ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନାମରେ ବିଜେଡି ନେତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ ! ଦୀର୍ଘ ୯ ବର୍ଷ ହେଲା ମୋ ସହ ସମ୍ପର୍କ ରଖିଥିଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହିଳା ଥାନାରେ ବିଜେଡି ନେତ୍ରୀ ସଂଯୁକ୍ତ ମହଲା ! ଖବର ମୁତାବିକ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାମରେ ବିଜେଡି ନେତ୍ରୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ଲିଖିତ ଅଭିଯୋଗ ଆଣିଲେ । ତେବେ ବିଜେଡି ଅଭିନେତ୍ରୀ ସଞ୍ଜୁକ୍ତା ମହଲାଙ୍କ କହିବା ଆଧାରରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୋ ସହ ଦୀର୍ଘ ୯ ବର୍ଷ ଧରି ସମ୍ପର୍କ ରଖିଆସିଥିଲେ । ମୋତେ ଭଲ ପାଇବାର ଅଭିନୟ ମଧ୍ୟ କରୁଥିଲେ ।

ହେଲେ ଏବେ ମୋତେ ସେ ଭଲ ପାଇବା ନାମରେ ପ୍ରତାରଣା ଦେଇଛନ୍ତି । ମୋ ସହ ଦିଅର ଏତେ ବର୍ଷ ସମ୍ପର୍କ ରଖିକି ଏବେ ମୋ ସହ ଅନ୍ୟାୟ କରୁଛନ୍ତି । ମୋତେ ଶାରୀରିକ ଓ ମାନସିକ ରୂପେ ମଧ୍ୟ ନିର୍ଯାତନା ଦେଉଛନ୍ତି । ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କର କଥାକୁ ଯଦି ମୁଁ ପ୍ରତିବାଦ କରୁଛି । ତେବେ ସେ ମୋତେ ମାରିଦେବା ପାଇଁ ମଧ୍ୟ ଧମକ ଦେଉଛନ୍ତି । ଏମିତିକି ଏବେ ବି ମହିଳା ଥାନାକୁ ଅଭିଯୋଗ ଦେବାକୁ ଆସିଲା ବେଳେ ମୋ ପଛରେ କିଛି ପିଲା ଆସିଥିଲେ ।

ଯେଉଁ ମାନେ କି ମୁଁ କୁଆଡେ ଯାଉଛି ମୋ ଉପରେ ନଜର ରଖୁଛନ୍ତି । ଏଠି ମୋର ପାଦେ ପାଦେ ଜୀବନ ପ୍ରତି ବହୁତ ବିପଦ ରହୁଛି । ତେଣୁ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୋତେ ଦେଇଥିବା ପ୍ରତାରଣା ଉପରେ ମୁଁ ଥାନାରେ ଅଭିଯୋଗ ଦେବି । ଏହା ସହ ମୋ ଜୀବନ ପ୍ରତି ବିପଦ ରହୁଥିବାରୁ ଯେପରି ମୁଁ ସୁରକ୍ଷିତ ଭାବରେ ରହିବି । ସେଥିପାଇଁ ମଧ୍ୟ ମୁଁ ମହିଳା ଥାନାରେ ଜଣାଇବି । ଏହା ସହ ମୁଁ ଥାନାର ପୋଲିସ ଅଧିକାରୀ ମାନଙ୍କୁ ଏତିକି ନିବେଦନ କରିବି ।

ଯେ ଯଥା ଶୀଘ୍ର ମୋତେ ନ୍ୟାୟ ମିଳୁ । ଏହା ଛଡା ଆମ ଘର ଲୋକ ମୋ ମା’ ଭାଇ ମଧ୍ୟ ମୋ ନାମରେ ମିଥ୍ୟା କହି ମୋତେ ଲୋକଙ୍କ ସାମ୍ନାରେ ନିଚା ଦେଖାଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ମୁଁ ମୋର ମାନ ହାନୀ ହେବାର ଅଭିଯୋଗ ମଧ୍ୟ ଦେବି । ମୋ ନାମରେ ମିଛ କଥା ଲଗାଇ ମୋତେ ଫସା ଯାଇଛି । ତେବେ ଆଗକୁ ଖବରର ଅପଡେଟ ପାଇବା ଲାଗି ଆମ ସହ ଯୋଡି ହୋଇ ରହିଥାନ୍ତୁ । ଏହା ସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *