ବନ୍ଧୁଗଣ ଚାଣକ୍ୟ ନୀତି ହେଉଛି ଚାଣକ୍ୟ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ । ଏହି ଗ୍ରନ୍ଥରେ ମାନବ ସମାଜକୁ ସୁଖମୟ ଓ ସମୃଦ୍ଧିମୟ କରିବା ପାଇଁ କିଛି ନୀତିର ଉଲ୍ଲେଖ କରାଯାଇଛି । ଯଦି ମଣିଷ ଏହି ନୀତି ଗୁଡିକୁ ଆଧାର କରି ଜୀବନର ରହିବ ତା ହେଲେ ମଣିଷ କେବେହେଲେ କୌଣସି ସମସ୍ୟାର ସମ୍ମୁଖୀନ ହେବ ନାହିଁ । ବନ୍ଧୁଗଣ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ ଯିଏ ନିଜ ନୀତି ଆଧାରରେ ଚନ୍ଦ୍ରଗୁପ୍ତ ମୋର୍ଜ୍ୟଙ୍କୁ ସିଂହାସନରେ ବସେଇଥିଲେ । ବନ୍ଧୁଗଣ ଚାଣକ୍ୟଙ୍କ ମତରେ ମଣିଷର ଚାରୋଟି ଭୋକ କେବେହେଲେ ଶେଷ ହୋଇନଥାଏ । ବନ୍ଧୁଗଣ ସେହି ଚାରୋଟି ଭୋକ ହେଉଛି ଧନ, ଜୀବନ ବା-ସ-ନା ଓ ଭୋଜନ ।
ମଣିଷ ଏହି ଚାରୋଟି ଜିନିଷ ପାଇଁ ସବୁବେଳେ ଭୋକିଲା ରହିଥାଏ । ତାକୁ ଏହି ଚାରୋଟି ଜିନିଷ ଯେତେ ମାତ୍ରାରେ ମିଳୁଥିଲେ ମଧ୍ୟ ତାର ଭୋକ ଶେଷ ହୁଏ ନାହିଁ । ହେଲେ ବନ୍ଧୁଗଣ ମଣିଷକୁ ନିଜ ଜୀବନରେ କିଛି ସତ୍ୟବଚନକୁ ମନ ରାଖୀ ବଞ୍ଚିବା ଉଚିତ ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଚାଣକ୍ୟଙ୍କ ମାନ୍ୟତା ଅନୁସାରେ କିଛି ଏପରି ବିଶେଷ କଥା ଗୁଡିକୁ କହିବାକୁ ଯାଉଛୁ ଯାହାକୁ ସମସ୍ତ ମଣିଷ ମାନିବା ଉଚିତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଚାଣକ୍ୟଙ୍କ ମତରେ ମଣିଷକୁ କେବେହେଲେ ଅଧିକ ଭଲ ହେବା ଉଚିତ ନୁହେଁ । କାରଣ ଆଜି କାଲି ଦୁନିଆରେ ଭଲ ମଣିଷଙ୍କ ସଚଟ ପଣିଆକୁ ବ୍ୟବହାର କରି ଅନେକ ଲୋକ ସେମାନଙ୍କୁ ଧୋକା ଦେଉଛନ୍ତି । ତେଣୁ ବନ୍ଧୁଗଣ ବର୍ତ୍ତମାନର ସମୟରେ ଭଲରେ ବଞ୍ଚିବାକୁ ହେଲେ ମଣିଷକୁ ଅଧିକ ଭଲ ରହିବା ଉଚିତ ନୁହେଁ ।
ବନ୍ଧୁଗଣ ଚାଣକ୍ୟଙ୍କ ମତରେ ଯେପରି ହାତୀ ବୁଢା ହେବା ପରେ ମଧ୍ୟ ଚଞ୍ଚଳ ରହିଥାଏ, ଯେପରି ସୁନା ଅ-ଗ୍ନି-ରେ ଜଳିଲେ ମଧ୍ୟ ନିଜର ଚମକ ହଜାଇ ନଥାଏ ସେହିପରି ଭଲ ଚରିତ୍ର ମଣିଷ ଯେତେ ଖରାପ ସ୍ଥାନକୁ ଯାଇଥିଲେ ମଧ୍ୟ ନିଜର ଚରିତ୍ର ବଦଳାଇ ନଥାନ୍ତି । ଚାଣକ୍ୟଙ୍କ ମତରେ କିଛି ପାଗଳ ମଣିଷ କେବଳ ପଥରକୁ ରତ୍ନ ମାନୁଛନ୍ତି । ହେଲେ ଅସଲି ରତ୍ନ ଧାନ, ଜଳ ଓ ଜ୍ଞାନ ଅଟେ ।
ଚାଣକ୍ୟଙ୍କ ମତରେ ଏହି ଦୁନିଆର ସମସ୍ତ ମଣିଷଙ୍କୁ ପାପ-ପୂଣ୍ୟ, ଠିକ-ଭୁଲ, ଲାଭ-ହାନି ଓ ଶତ୍ରୁ-ମିତ୍ର ଆଦି ବିଷୟରେ ଚିନ୍ତା କରି ସମସ୍ତ କାର୍ଯ୍ୟ କରିବା ଉଚିତ । ବନ୍ଧୁଗଣ ସମସ୍ତ ମଣିଷଙ୍କୁ ସମୟ ଅନୁସାରେ ନିଜର କାମ କରିବା ଉଚିତ । ମଣିଷ ନିଜ ଦୈନନ୍ଦିନ ଜୀବନରେ ଠିକ ସମୟରେ ଶୋଇବା, ଠିକ ସମୟରେ ଉଠିବା ଓ ଠିକ ସମୟରେ ଭୋଜନ କରିବା ଉଚିତ । ଯଦି ମଣିଷ ନିଜର ଜୀବନ ଶୈଳୀକୁ ଭୁଲ ଭାବରେ ଅତିବାହିତ କରେ ତା ହେଲେ ସେ ଆଗାମୀ ସମୟରେ କେତେକ ରୋଗର ଶିକାର ହୋଇପାରେ ।
ବନ୍ଧୁଗଣ ମଣିଷକୁ ନିଜର ଭାବନା ଅନୁସାରେ ଫଳ ମିଳିଥାଏ । ତେଣୁ ଏହି ଦୁନିଆର ସମସ୍ତ ମଣିଷଙ୍କୁ ନିଜ ମନରେ ଭଲ ଭାବନା ରଖିବା ଉଚିତ । ତା ହେଲେ ବନ୍ଧୁଗଣ ଆପଣ ମାନେ ଚାଣକ୍ୟଙ୍କର ଏହି ସବୁ ନୀତି ଗୁଡିକକୁ ଧ୍ୟାନରେ ରଖି ଜୀବନ ଅତିବାହିତ କରନ୍ତୁ ଦେଖିବେ ଆପଣଙ୍କୁ ନିଜ ଜୀବନରେ କୌଣସି ସମସ୍ୟା ହେବ ନାହିଁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ