ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଦେବଗୁରୁ ବୃହସ୍ପତି ଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଗୁରୁବାର ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତି ଙ୍କୁ ସାଧୁ ସନ୍ଥଙ୍କ ଦେବତା ବୋଲି କୁହାଯାଏ । ଏମିତି ବି କୁହାଯାଏ କି ଆମ ଜୀବନର ସମସ୍ତ ସୁଖର ଚାବି କାଠି ବୃହସ୍ପତି ଙ୍କ ପାଖରେ ଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହା ମଧ୍ୟ କୁହାଯାଇଛି କି ଯେଉଁ ବ୍ୟକ୍ତିଙ୍କ ଉପରେ ବୃହସ୍ପତି କୃପା ଦ୍ରୁଷ୍ଟି ରଖିଥାନ୍ତି ସେହି ବ୍ୟକ୍ତିର ଜୀବନରେ କେବେ ହେଲେ ଦୁଃଖ ପ୍ରବେଶ କରେ ନାହିଁ । ଏଣୁ ବୃହସ୍ପତି ବାର ଅର୍ଥାତ ଗୁରୁବାରରେ କଣ କଲେ ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା ।
୧. ଗୁରୁବାରରେ ବିଳମ୍ବ ଯାଏଁ ଶୋଇ ରୁହନ୍ତୁ ନାହିଁ । ଏହି ଦିନ ସକାଳୁ ଉଠି ପ୍ରଥମେ ଘର ଦ୍ଵାର ସଫା କରିବା ଆବଶ୍ୟକ ହୋଇଥାଏ ।
୨. ସକାଳେ ଉଠିବା ପରେ ବାସୀ ବିଛଣା ପଡିଥିବା ଅବସ୍ଥାରେ ପୂଜା କରନ୍ତୁ ନାହିଁ । ପ୍ରଥମେ ବାସୀ ବିଛଣା ଉଠାଇବା ପରେ ଘରକୁ ଝାଡୁ ପୋଛା କରନ୍ତୁ ଓ ପରେ ସ୍ନାନ କରିବା ପରେ ପୂଜା ଆରମ୍ଭ କରନ୍ତୁ ।
୩. ଗୁରୁବାର ଦିନ ପ୍ରଥମେ ତୁଳସୀ ଚଉରା ନିକଟରେ ପୂଜା କରନ୍ତୁ ଓ ଏହା ପରେ ଆପଣ ଆପଣଙ୍କ ଠାକୁର ଘରେ ଠାକୁରଙ୍କୁ ପୂଜା କରନ୍ତୁ ।
୪. ଗୁରୁବାର ବୃହସ୍ପତି ଙ୍କୁ ସମର୍ପିତ ହୋଇଥିବାରୁ ଦେବଗୁରୁ ଙ୍କର ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଭଗବାନ ବିଷ୍ଣୁ ଙ୍କୁ ମଧ୍ୟ ହଳଦିଆ ରଙ୍ଗ ପ୍ରିୟ ଅଟେ । ତେଣୁ ଗୁରୁବାର ଦିନ ଭଗବାନ ବିଷ୍ଣୁ ଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ।
୫. ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତୁ ଦାନ କରିବା ଶୁଭ ହୋଇଥାଏ । ଏହି ଦିନରେ ଆପଣ ହଳଦୀ, ଚଣା ଡାଲି ଓ କଦଳୀ ଆଦି ଦାନ କରନ୍ତୁ । ଏହା ସହିତ ଗୁରୁବାର ଦିନ ବୃହସ୍ପତିଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ ।
୬. ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କର ପ୍ରିୟ ହୋଇଥିବାରୁ ଏହି ଦିନ ଏକ ଲାଲ ରଙ୍ଗର କପଡା ଉପରେ କିଛି ଶ୍ଵେତ ଧାନ ବିଛାଇ ଲକ୍ଷ୍ମୀ ଙ୍କ ପ୍ରତିମା ନିକଟରେ ପୂଜା କରନ୍ତୁ ଓ କିଛି ଶ୍ଵେତ ପୁଷ୍ପ ମଧ୍ୟ ଅର୍ପଣ କରନ୍ତୁ ।
୭. ଗୁରୁବାର ଦିନ ଭୁଲରେ ଆମିଷ ରାନ୍ଧନ୍ତୁ ନାହିଁ କି ଏହି ଦିନ ଆମିଷ କେବେ ହେଲେ ଖାଆନ୍ତୁ ନାହିଁ ।
୮. ଗୁରୁବାର ଦିନ ୧୨ ଟା ପରେ କାହାକୁ ବି ଭିକ୍ଷା ଦିଅନ୍ତୁ ନାହିଁ । ଏହି ବାରରେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ଏପରି କଲେ ଘରୁ ଲକ୍ଷ୍ମୀ ଛାଡି ଚାଲି ଯାଆନ୍ତି ।
୯. ଗୁରୁବାର ଦିନ ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡାଇବା ବା ଶୋଇବା ନିଷେଧ ଅଟେ । ଏପରି କଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କୋପ ଦ୍ରୁଷ୍ଟି ପକାଇ ଥାଆନ୍ତି ।
୧୦. ଗୁରୁବାର ଦିନ ସନ୍ଧ୍ୟା ସମୟରେ ଝୁଣା ଜଳାଇ ଘର ସାରା ବୁଲାନ୍ତୁ । ଏହା ଦ୍ଵାରା ଆଖ ପାଖର ବାତାବରଣ ଶୁଦ୍ଧ ରହିବ ଏବଂ ନକରାତ୍ମକ ଶକ୍ତି ଘରୁ ଦୂରେଇଯିବ ।
ଯଦି ଆପଣ ମାନେ ବି ମାତା ଲକ୍ଷ୍ମୀ ଙ୍କୁ ହୃଦୟରୁ ଭକ୍ତି କରନ୍ତି ତେବେ କମେନ୍ଟ ରେ ଜୟ ମା’ ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ