ବିଶ୍ଵ ପାଇଁ ଆସୁଛି ସବୁଠୁ ବଡ ବିପଦ ! ବର୍ଷକୁ ପ୍ରାଣ ହରାଇବେ ଅଢେଇ ଲକ୍ଷ ଲୋକ !

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ବିଶ୍ଵ ପାଇଁ ବଡ ବିପଦ ଜଳିବ ପୃଥିବୀ ବୁଡିବ ସହର । ଦେଖା ଦେବ ଅନାହାର ସବୁଆଡେ ରୋଗ ଭୟ ଦୁଆନରେ କଲବଲ ହେବ ମଣିଷ । ପାଣି ପାଇଁ ହାହାକାର ପଡିବ ଏମିତି ସ୍ଥିତିରେ ବଞ୍ଚିବା ହୋଇପଡିବ କଷ୍ଟକର । ସତର୍କ ନରହିଲେ କେହିବି ବଞ୍ଚି ପାରିବେ ନାହିଁ । ବର୍ଷକୁ ବର୍ଷ ପ୍ରାଣ ହରାଇବେ ଲକ୍ଷ ଲକ୍ଷ ଲୋକ । ମାଟି ବଦଳରେ ଭୂ ପୃଷ୍ଟ ହୋଇଯିବ କଙ୍କାଳମୟ । ଜଳବାଯୁ ପରିବର୍ତ୍ତନ ଯୋଗୁଁ ବିଶ୍ଵ ଉପରେ ମାଡି ଆସୁଛି ଏମିତି ବଡ ବିପଦ ।

ଜଳବାୟୁରେ ହେଉଥିବା ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ଯୋଗୁଁ ଗ୍ଲୋବାଲ ୱାର୍ମିଙ୍ଗ ବଢିବାରେ ଲାଗିଛି । ବର୍ଷା ଦିନରେ ଠିକ ଭାବରେ ବର୍ଷା ନହେବା ଶୀତ ଦିନରେ ଗରମ ଲାଗିବା କିମ୍ବା ଖରା ଦିନରେ ପ୍ରବଳ ଗରମ ଲାଗିବାକୁ ହିଁ ଗ୍ଲୋବାଲ ୱାର୍ମିଙ୍ଗ କୁହାଯାଏ । ଏହି ଗ୍ଲୋବାଲ ୱାର୍ମିଙ୍ଗ ବିଶ୍ଵ ପାଇଁ ଭୟଙ୍କର ବିପଦ ସୃଷ୍ଟି କରୁଛି । ହିମାଳୟ ବା ଅନ୍ୟ ପର୍ବତମାଳାରେ ଥିବା ବାଫ ଗୁଡିକ ଯଦି ତରଳିବ ତା ହେଲେ ସମୁଦ୍ର ପତନ ବୃଦ୍ଧି ପାଇବ ।

ଯାହାଫଳରେ ଉପକୂଳ ଅଞ୍ଚଳରେ ଯେତେ ଜନବସତି ରହିଛି ଓ ବଡ ବଡ ସହର ରହିଛି ସେସବୁ ଧୀରେ ଧୀରେ ସମୁଦ୍ରରେ ଲୀନ ହୋଇଯିବେ । ଧନ, ଜୀବନ କ୍ଷତ ହେବା ସହ ସମଗ୍ର ବିଶ୍ଵରେ ତାଣ୍ଡବ ଲୀଳା ସୃଷ୍ଟି ହେବ । ଏହାକୁ ଦ୍ରୁଷ୍ଟିରେ ରଖି ପ୍ରାକୃତିକ ବିପର୍ଯ୍ୟୟକୁ ବୈଜ୍ଞାନିକ ମାନେ କିଭଳି ଏଡାଇ ପାରିବେ ତାହା ହେଉଛି ସମସ୍ତଙ୍କର ଲକ୍ଷ ।


ମଣିଷର ଗତିବିଧି ଏବଂ କାର୍ଯ୍ୟ କଳାପ ହେତୁ ପୃଥିବୀର ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଆଉ ଜଳବାୟୁ ପରିବର୍ତ୍ତନ ମାନବ ସଭ୍ୟତାର ପ୍ରତ୍ୟକ ଦିଗ ପାଇଁ ବିପଦ ପାଲଟିଛି । ଯଦି ଏଥି ପ୍ରତି ଧ୍ୟାନ ଦିଆ ନ ଯାଏ କିମ୍ବା କେହି ସତର୍କ ନହୁଅନ୍ତି ତା ହେଲେ ଆଗାମୀ ଦିନରେ ତାପମାତ୍ରା ଏତେ ବୃଦ୍ଧି ପାଇବ ଯେ, ମାନବ ଜାତି ବଞ୍ଚିବା ଅସମ୍ଭବ ହୋଇ ପଡିବ ।

ଜୀବନ ପ୍ରତି ସୃଷ୍ଟି ହୋଇପାରେ ମସ୍ତ ବଡ ବିପଦ । ଏମିତି କି ସାରା ବିଶ୍ଵରେ ମରୁଡି ପରିସ୍ଥିତି ଦେଖା ଦେବ ସମୁଦ୍ରର ଜଳପତନ ବୃଦ୍ଧି ପାଇବା ସହିତ ପ୍ରାକୃତିକ ଦୁର୍ବିପାପ ଘଟିପାରେ । ଯାହାଫଳରେ ପୃଥିବୀରେ ଅନେକ ପ୍ରକାରର ଜୀବ ଲୋପ ପାଇବାର ଆଶଙ୍କା ଉପୁଜିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *