Mihir Das ଙ୍କୁ ମନେପକାଇ ହଠାତ କାନ୍ଦି ପକେଇଲେ ହିରୋଇନ Rachna Banerjee, କହିଲେ ‘ଦିନେ ମିହିର ଆଉ ମୁଁ ବହୁତ…’ ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ମିହିର ଦାସ ଆମ ମାନଙ୍କ ଗହଳରେ ଆଉ ନାହାନ୍ତି । ମିହିର ଯିବା ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ମିହିର ଦାସଙ୍କ ଏକାଦଶାହ କ୍ରିୟା ଶେଷ ହୋଇସାରିଛି । ଗତ ପହଡଦିନ ମିହିରଙ୍କ ଏକା ଦଶାହ କ୍ରିୟା ଶେଷ ହୋଇଥିଲା । ତେବେମିହିରଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ ।

ମିହିର ନିଜ ଜବରଦସ୍ତ ଅଭିନୟ ଦ୍ଵାରା ସାରା ଓଡିଶା ବାସୀଙ୍କ ମନ ଜିତି ଥିଲେ । ହୁଏ ତ ମିହିରଙ୍କ ଭଳି କଳାକାର ଆଉ ଓଡିଆ ଇଣ୍ଡଷ୍ଟ୍ରିରେ ଜନ୍ମ ନେଇ ନପାରେ ହେଲେ ତାଙ୍କର ସ୍ମୃତି ଆମ ମାନଙ୍କ ମନରେ ସବୁଦିନ ରହିବ । ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ମିହିରଙ୍କୁ ନେଇ ନିଜର ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ଗତ କିଛି ସମୟ ହେବ ଓଡିଆ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ରଚନା ବାନାର୍ଜୀ ମିହିରଙ୍କୁ ନେଇ ନିଜର ଦୁଃଖ ପ୍ରକାଶ କରିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରଚନା ହେଉଛନ୍ତି ଜଣେ ବଙ୍ଗଳା ଅବିନେତ୍ରୀ ହେଲେ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଥର କାମ କରିଛନ୍ତି । ରଚନା ମିହିରଙ୍କ ସହ ମଧ୍ୟ ଅନେକ ଫିଲ୍ମରେ କାମ କରିଥିଲେ ।

ରଚନା ସେହି ଭିଡିଓରେ କହୁଛନ୍ତି-‘ଆପଣ ମାନେ ଜାଣି ଛନ୍ତି ମୁ ବହୁତ ଫିଲ୍ମ ଓଡିଶାରେ କରିଛି । ସେମାନଙ୍କ ପାଇଁ ମୋର ବହୁତ ରେସ୍ପେକ୍ଟ ଅଛି ମୁ ବହୁତ ସମ୍ମାନ କରେ ସେମାନଙ୍କୁ । ଆଉ ମିହିର ଭାଇ ଆଜି ନାହିଁ ଆମକୁ ଛାଡି ଚାଲିଯାଇଛନ୍ତି । ମୁ ବହୁତ ଫିଲ୍ମ କରିଛି ମିହିର ଭାଇ ସାଥିରେ । ସେଥିପାଇଁ ମୋତେ ବହୁତ ଦୁଃଖ ଲାଗୁଛି ଯେ, ସେ ଆଉ ଆମ ମାନଙ୍କ ମଧ୍ୟରେ ନାହାନ୍ତି’ ।

ଆଗକୁ ସେ କହିଛନ୍ତି-‘ଗତ କିଛି ବର୍ଷ ପୂର୍ବରୁ ମୋହିର ଭାଇ ଆଉ ମୋର ଦେଖା ହେଇଥିଲା କିନ୍ତୁ ମୁ ତ ଆଉ ଓଡିଶା ଯାଉ ନାହିଁ । ତେଣୁ ବର୍ଷେ ଦୁଇ ବର୍ଷ ହେବ ମୋର ତାଙ୍କ ସହ ଦେଖା ହେଇ ନଥିଲା । ମୋତେ ବହୁତ ଦୁଃଖ ଲାଗୁଛି । ଓଡିଶାର ସମସ୍ତ କଳାକାରଙ୍କ ପାଇଁ ମୋର ବହୁତ ରେସ୍ପେକ୍ଟ ଅଛି ମୁ ବହୁତ ଭଲ ପାଏ ସେମାନଙ୍କୁ । ହେଲେ ଜଣେ ଜଣେ କରି ଚାଲିଯିବେ ମୋ ବାପା ବି ମତେ ଛାଡି ଚାଲିଗଲେ ମିହିର ଭାଇ ବି ଚାଲିଗଲେ । ତେଣୁ ସମସ୍ତେ ଚାଲି ଯାଉଛନ୍ତି ଦିନ ଆସିବ ମୁ ବି ଚାଲି ଯିବି’ ।

Leave a Reply

Your email address will not be published. Required fields are marked *