ଏହାକୁ ମାତ୍ର 2 ଥର ଲଗେଇ ନିଅନ୍ତୁ, ହାତ, ଗୋଡ, ଅଣ୍ଟା ଏବଂ ଗଣ୍ଠି ଦରଜ ସଂପୂର୍ଣ୍ଣ ଭଲ ହୋଇଯିବ, ୯୦ ବର୍ଷ ପର୍ଯ୍ୟନ୍ତ ଦୌଡ଼ିବେ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଧିକାଂଶ ବ୍ୟକ୍ତି ଙ୍କ ମଧ୍ୟରେ ଆଣ୍ଠୁ, ଅଣ୍ଟା ଓ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳୁଛି । ଏହାକୁ ଦୂର କରିବା ନିମନ୍ତେ ସେମାନେ ବିଭିନ୍ନ ଔଷଧ ର ସେବନ ମଧ୍ୟ କରୁଛନ୍ତି ।

କିନ୍ତୁ କିଛି ଫଳ ପ୍ରାପ୍ତ ହେଉନାହିଁ । ଏହାର ମୁଖ୍ୟ କାରଣ ହେଉଛି ଶରୀରରେ କ୍ୟାଲସିୟମ ର ଅଭାବ ଯାହା ଅନିୟମିତ ଖାଦ୍ୟପେୟ ଯୋଗୁଁ ହୋଇଥାଏ । ଯଦି ଆପଣଙ୍କ ଶରୀର ରେ ମଧ୍ୟ ଏଭଳି ସମସ୍ୟା ରହିଛି ତେବେ ଆପଣ ଆଦୋୖ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରାୟୋଗ ଦ୍ଵାରା ଆପଣଙ୍କୁ ଏହି ସମସ୍ୟା ରୁ ତୁରନ୍ତ ଆରାମ ମିଳିବ । ଏହି ଉପଚାର ବହୁ ପୁରାତନ ଏବଂ ପରୀକ୍ଷିତ ଅଟେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ ଯେଉଁ ସାମଗ୍ରୀ ଗୁଡ଼ିକ ର ଆବଶ୍ୟକତା ରହିଛି ତାହା ହେଉଛି, ଅଳ୍ପ ସୋରିଷ ତେଲ, ଏକ ଖଣ୍ଡ ଅଦା, ଅଧ ଚାମଚ ଜୁଆଣି, ୫ ୬ଟି ଲବଙ୍ଗ, ଏକ ଖଣ୍ଡ ଡାଲଚିନି, ୬ ୭ ଟି ରସୁଣ ପାଖୁଡ଼ା ଏବଂ ଏକ ଚାମଚ ମେଥି ଦାନା । ଏହି ସମସ୍ତ ସାମଗ୍ରୀ ଆପଣଙ୍କୁ ଅତି ସହଜ ରେ ନିଜ ରୋଷେଇ ଘରୁ ମିଳିଯିବ ।

ଉପୋରକ୍ତ ସମସ୍ତ ସାମଗ୍ରୀ ରେ ଏଭଳି ପୋଷକ ତତ୍ତ୍ୱ ରହିଛି ଯାହା ଆମ ଶରୀର ରେ ହାଡ଼ ଜନିତ ସମସ୍ୟା କୁ ଦୂର କରିଥାଏ ଏବଂ ମାଂସପେଶୀ କୁ ମଜବୁତ କରିଥାଏ । ଯେଉଁ କାରଣରୁ ଶରୀର ରେ ଆଣ୍ଠୁ, ଅଣ୍ଟା ଓ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳି ନଥାଏ । ଆପଣ ଅଦା ଓ ରସୁଣ କୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ । ଲବଙ୍ଗ କୁ ଗୁଣ୍ଡ କରି ରଖି ଦିଅନ୍ତୁ । ଏହାପରେ ଆପଣ ଗ୍ୟାସ ରେ ଏକ ପାତ୍ର ବସାଇ ଗ୍ୟାସ ଅନ୍ କରନ୍ତୁ ଏବଂ ପ୍ରଥମେ ସୋରିଷ ତେଲ କୁ ପକାନ୍ତୁ ।

ଏହାପରେ ଆପଣ ସେଥିରେ ସମସ୍ତ ସାମଗ୍ରୀ କୁ ଗୋଟି ଗୋଟି କରି ପକାନ୍ତୁ । ଆପଣ ଚାହିଁଲେ ଡାଲଚିନି କୁ ଖଣ୍ଡ କରି ପକାଇ ପାରିବେ । ଏହାପରେ ଏହି ସମସ୍ତ ସାମଗ୍ରୀ ପକାଇ ତେଲ କୁ ଦୁଇ ରି ତିନି ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ । ଲୋ ଫ୍ଲେମ୍ ରେ ଏହି ତେଲ କୁ ଫୁଟାଇବା ପରେ ଆପଣ ଦେଖିବେ ସମସ୍ତ ସାମଗ୍ରୀ ଗୁଡ଼ିକ ର ପୋଷକ ତତ୍ତ୍ୱ ଏଥିରେ ଭଲ ଭାବରେ ମିଶି ଯାଇଥିବ ।

ବର୍ତ୍ତମାନ ଆପଣ ଗ୍ୟାସ ବନ୍ଦ କରି ତେଲ କୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଥଣ୍ଡା ହେବା ପରେ ସେହି ତେଲ କୁ ଏକ ପାତ୍ରରେ ଭଲ ଭାବରେ ଛାଣି ରଖି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଏହି ତେଲ କୁ ଆପଣ ନିଜ ଆଙ୍ଗୁଳି ଟିପ ସାହାଯ୍ୟ ରେ ନେଇ ଆପଣଙ୍କ ଶରୀର ର ଯେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି ସେହି ସ୍ଥାନରେ ଭଲ ଭାବରେ ମାଲିସ କରନ୍ତୁ ।

ଆପଣ ଚାହିଁଲେ ତେଲ ମାଲିସ କରିବା ପରେ ସେଥିରେ ଗରମ ପଟି ଗୁଡ଼ାଇ ରାତି ସାରା ଶୋଇ ପାରିବେ । ଏହାକୁ ଆପଣ ଦିନ କୁ ଦୁଇ ଥର ପ୍ରୟୋଗ କରନ୍ତୁ । ଏହି ଉପଚାର କୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କୁ ବହୁତ ଆରାମ ମିଳିବ ଏବଂ ଆପଣଙ୍କ ଆଣ୍ଠୁ, ଅଣ୍ଟା ଓ ଗଣ୍ଠି ବିନ୍ଧା ଭଳି ଯନ୍ତ୍ରଣା ଦୂର ହୋଇଯିବ । ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *