ଦରତା ଓ ନିଜ ଜବରଦସ୍ତ ଅଭିନୟ ପାଇଁ ବେବିନା ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ବେବିନାଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓରେ ବେବିନା ନିଜ ପର୍ଶନାଲ ଜୀବନୀ ବିଷୟରେ କହୁଛନ୍ତି । ବେବିନା ଏହି ଭିଡିଓ କହୁଛନ୍ତି-‘ଯାତ୍ରା ଜଗତରେ ମୋର 14 ବର୍ଷ ହେଇଗଲା । ମୁଁ ପାଢ ପଢିବା ବେଳେ ନାଟକକୁ ଚାଲି ଆସିଥିଲି ପ୍ରଥମେ ଦୁଇଟି ଛୋଟ ଛୋଟ ନାଟକରେ ଅଭିନୟ କରିଲି । 14 ବର୍ଷ କାରିୟରରେ ମୁଁ 10ଟା ଯାତ୍ରା ପାର୍ଟିରେ କାମ କରିସାରିଛି । ମୁଁ ଉଭୟ ନେଗେଟିଭ ଆଉ ପଜେଟିଭ ରୋଲରେ ଅଭିନୟ କରେ ଆଉ ମୋତେ ଉଭୟ ନେଗେଟିଭ ଆଉ ପଜେଟିଭ ରୋଲ ଭଲ ଲାଗେ ।

ଗୋଟେ କଳାକାର ସବୁ ଚରିତ୍ରକୁ ନେଇ ଆଣି ଥୋଇବାଟା ହେଉଛି ବଡ କଥା । ଗୋଟେ ଯାତ୍ରାରେ ନେଗେଟିଭ କ୍ୟାରେକ୍ଟର ରହିବା ନିହାତି ଦରକାର । ଯାତ୍ରାରେ ଆସିବା ପାଇଁ ମୋର ଇଛା ଥିଲା ହେଲେ ଘର ଲୋକ ଚାହୁଁ ନଥିଲେ କିନ୍ତୁ ଘରେ ଟିକେ ସମସ୍ୟା ଥିଲା । ମୁଁ ଯାତ୍ରାକୁ ଏକା ଆସିନି ମୋ ସ୍ଵାମୀ ନେଇକି ଆସିଛନ୍ତି । ତାଙ୍କ ଯାତ୍ରା ପାର୍ଟି ପଡିଥିଲା ଗାଁରେ ତାଙ୍କ ସହ କଥା ହେଉ ହେଉ ମୁଁ କହିଲି ଯାତ୍ରା ପାର୍ଟିକୁ ଯିବା ପାଇଁ ।

ଆଉ ସେ ନେଇଆସିଲେ । ଯାତ୍ରାକୁ ଆସିବା ପରେ 15 ଦିନ ମଧ୍ୟରେ ଆମର ବାହାଘର ହୋଇଯାଇଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବେବିନା ନିଜ ମନର କଥା କହିଛନ୍ତି ଆଉ ସେ ଏହା ମଧ୍ୟ କହିଛନ୍ତି ତାଙ୍କୁ ଭିଲିୟାନ ମାନେ ବହୁତ ପସନ୍ଦ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବେବିନା ଜେନା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *