କିଏ କହିପାରିବ ଉତ୍ତର ? ମାମୁଁ ଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାହିଁ ! 10+ Dhaga Dhamali

ବର୍ତ୍ତମାନର ସମୟରେ ଲୋକ ଏତେ ମାତ୍ରାରେ ନିଜର କାମକୁ ନେଇ ବ୍ୟସ୍ତ ରହୁଛନ୍ତି । ଯେ ହସିବା କଣ ସେ ଭୁଲିଯାଇଛନ୍ତି । ତେଣୁ ଆମର କିଛି ମଜାଳିଆ ତଥା ଜ୍ଞାନପୂର୍ଣ୍ଣ ଢଗଢମାଳୀ ଓ ପ୍ରହେଳିଆ ମାଧ୍ୟମରେ ଆପଣଙ୍କୁ ହସାଇବାର ଏକ ପ୍ରୟାସ କରିଛୁ । ଯାହା ଦ୍ଵାରା ଆପଣଙ୍କର ମନୋରଞ୍ଜନ ହେବା ସହ ଅନେକ କିଛି ଜ୍ଞାନ ମଧ୍ୟ ଏଥିରୁ ପାଇପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ତାହା ଆଲୋଚନା କରିବା ।

1- ଗୋଟିଏ ଗୁମ୍ଫାରେ ବତିଶ ଚୋର । ଦିନରେ କରନ୍ତି କାମ, ରାତି ହେଲେ ସିଏ ଆରମ କରନ୍ତି, କୁହ ତେବେ ତାଙ୍କ ନାମ ?

ଉତ୍ତର;- ତାହା ହେଉଛି ଦାନ୍ତ ।

2- ବାପାଙ୍କର ଭଉଣୀ ସିଏ, ଜେଜେଙ୍କର ଝିଅ, ବୋଊଙ୍କର ନଣନ୍ଦ ହେବ, କିଏ ସିଏ କୁହ ?

ଉତ୍ତର;- ସେ ହେଉଛନ୍ତି ପିଉସୀ ନାନୀ ।

3- ବାଛୁରୀର ହକ୍ ମାରି ମହାଦେବ ପିଏ, ମଣିଷ ପିଇଲେ, ଭାରୀ ଶକ୍ତିଶାଳୀ ହୁଏ, କହିଲ ଭାବି କି ଦଇବ ଇଏ ?

ଉତ୍ତର;- ତାହା ହେଉଛି କ୍ଷୀର ବା ଦୁଗ୍ଧ ।

4- ବାହାରେ ସବୁଜ ଭିତରେ ଲାଲ, ଲତାରେ ଫଳେ ସେ ଫଳଟି ଗୋଲ୍, କଟା ହେଲେ ହୁଏ ଖାଇ, ଖରା ଦିନେ ସିଏ ଯାହାକୁ ଯେତେଲୋ ଶୀତ ଦିଶେ ନାହିଁ ?

ଉତ୍ତର;- ତାହା ହେଉଛି ତରଭୁଜ ।

5- ମତେ କଟାଜାଏ ମତେ ଛେଚାଯାଏ, ମତେ ଛେଚାଯାଏ, ମତେ ଭାରି ବୋଧେ, ହେଲେ ମତେ କାଟୁଥିବା ଲୋକ ଲୁହ ଝାରି କାନ୍ଦେ ?

ଉତ୍ତର;- ତାହା ହେଉଛି ପିଆଜ ।

6- ସବୁଜ ବେଣ୍ଟକୁ ନାଲିଆ ଛୁରୀ, କଷ୍ଟ ଦିଏ ସିଏ ଜ୍ଵହର ପରି, ପାଣି ପାଣି ବୋଲି ଚିଲାଏ ମଣିଷ ସତେକି ଜୀବନ ଯାଏ ବାହାରି ?

ଉତ୍ତର;- ତାହା ହେଉଛି ନାଲି ଲଙ୍କା ।

7- ଖରା ଦେଖିକି ମୁଁ ଆସିଥାଏ, ଛାଇ ଦେଖିକି ମୁଁ ଲୁଚି ଯାଏ, ପବନ ଛୁଇଁଲେ ମତେ ମୁଁ ଲାଜେ ଲାଜେ ମରିଯାଏ ?

ଉତ୍ତର;- ତାହା ହେଉଛି ଝାଳ ।

8- ତାଟିଆ ଭିତରେ ତାଟିଆ ଅଛି, ତାଟିଆ ଭିତରେ ଅମୃତ, ମା’ ପେଟର ଝିଅଟି ଗୋରୀ କଃ ଇଏ କିଏ କି ଗଣିତ ?

ଉତ୍ତର;- ତାହା ହେଉଛି ନଡିଆ ।

9- ନାକରେ ଯଦି ଥରେ ମୁଁ ଚଢିଜିବି, କାନ ଧରିକି ତତେ ମୁଁ ପଢେଇବି ?

ଉତ୍ତର;- ତାହା ହେଉଛି ଚଷମା ।

10- ମାମୁଁ ଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାହିଁ ?

ଉତ୍ତର;- ତାହା ହେଉଛି ତାରା ।

ବନ୍ଧୁଗଣ ଯଦି ଆପଣଙ୍କୁ ଏହି ଓଡିଆ ମଜାଳିଆ ପ୍ରହେଳିଆଟି ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *