ବନ୍ଧୁଗଣ ସମଗ୍ର ଦେଶରେ ବ୍ୟାପିଥିବା ଭୟଙ୍କର ମହାମାରୀ କୋରନା ଭାଇରସ ର ଉତ୍ପତ୍ତି କେଉଁ ଠାରୁ ହୋଇଛି ତାକୁ ନେଇ ସମସ୍ତଙ୍କ ମନରେ ଅନେକ ଦ୍ଵନ୍ଦ ସୃଷ୍ଟି ହୋଇଛି ।
କେତେକ ଦେଶ ଏହା ଚୀନ ର ଉହାନ ଲ୍ୟାବ ରୁ ତିଆରି ହୋଇଥିବା କହିଛନ୍ତି । ଏହା ମଧ୍ୟରେ ଆମେରିକା ର ଏକ ରିପୋର୍ଟ ବିଶେଷଜ୍ଞ ଙ୍କୁ ଚକିତ କରିଛି । କୋରନା ବ୍ୟାପିବାର ୩ ମାସ ପୂର୍ବରୁ ଉହାନ ଲ୍ୟାବ ର ୩ ଜଣ ବୈଜ୍ଞାନିକ ଅସୁସ୍ଥ ହୋଇଯାଇଥିଲେ ବୋଲି ରିପୋର୍ଟ ରେ ପ୍ରକାଶ ପାଇଛି ।
ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ର ରିପୋର୍ଟ ଅନୁସାରେ, ଉହାନ ଇନ୍ସଟିଚ୍ୟୁଟ ଅଫ ଭାଇରୋଲୋଜି ର ୩ଜଣ ବୈଜ୍ଞାନିକ ନଭେମ୍ବର ୨୦୧୯ ରେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ଏହା ସହିତ ଆମେରିକା ହାତ ରେ ଲାଗିଥିବା ଏହି ଗୁଇନ୍ଦା ରିପୋର୍ଟ ରେ ଉହାନ ଲ୍ୟାବ ରେ କାମ କରୁଥିବା ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ଙ୍କ ତାଲିକା ମଧ୍ୟ ରହିଛି ।
ଏହି ରିପୋର୍ଟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୈଠକ ର ଗୋଟିଏ ଦିନ ପୂର୍ବରୁ ଆସିଛି । ଯେଉଁ ବୈଠକରେ କୋରନା ଉତ୍ପତ୍ତି କୁ ନେଇ ତଦନ୍ତ ବାବଦରେ ବିସ୍ତୃତ ଆଲୋଚନା ହେବ । ଆମେରିକା ସିକ୍ୟୋରିଟି କାଉନସିଲ ର ମୁଖ୍ୟପାତ୍ର ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏହି ଖବର କୁ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।
କିନ୍ତୁ ଏହା କହିଛନ୍ତି ଯେ, ବାଇଡେନ ସରକାର କୋରନା ଭାଇରସ ର ଉତ୍ପତ୍ତି ର ତଦନ୍ତ ପାଇଁ ଉତ୍ସାହିତ ଅଛନ୍ତି । ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଟିମ୍ କୋରନା ତଥ୍ୟ ହାସଲ ପାଇଁ ଉହାନ ଯାଇଥିଲା । ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଯେ, ଉହାନ ଲ୍ୟାବ ରୁ କୋରନା ଉତ୍ପତ୍ତି ନେଇ ପର୍ଯ୍ୟାପ୍ତ ତଥ୍ୟ ନାହିଁ ।
ଆମେରିକା ର ପୂର୍ବତନ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପ କୋରନା ଭାଇରସ କୁ ଚୀନ ଭାଇରସ କହିବା ସହିତ ଏହା ଚୀନ ରୁ ଆସିଥିବା ବୋଲି ଦାବି କରିଥିଲେ । ତେବେ ଚୀନ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍ କୁ ଅନେକ ସମୟରେ ସହାୟତା କରୁ ନଥିବା ଅ-ଭି-ଯୋ-ଗ ଆସିଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।