ମିହିର ଦାସଙ୍କ ପାଇଁ କଟକ ଲୋକ କଲେ ଏମିତି କାମ, ଦେଖିଲେ ଆଖିରେ ଲୁହ ରହିବନି ! ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ମିହିର ଦାସ ଆମ ମାନଙ୍କ ଗହଳରେ ଆଉ ନାହାନ୍ତି । ମିହିର ଯିବା ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।  ତେବେମିହିରଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ମିହିର ନିଜ ଜବରଦସ୍ତ ଅଭିନୟ ଦ୍ଵାରା ସାରା ଓଡିଶା ବାସୀଙ୍କ ମନ ଜିତି ଥିଲେ । ହୁଏ ତ ମିହିରଙ୍କ ଭଳି କଳାକାର ଆଉ ଓଡିଆ ଇଣ୍ଡଷ୍ଟ୍ରିରେ ଜନ୍ମ ନେଇ ନପାରେ ହେଲେ ତାଙ୍କର ସ୍ମୃତି ଆମ ମାନଙ୍କ ମନରେ ସବୁଦିନ ରହିବ ।

ମିହିର ଦୀର୍ଘ ବର୍ଷ ଧରି କିଡ୍ନି ରୋଗରେ ପୀଡିତ ଥିଲେ ତେବେ ଗତ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ହେଲେ ଚିକିତ୍ସା ଚାଲିଥିବା ବେଳେ ମିହିର ଆମ ମାନଙ୍କୁ ଛାଡି ଚାଲିଗଲେ ।

ମିହିର ଯିବା ପରେ ତାଙ୍କ ପରତିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ମିହିର ଦାସଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ବି ଭାବ ବହୁଳ ହୋଇଯିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ସ୍ବର୍ଗତଃ ମିହିର ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକ ବାସୀ ତାଙ୍କ ପାଇଁ କିଛି ଏମିତି କାମ କରିଛନ୍ତି ଯାହା ଦେଖିଲେ ଆପଣ ମାନଙ୍କ ଆଖିରୁ ଲୁହ ଝରିଯିବ । ତେବେ ଲୋକପ୍ରିୟ ଅଭିନେତା ଶ୍ରିତମ ଦାସ ଓ ଅନେକ ସାରା ଅଭିନେତା ମିଶି ମିହିର ଦାସଙ୍କ ଏକ ମାଟିର ପ୍ରତିମୂର୍ତ୍ତି ସ୍ଥାପନା କରିଛନ୍ତି । ଏହି ପ୍ରତିମୂର୍ତ୍ତିଟି ସଂପୂର୍ଣ୍ଣ ରୂପେ ଜୀବନ୍ତ ଲାଗୁଛି । ତେବେ ଶ୍ରିତମ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ପ୍ରତିମୂର୍ତ୍ତିର ଫଟୋ ଓ ଭିଡିଓ ପୋଷ୍ଟ କରିଛନ୍ତି ।

ଏହା ସହ ସେ ଲେଖିଛନ୍ତି-‘କୁମ୍ଭାର ସାହିର ଶିଳ୍ପୀ ମାନେ ମିହିର ଭାଇଙ୍କ ୬୩ତମ ଜନ୍ମ ଜୟନ୍ତୀ ଅବସରରେ ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନ ସହ ମିଶି ଲକ୍ଷ୍ମୀ ନାରାୟଣ ମନ୍ଦିର ଠାରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଧନ୍ୟବାଦ ସବୁ ଶିଳ୍ପୀ ମାନଙ୍କୁ ମୋ ଅନୁରୋଧ ରକ୍ଷା କରିଥିବାରୁ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମିହିରଙ୍କ ଏହି ପ୍ରତିମୂର୍ତ୍ତିଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *