ମୃତ୍ୟୁ ପୂର୍ବରୁ ସମସ୍ତଙ୍କ ସାମ୍ନାରେ ନିଜ 2 ପୁଅଙ୍କ ବିଷୟରେ କିଛି ଏମିତି କହିଥିଲେ Mihir Das, ଦେଖିଲେ ଆଖିରେ ଲୁହ ରହିବନି, ଦେଖନ୍ତୁ Video

ବନ୍ଧୁଗଣ ଆଜି ମିହିର ଦାସ ଆମ ମାନଙ୍କ ଗହଳରେ ନାହାନ୍ତି । ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ହେବା ପରେ ବର୍ତ୍ତମାନ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ତେବେ ଗତ କାଲି କଟକ ସତୀଚଉରାରେ ତାଙ୍କର ଶେଷକୃତ୍ୟ ପୂରଣ ହୋଇଛି । ତେବେ ବନ୍ଧୁଗଣ ମିହିର ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କ ମନରେ ଦୁଃଖ ଭରିଯାଇଛି ।

ଗତ ୧୧ ତାରିଖ ସନ୍ଧ୍ୟା ସମୟରେ ମିହିର ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ ।ଦୀର୍ଘ ବର୍ଷ ଧରି ମିହିର କିଡ୍ନି ଜନିତ ରୋଗରେ ପୀଡିତ ଥିଲେ ଓ ଗତ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇଥିଲା । ଏହା ପରେ ତାଙ୍କ ଚିକିତ୍ସା ଏସିବି ମେଡିକାଲରେ ଚାଲିଥିଲା ହେଲେ ବନ୍ଧୁଗଣ ଗତ ୧୧ ତାରିଖ ଖବର ଆସିଲା ମିହିର ଦାସ ଆଉ ଏହି ଦୁନିଆରେ ନାହାନ୍ତି ।

ବନ୍ଧୁଗଣ ମିହିର ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ଦିଗଜ କଳାକାର ନିଜର ଦୁଃଖ ପ୍ରକାଶ କରିଛନ୍ତି । ମିହିର ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ କଳାକାରଙ୍କ ସହ କାମ କରିଥିଲେ । ତାଙ୍କ ବ୍ୟବହାର ଓ ତାଙ୍କ ମଣିଷ ପଣିଆ ବିଷୟରେ ସମସ୍ତ କଳାକାର ଜାଣି ଥିଲେ । ଓଡିଆ ଇଣ୍ଡଷ୍ଟ୍ରିରେ ଏତେ ବଡ ସଫଳତା ପାଇବା ପରେ ମଧ୍ୟ ତାଙ୍କର ଗର୍ବ କି ଅହଂକାର ନଥିଲା । ସେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ପ୍ରସିଦ୍ଧି ହାସଲ କରିଥିଲେ ।

ତେବେ ମିହିର ଯିବା ପରେ ସୋସିଆଲ ମିଡିଆରେ କେବଳ ତାଙ୍କର ହିଁ ଚର୍ଚା ହେଉଛି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ମିହିରଙ୍କର ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ମିହିର ଯାହା କହିଛନ୍ତି ତାହା ଶୁଣିଲେ ଆପଣ ମାନଙ୍କ ଆଖିରୁ ମଧ୍ୟ ଲୁହ ଝରିଯିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ଏହି ଭିଡିଓରେ ମିହିର କହୁଛନ୍ତି-‘ସମ୍ପତ୍ତି ବୋଲି ମୋର ଦୁଇ ପୁଅ ଆଉ ଆପଣ ମାନଙ୍କର ଭଲ ପାଇବା । ଆକୁ ନେଇକି ଯିବି ସବୁବେଳେ କୁହେ ଆଜି ବି କହୁଛି ଯେ ଏ ମେଟ୍ରାଲିଷ୍ଟକ କଥା ମତେ ପ୍ରଭାବ କରେ ନାହିଁ । ୧୦ଟି ଟଙ୍କା ଥିଲେ ବି ମୁ ରାଜା ଭଳି ବଞ୍ଚି ପାରେ ବୋଲି ମୁ ଭାବେ ଆଉ ଆପଣଙ୍କର ଭଲ ପାଇବାର ମୂଲ୍ୟ ବହୁତ ଅଧିକ । ମୋର ଦୁଃଖ ସୁଖ କିଛି ନାହିଁ ଗଲା ବେଳକୁ କେହି ତ କିଛି କହିବେ ଯେ ଏ ଯାଉଛି ଆଉ ଆଖିରୁ ଟିକେ ଲୁହ ଗଡାଇବେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମିହିର ନିଜ ମନର କଥା କହିଥିଲେ ।

Leave a Reply

Your email address will not be published. Required fields are marked *