ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ, ଯାହାର ପ୍ରାୟୋଗ ଦ୍ଵାରା ଆପଣଙ୍କ କେଶ ପ୍ରାକୃତିକ ଉପାୟ ରେ ଘନ ଏବଂ ଲମ୍ବା ହୋଇଯିବ । ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ବ୍ୟସ୍ତ ରହୁଛନ୍ତି ଏବଂ ଏହି ବ୍ୟସ୍ତତା ମଧ୍ୟରେ ସେମାନେ ନିଜର ଯତ୍ନ ମଧ୍ୟ ନେଉ ନାହାନ୍ତି ଏବଂ ସମସ୍ତ ଙ୍କ ପାଖରେ ଟାଇମ ର ଅଭାବ ରହିଥାଏ ଯାହାଫଳରେ ସେମାନେ ନିଜ କେଶର ଯତ୍ନ ମଧ୍ୟ ନେଇ ପାରନ୍ତି ନାହିଁ । ଯାହାଫଳରେ କେଶ ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଇଥାଏ । ଯଥା, କେଶ ଝଡ଼ିବା, କେଶ ଧଳା ହୋଇଯିବା, କେଶରେ ରୂପୀ ହୋଇଯିବା ଏଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ । ଭିଟାମିନ ର ଅଭାବ ତଥା ନିୟମିତ ଭାବରେ ଖାଦ୍ୟପେୟ ନହେବା ଦ୍ଵାରା ଏହି ସବୁ କେଶ ଜନିତ ସମସ୍ୟା ଦେଖା ଯାଇଥାଏ ।
ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ ଏବଂ ଏହା ସହିତ କେଶ ଘନ, ମଜବୁତ ଏବଂ ଲମ୍ବା ହୋଇଯିବ । ବନ୍ଧୁଗଣ ଏହି ଉପଚାର ରେ ଆଵଶ୍ୟକ ସାମଗ୍ରୀ ଆପଣଂକୁ ଅତି ସହଜରେ ମିଳିଯିବ ଏବଂ ଏହାକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଂକୁ ଅଧିକ ସମୟ ମଧ୍ୟ ଲାଗିବ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ।
୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ କେବଳ ଦୁଇଟି ସାମଗ୍ରୀ ର ଆବଶ୍ୟକତା ରହିଛି । ସେହି ଦୁଇଟି ସାମଗ୍ରୀ ହେଲା, ‘ଚାଉଳ’ ଏବଂ ‘ପିଆଜ’ । ଚାଉଳ ଓ ପିଆଜ ରେ ଏଭଳି ପୋଷକ ତତ୍ତ୍ୱ ରହିଥାଏ ଯାହା ଆମ କେଶକୁ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଏହାଦ୍ୱାରା କେଶ ପ୍ରାକୃତିକ ଉପାୟରେ ଘନ ଓ ମଜବୁତ ହୋଇଥାଏ । କେଶରେ ରୂପୀ ସମସ୍ୟା ଦେଖିବାକୁ ମିଳେନାହିଁ । କେଶ ଲମ୍ବା ହେବାରେ ସହାୟକ ହୋଇଥାଏ । କେଶ ଝଡ଼ିବା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା ସହିତ ଏହାର ପ୍ରୟୋଗ କେଶ ରେ ଧୂଳି ଜମିବାକୁ ଦେଇନଥାଏ ।
୨. ତେବେ ଏହି ଉପଚାର ନିମନ୍ତେ ଆପଣ ଏକ ପାତ୍ର ରେ ଦେଢ଼ ଗ୍ଲାସ ପାଣି ନିଅନ୍ତୁ । ସେଥିରେ ଦୁଇଟି ପିଆଜ କୁ ଭଲ ଭାବରେ କାଟି ପକାଇ ଦିଅନ୍ତୁ । ଏହାପରେ ସେଥିରେ ବଡ଼ ୪ ଚାମଚ ଚାଉଳ ପକାନ୍ତୁ । ଏହାପରେ ଗ୍ୟାସ ଅନ୍ କରି ସେହି ପାତ୍ରକୁ ବସାନ୍ତୁ । ଭଲ ଭାବରେ ଏହାକୁ ରାନ୍ଧନ୍ତୁ । ସେପର୍ଯ୍ୟନ୍ତ ଏହାକୁ ରାନ୍ଧନ୍ତୁ, ଯେ ପର୍ଯ୍ୟନ୍ତ ଦେଢ଼ ଗ୍ଲାସ ପାଣି ଏକ ଗ୍ଲାସ ପର୍ଯ୍ୟନ୍ତ ନ ହୋଇଛି ।
୩. ଏହାକୁ ଭଲ ଭାବରେ ରାନ୍ଧି ପ୍ରସ୍ତୁତ କରନ୍ତୁ । କିଛି ସମୟ ପରେ ଏହା ପ୍ରସ୍ତୁତ ହୋଇଯିବ ଏବଂ ଏହି ପାଣିରେ ଚାଉଳ ଓ ପିଆଜ ର ସମସ୍ତ ଚମତ୍କାରୀ ଗୁଣ ମଧ୍ୟ ଭଲ ଭାବରେ ମିଶି ଯାଇଥିବ । ଏହାପରେ ଗ୍ୟାସ ଅଫ୍ କରି ପାତ୍ର କୁ ଓଲ୍ହାଇ ଦିଅନ୍ତୁ ଏବଂ ସେହି ପାଣିକୁ ଭଲ ଭାବରେ ଛାଣି ଅଲଗା ରଖି ଦିଅନ୍ତୁ ।
୪. ଏହି ଚମତ୍କାରୀ ପାଣିକୁ ଆପଣ ଏକ ବୋତଲ ରେ ଷ୍ଟକ୍ କରି ରଖି ଦିଅନ୍ତୁ । ଏହି ପାଣିକୁ ଆପଣ ସପ୍ତାହ ରେ ଦୁଇ ରୁ ତିନି ଦିନ ନିଜ କେଶରେ ପ୍ରୟୋଗ କରନ୍ତୁ । ଏହାକୁ ଭଲ ଭାବରେ ନିଜ କେଶର ମୂଳ ରେ ଲଗାନ୍ତୁ ଏବଂ ଦୁଇ ରୁ ତିନି ଘଣ୍ଟା ରଖିବା ପରେ ଆପଣ ନିଜ କେଶକୁ ଧୋଇ ଦିଅନ୍ତୁ । ଏଥିପାଇଁ ହର୍ବାଲ ସାମ୍ପୁ ର ବ୍ୟବହାର କରନ୍ତୁ । କୌଣସି ଷ୍ଟ୍ରଙ୍ଗ ସାମ୍ପୁ ର ବ୍ୟବହାର କରନ୍ତୁ ନାହିଁ । ନଚେତ ଏହି ଉପଚାର କାର୍ଯ୍ୟକାରୀ ହେବ ନାହିଁ ।
ତେବେ ଆପଣ ଏହି ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହାଦ୍ବାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣଙ୍କ କେଶ ଏହି ସିରମ୍ ଦ୍ୱାରା ମୋଟା, ଘନ, ମଜବୁତ ଏବଂ ଲମ୍ବା ହୋଇଯିବ । ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ