ବନ୍ଧୁଗଣ, ସାଧାରଣ ଭାବରେ କୁର୍ମି ରୁ ଯେଉଁଭଳି ଅନେକ ରୋଗ ଜନ୍ମେ ସେହିଭଳି ଅର୍ଶ ରୁ ମଧ୍ୟ ଅନେକ ରୋଗ ହୋଇଥାଏ । ଏଣୁ ଅର୍ଶ ଭଳି ସମସ୍ୟା ହେଲେ ତାହାକୁ ଦୂର କରିବା ଅଥବା ଭଲ କରିବା ନିହାତି ଆବଶ୍ୟକ ହୋଇଥାଏ । ଆଜି ଆମ୍ଭେ ଆପଣଙ୍କ ନିମନ୍ତେ ଏଭଳି ଏକ ଉପାୟ ନେଇ ଆସିଛୁ ଯାହାକୁ ଆପଣ କେବଳ ୭ ଦିନ ପ୍ରୟୋଗ କରିବା ଦ୍ଵାରା ଆପଣ ଅର୍ଶ ଭଳି ସମସ୍ୟା କୁ ମୂଳରୁ ଦୂର କରି ପାରିବେ । ଆସନ୍ତୁ ତେବେ ଜାଣିବା ସେହି ଉପାୟଟି କଣ ଅଟେ ? ଆପଣଙ୍କୁ ଯେଉଁ ପ୍ରଥମ ସାମଗ୍ରୀର ଆବଶ୍ୟକ ହେବ ତାହା ହେଉଛି କଲରା ପତ୍ର ।
ଏହା ଆପଣଙ୍କୁ ସହଜରେ ମିଳିଯିବ । ଆପଣ ୭ ଟି କଲରା ପତ୍ର ନିଅନ୍ତୁ । ଏଥିରେ ଅନେକ ପ୍ରକାରର ମିନେରାଲ ଏବଂ ଭିଟାମିନ ମିଳିଥାଏ ଯାହା ଆପଣଙ୍କ ଫାଇଲ୍ସ ଭଳି ସମସ୍ୟା କୁ ଦୂର କରିବାକୁ ଲାଭ ଦାୟକ ହୋଇଥାଏ । ୭ ଟି କଲରା ପତ୍ର କୁ ଭଲ ଭାବରେ ବାଟି ଅଥବା ଗ୍ରାଇଣ୍ଡିଙ୍ଗ କରି ଏହାର ଜୁଷ ବାହାର କରି ଦିଅନ୍ତୁ । ଏହାପରେ ଏହାର ରସକୁ ଏକ ପାତ୍ର ମଧ୍ୟକୁ ଛାଣି ନିଅନ୍ତୁ । ଏହା ପରେ ଆପଣ ସୈନ୍ଧବ୍ୟ ଲୁଣ କୁ ଗୁଣ୍ଡ କରି ଅଳ୍ପ ଟିକିଏ ଏଥିରେ ମିଶାଇ ଦିଅନ୍ତୁ । ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।
ଆସନ୍ତୁ ବର୍ତ୍ତମାନ ଜାଣିବା ଆପଣ ଏହାର ସେବନ କିଭଳି ଭାବରେ କରିବେ । ଆପଣ ସର୍ବ ପ୍ରଥମେ ସକାଳୁ ଉଠିବା ମାତ୍ରେ ବ୍ରସ କରି ଖାଲି ପେଟରେ ଏହି ମିଶ୍ରଣ ବନାଇ ଏହାକୁ ସେବନ କରନ୍ତୁ । ଆପଣ ଦିନକୁ କେବଳ ଥରେ ମାତ୍ର ଏହି ଜୁଷ କୁ ସେବନ କରନ୍ତୁ । ଆପଣ ନିଜେ ୭ ଦିନ ମଧ୍ୟରେ ଏହାର ଉପକାରିତା ସମ୍ବନ୍ଧରେ ଅନୁଭବ କରି ପାରିବେ ।
ଆପଣଙ୍କ ଅର୍ଶ ଅଥବା ଫାଇଲ୍ସ ଭଳି ସମସ୍ୟା ସବୁଦିନ ଲାଗି ଦୂର ହୋଇଯିବ । ଏହା ସହିତ ଯଦି ଆପଣଙ୍କ ଅର୍ଶ ରୁ ରକ୍ତ ପଡୁଅଛି ତାହା ମଧ୍ୟ ସଠିକ ହୋଇଯିବ । ବନ୍ଧୁଗଣ ଏହା ଏକ ପ୍ରାକୃତିକ ଘରୋଇ ଉପଚାର ଅଟେ ଯାହାର ସେବନ ଦ୍ଵାରା ଆପଣ ନିଜର ପାଇଲ୍ସ ଅଥବା ଅର୍ଶ ଭଳି ସମସ୍ୟା କୁ ସବୁଦିନ ଲାଗି ଦୂର କରିପାରିବେ । ଆପଣଙ୍କୁ ଏହି ଉପଚାର ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।