ବନ୍ଧୁଗଣ ବର୍ତ୍ତମାନର ସମୟରେ ସମସ୍ତ ଲୋକଙ୍କ ପାଇଁ ମୋବାଇଲ ଏକ ଖାସ ଜୀବନର ଅଂଶ ପାଲଟି ଯାଇଛି । ସମସ୍ତ ଲୋକଙ୍କ ପାଇଁ ମୋବାଇଲ ବିନା ରହିବା ଅସମ୍ଭବ । ଯେମିତି ପ୍ରତ୍ୟକ ଜିନିଷର କିଛି ଭଲ ଗୁଣ ରହିଛି ଓ କିଛି ଖରାପ ଗୁଣ ରହିଛି ।
ସେହିପରି ମୋବାଇଲର ମଧ୍ୟ କିଛି ଖରାପ ଗୁଣ ଏବଂ ଭଲ ଗୁଣ ରହିଛି । ବନ୍ଧୁଗଣ ଅନେକ ସମୟରେ ମୋବାଇଲ ଫାଟି ଜୀବନ ଯିବାର ମଧ୍ୟ ଘଟଣା ଘଟିଛି । ବନ୍ଧୁଗଣ ମୋବାଇଲ ଫାଟିବା ପୂର୍ବରୁ କିଛି ବିଶେଷ ସଙ୍କେତ ମିଳିଥାଏ । ଯଦି ଆପଣ ମାନେ ଏହି ସଙ୍କେତ ଗୁଡିକ ବିଷୟରେ ଜାଣିନେବେ ତା ହେଲେ ଆପଣ କେବେ ମୋବାଇଲ ଦ୍ଵାରା ନିଜ ଜୀବନ ହରେଇବେ ନାହିଁ ।
ଆଜିଆମେ ଆପଣ ମାନଙ୍କୁ ଏହି ସଙ୍କେତ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ସଙ୍କେତ ଗୁଡିକ ବିଷୟରେ ।
୧. ଲିଥିୟମ ଆୟନରେ ନିର୍ମିତ ବ୍ଯାଟେରୀ ଚାର୍ଜ କରିବା ସମୟରେ ଗରମ ହୋଇଯାଇଥାଏ । ଏଥିସହ ଏହାକୁ ଅଧିକ ବ୍ୟବହାର କରିବା ଦ୍ଵାରା ମଧ୍ୟ ଏହା ଗରମ ହୋଇଥାଏ ।ତେଣୁ ଯେତେବେଳେ ମୋବାଇଲ ବ୍ୟବହାର ବା ଚାର୍ଜ କରିବା ସମୟରେ ମୋବାଇଲ ଗରମ ହେବ ତା ହେଲେ ଆପଣ ତୁରନ୍ତ ଏହାର ବ୍ୟାଟେରୁକୁ ବଦଳାନ୍ତୁ । ଅଥବା ଏହା ଫା-ଟି-ବା-ର ସମ୍ଭାବନା ରହିଛି ।
୨. ଯଦି ଆପଣଙ୍କ ମୋବାଇଲର ବ୍ଯାଟେରୀ ଫୁଲିଯାଇଛି ତା ହେଲେ ଏହା କେତେବେଳେ ମଧ୍ୟ ଫାଟି ପାରେ । ତେଣୁ ଆପଣ ଯଥାଶୀଘ୍ର ସେହି ଫୁଲିଥିବା ବ୍ଯାଟେରୀକୁ ବଦଳାନ୍ତୁ ।
୩. ମୋବାଇଲ ଫାଟିବ କି ନାହିଁ ପରୀକ୍ଷା କରିବା ପାଇଁ ଆପଣ ଗୋଟିଏ ଟେବୁଲ ଉପରେ ମୋବାଇଲର ବ୍ୟାଟେରୀକୁ ବାହାର କରି ଘୂରାନ୍ତୁ । ଯଦି ଏହା ଘୂରୁଛି ତା ହେଲେ ଏହାର ଅର୍ଥ ମୋବାଇଲ ବ୍ୟାଟେରୀ ଫୁଲିଯାଇଛି । ଏହି ସମୟରେ ଆପଣ ତୁରନ୍ତ ଏହାକୁ ବଦଳାନ୍ତୁ ନଚେତ ଏହା ଫାଟିବାର ସମ୍ଭାବନା ରହିଛି ।
୪. ବନ୍ଧୁଗଣ ବର୍ତ୍ତମାନର ସମୟରେ ଏପରି କିଛି ଫୋନ ଆସୁଛି ଯାହାର ବ୍ୟାଟେରୀକୁ ଫୋନ ମଧ୍ୟରୁ ବାହାର କରିହେବ ନାହିଁ । ସେ କ୍ଷେତ୍ରରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ ଯଦି ମୋବାଇଲ ଚାର୍ଜ କରିବା ସମୟରେ ଉଭୟ ଚାର୍ଜର ଏବଂ ମୋବାଇଲ ଗରମ ହେଇଯାଉଛି ତା ହେଲେ ଆପଣ ତୁରନ୍ତ ଚାରଜିଙ୍ଗ ପଏଣ୍ଟକୁ ବନ୍ଦ କରନ୍ତୁ ।
୫. ବେଳେବେଳେ ସ୍ମାର୍ଟ ଫୋନ ତଳେ ପଡିବା ଦ୍ଵାରା ବା ମୋବାଇଲକୁ ଫୋପାଡିବା ଦ୍ଵାରା ମଧ୍ୟ ମୋବାଇଲ ଫାଟି ପାରେ । ତେଣୁ ଆପଣ ଏ ସବୁ କଥା ଉପରେ ବିଶେଷ ଧ୍ୟାନ ରଖନ୍ତୁ । ତା ହେଲେ ବନ୍ଧୁଗଣ ମୋବାଇଲ ସହ ଜଡିତ ଏହି ସବୁ ବିଶେଷ କଥାକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ଦିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ