ବାପା Naba Das ଙ୍କୁ ମନେ ପକେଇ ଶୋକସଭା ମଞ୍ଚରେ ଭୋ-ଭୋ ହେଇ କାନ୍ଦିଲେ ଝିଅ Dipali, କହିଦେଲେ ଏମିତି କଥା ସମସ୍ତଙ୍କ ଆଖି ଭିଜିଗଲା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାପା ନବ ଦାସଙ୍କ ବିୟୋଗରେ ମଞ୍ଚରେ କହୁ କହୁ କାନ୍ଦି ପକାଇଲେ ଦୀପାଳି । ତେବେ ପୂର୍ବତନ କ୍ଯାବିନେଟ ତଥା ସ୍ଵାସ୍ଥ ମନ୍ତ୍ରୀ ନବ କିଶୋର ଦାସଙ୍କ ନିକଟ ଅତୀତରେ ପରଲୋକ ହୋଇଯାଇଛି । ତେବେ ନବ ଦାସଙ୍କ ବିୟୋଗରେ ଝାରଶୁଗୁଡାର ସରବାହାଲ ହାଇସ୍କୁଲର ସ୍ଥିତ ପଡିଆ ଠାରେ ନବ ଦାସଙ୍କର ସ୍ମୃତି ସଭାର ଆୟୋଜନ କରାଯାଇଅଛି ।

ତେବେ ଆୟୋଜନ କରାଯାଇଥିବା ସ୍ମୃତି ସଭାରେ ନବ ଦାସଙ୍କ ପୁଅ ବିଶାଲ ଓ ଝିଅ ଦୀପାଳି ମଧ୍ୟ ଉପସ୍ଥିତ ରହି ସଭାର ଦାୟିତ୍ଵ ତୁଲାଉଛନ୍ତି । ତେବେ ନବ ଦାସଙ୍କ ବିୟୋଗ ପାଇଁ ଆୟୋଜନ କରାଯାଇଥିବା ସ୍ମୃତି ସଭାର ମଞ୍ଚରେ ନବ ଦାସଙ୍କ ଝିଅ ଦୀପାଳୀ ନିଜ ବାପା ନବ କିଶୋର ଦାସଙ୍କ ଉପରେ ନିଜସ୍ଵ କିଛି ମନ୍ତବ୍ୟ ଦେଇଥିଲେ । ଦୀପାଳୀଙ୍କ କହିବା ଅନୁଯାଇ ମୁଁ ଯେକୌଣସି ସଭାରେ ମଧ୍ୟ ଭାଷଣ ଦେଉଥିଲି । ବାପା ସବୁବେଳେ ମୋର ପଛରେ ରହି ମୋତେ ଉତ୍ସାହିତ କରୁଥିଲେ ।

ହେଲେ ବାପା ଆଜି ଆମ ସମସ୍ତଙ୍କ ଗହଣରେ ନାହାନ୍ତି । ସତ କିନ୍ତୁ ବାପାଙ୍କ ସ୍ମୃତି ଆମ ସମସ୍ତଙ୍କ ସାଥିରେ ଅଛି । ମୋତେ ଆଜି ବି ଲାଗୁଛି ବାପା ମୋ ପାଖରେ ଅଛନ୍ତି । ତାଙ୍କ ଝିଅ ମଞ୍ଚ ଉପରେ ଛିଡା ହୋଇ କହୁଥିବା କଥା ଶୁଣି ମଧ୍ୟ ବହୁତ ଖୁସି ହେଉଛନ୍ତି । ତେବେ ମୋ ବାପା ଯେତେବେଳେ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ସେତେବେଳେ ମୋ ପାଇଁ ଏତେ ବଡ ପରିବାରଟିଏ ଛାଡିଦେଇଯାଇଛନ୍ତି ।

କାରଣ ମୋ ବାପା ନବ କିଶୋର ଦାସ ଝାରସୁଗୁଡା ତଥା ସମସ୍ତ ଓଡିଶାରେ ନବ ଦାଦା ନାମରେ ବହୁତ ପରିଚିତ ଥିଲେ । ତେବେ ମୋ ବାପାଙ୍କୁ ଭଲ ପାଉଥିବା ଓ ସମର୍ଥନ କରୁଥିବା ଯେଉଁ ଲୋକମାନେ ଏହି ସ୍ମୃତି ସଭାକୁ ଆସିଛନ୍ତି । ସେ ମଧ୍ୟ ହେଉଛି ମୋ ପାଇଁ ମୋର ଏକ ପରିବାର । ତେବେ ମୁଁ ଓ ମୋର ପରିବାର ଚାହିଁବୁ । ମୋର ବାପା ନବ କିଶୋର ଦାସଙ୍କର ଆତ୍ମାର ସଦଗତି ହେବା ସହ ତାଙ୍କୁ ଶାନ୍ତି ମିଳୁ ।

ତେବେ ସେତେବେଳେ ଯାଇ ମୋ ବାପାଙ୍କ ଆତ୍ମାକୁ ଶାନ୍ତି ସତରେ ମିଳିପାରିବ । ଯେତେବେଳେ ସେ ଚାହିଁଥିବା ସ୍ଵପ୍ନର ଝାରସୁଗୁଡାର ବହୁ ବିଦ୍ଧ ଉନ୍ନତି ସାଧିତ ଅଧିକରୁ ଅଧିକ ମାତ୍ରାରେ ହୋଇପାରିବ । ତେବେ ଏପରି କିଛି ମନ୍ତବ୍ୟ ଦେଉ ଦେଉ ଦୀପାଳି ମଞ୍ଚ ଉପରେ ଭାବ ବିହ୍ଵଳ ହୋଇ  କାନ୍ଦି ପକାଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *