ଓଡିଆ ସିରିଏଲ ମାୟା ରେ ଅଭିନୟ କରୁଥିବା ରୁଦ୍ରୀଙ୍କ Family ଓ Biography

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ମାୟା ରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଥିବା ଜସ୍ମିନ ରଥ ଙ୍କ ପରିବାରରେ କିଏ କିଏ ଅଛନ୍ତି । ଆସନ୍ତୁ ଜାଣିବା । ବନ୍ଧୁଗଣ ମାୟା ସିରିଏଲ ରେ ଜସ୍ମିନ ରଥ ରୁଦ୍ରୀ ଚରିତ୍ରରେ ଅଭିନୟ କରୁଛନ୍ତି । ରୁଦ୍ରୀଙ୍କ ନାଗୁଣୀ ଚରିତ୍ରକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି । ଏହା ସହିତ ଏହି ସିରିଏଲ ର ଭରପୁର ମଜା ନେଉଛନ୍ତି ।

ଏହା ଦ୍ଵାରା ସିରିଏଲ ର ଟିଆରପି ଲଗାତାର ଭାବେ ବଢି ଚାଲିଛି । ଦର୍ଶକ ମାନଙ୍କୁ ଏହି ସିରିଏଲ ର କାହାଣୀ ଓ ଏଥିରେ ଅଭିନୟ କରୁଥିବା ସମସ୍ତ କାଳାକାର ମାନଙ୍କ ଅଭିନୟକୁ ବହୁତ ପସନ୍ଦ କରୁଛନ୍ତି । ଆସନ୍ତୁ ଜାଣିବା ଜସ୍ମିନ ରଥ ଙ୍କ ପରିବାରରେ କିଏ କିଏ ଅଛନ୍ତି ।

ଜୀ ସାର୍ଥକ ର ସର୍ଗମ ଧାରାବାହିକରୁ କ୍ଯାରିୟର ଆରମ୍ଭ କରିଥିଲେ ହିରୋଇନ ର ସାନ ଭଉଣୀ ଭୂମିକାରେ । ତା ପରେ ମାୟା ଧାରାବାହିକରେ ସାଜିଲେ ହିରୋଇନ ଓ ଲୋକଙ୍କର ଖୁବ ଭଲ ପାଇବା ସାଉନ୍ଟିଲେ । ଏବେ +2 ସାଇନ୍ସ ସେକେଣ୍ଡ ଇୟର ରେ ପାଦ ଥାପିଛନ୍ତି ଜସ୍ମିନ । ସେ ଭୁବନେଶ୍ବରରେ ରୁହନ୍ତି ଓ ଭୁବନେଶ୍ଵର ରୁ ହିଁ ଶୁଟିଙ୍ଗ ସେଟ କୁ ଯାଆନ୍ତି । ତାଙ୍କ ଘରେ ସେ ଗୋଟିଏ ମାତ୍ର ଝିଅ ଅଟନ୍ତି ଓ ତାଙ୍କ ତଳେ ଦୁଇ ଭାଇ ଅଛନ୍ତି ।

ଏଥିପାଇଁ ଜସ୍ମିନ ଟିକେ ଲାଡଲି ଓ ତାଙ୍କ ବାପା ମା ଜସ୍ମିନ ଙ୍କୁ ବହୁତ ଭଲ ପାଆନ୍ତି । କାରଣ ଜସ୍ମିନ ତାଙ୍କ ଘରେ ଗୋଟିଏ ଝିଅ ହୋଇଥିବାରୁ ସେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଜସ୍ମିନ ଏହା ମଧ୍ୟ କହିଛନ୍ତି କି ତାଙ୍କ ମାମୁଁ ଘରେ କେହି ଝିଅ ନଥିବାରୁ ତାଙ୍କ ମାମୁଁ ଘରେ ମଧ୍ୟ ସମସ୍ତେ ତାଙ୍କୁ ବହୁତ ଭଲ ପାଆନ୍ତି । ଓଡିଶୀ ନୃତ୍ୟ ପ୍ରତି ତାଙ୍କର ଛୋଟ ବେଳୁ ଦୁର୍ବଳତା ରହିଛି । ଏହା ସହିତ ସେ ଅଭିନୟ ରେ ଏଣ୍ଟ୍ରି କରିବା ପାଇଁ ମଧ୍ୟ ସୁଯୋଗ ଖୋଜୁଥିଲେ ।

ପ୍ରଥମେ ଜୀ ସାର୍ଥକ ରେ ସର୍ଗମ ଧାରାବାହିକରେ ତାଙ୍କୁ ଡେବ୍ୟୁ କରିବା ପାଇଁ ସୁଯୋଗ ମିଳିଲା । ତା ପରେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ମାୟା ଧାରାବାହିକରେ ଅଡିସନ ଦେଇ ଦେଇ ଲୀଡ ନାୟିକା ଭାବେ ଏଣ୍ଟ୍ରି କଲେ । ବହୁତ କମ ସମୟ ମଧ୍ୟରେ ସେ ଜଣେ ଷ୍ଟାର ପାଲଟିଗଲେ । ଆଗକୁ ଫିଲ୍ମ ଇଣ୍ଡଷ୍ଟ୍ରି ରେ କିଛି କରି ଦେଖାଇବେ ବୋଲି ତାଙ୍କର ବହୁତ ଆଶା ଅଛି । ଜସ୍ମିନ ଙ୍କ ଆକଟିଂ ମାୟା ଧାରାବାହିକରେ ବହୁତ ଭଲ ହୋଇଥିବାରୁ ଲୋକମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି ।

ନାଗୁଣୀ ଭୂମିକାରେ ସେ ବହୁତ ସୁନ୍ଦର ଲାଗୁଛନ୍ତି ଓ ତାଙ୍କର ଇନୋସେଣ୍ଟ ଲୁକ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି । ଲୋକମାନଙ୍କୁ ଏହି ଧାରାବାହିକ ଟି ଯେତିକି ଭଲ ଲାଗୁଛି ତା ଠାରୁ ଅଧିକ ରୁଦ୍ରୀ ଙ୍କ ଆକଟିଂ ପସନ୍ଦ ଆସୁଛି । ତେବେ ଆପଣଙ୍କୁ ଜସ୍ମିନ ଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *