ଦେଖନ୍ତୁ Video: Raj Kundra ଙ୍କ ବିରୁଦ୍ଧରେ ମହିଳା ଆଣିଲେ ଏମିତି ସାଂଘାତିକ ଅଭିଯୋଗ, କହିଲେ “ନ୍ୟୁଡ଼ ଫଟୋ ଉଠାଇବାକୁ ବାଧ୍ୟ କରୁଥିଲେ ରାଜ, ନ ହେଲେ ସେ”

ନମସ୍କାର ବନ୍ଧୁଗଣ ଆପଣ ମାନେ ବଲିଉଡ ସିନେମା ବିଷୟରେ ଜାଣିଥିବେ ଅନେକ ସିନେମା ମଧ୍ୟ ଦେଖିଥିବେ । ତେବେ ଏହି ବଲିଉଡ ରେ ଅନେକ ଥର ଅନେକ କଥା କୁ ନେଇ ବାଡ଼ ବିବାଦ ହୋଇ ଆସିଛି ।

କେତେବେଳେ କାଷ୍ଟିଂ କାଉଚ୍ ହେଉ କିମ୍ବା କେଉଁ ନୂତନ କଳାକାର ଙ୍କ ସହ ଖରାପ ବ୍ୟବହାର ଏହି ସବୁ ବିଷୟ କୁ ନେଇ ବଲିଉଡ ପ୍ରାୟତଃ ଚର୍ଚ୍ଚା ରେ ରହିଥାଏ । ତେବେ ବର୍ତ୍ତମାନ ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଠି ଙ୍କ ସ୍ୱାମୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରା ଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ତେବେ କାରଣ ହେଉଛି ଅଶ୍ଲୀଳ ସିନେମା ତଥା ୱେବ ସିରିଜ ପ୍ରସ୍ତୁତ କରିବା । ତେବେ ଏହି ସମ୍ପର୍କରେ ଅଭିଯୋଗ କରିଥିବା ଝିଅ ନିଜ ଇଣ୍ଟରଭିଉ ରେ ଏହି ସମ୍ପର୍କରେ କଣ କହିଛନ୍ତି ଆସନ୍ତୁ ଜାଣିନେବା ।

ରାଜ କୁନ୍ଦ୍ରା ଯିଏ କି ଜଣେ ବ୍ୟବସାୟୀ ଏବଂ ଫିଲ୍ମ ନିର୍ମାତା ଏବଂ କେତେକ ୱେବ ସିରିଜ ରେ ମଧ୍ୟ ସେ କାମ କରିଛନ୍ତି । ଏହା ଛଡା ସେ ନାମୀ ଦାମୀ ଅଭିନେତ୍ରୀ ଶିଳ୍ପା ସେଠୀ ଙ୍କ ସ୍ୱାମୀ ମଧ୍ୟ ତେଣୁ ତାଙ୍କର ବହୁତ ନାମ ମଧ୍ୟ ଅଛି ଏହି ଇଣ୍ଡଷ୍ଟ୍ରି ରେ ।  ତେବେ ବର୍ତ୍ତମାନ ରାଜ କୁନ୍ଦ୍ରା ଙ୍କୁ ଅଶ୍ଳୀଳ ସିନେମା ବନେଇବା ଏବଂ ଝିଅ ମାନଂକୁ କାଷ୍ଟିଂ କାଉଚ୍ କରିବା ଭଳି ବଡ଼ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛନ୍ତି ।

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ରାଜ ଗିରଫ ହୋଇଛନ୍ତି କିମ୍ବା ଜେଲ ମଧ୍ୟ ଯାଇଛନ୍ତି । ଏହି ମାମଲା ରେ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି । ରାଜ କୁନ୍ଦ୍ରା ଙ୍କୁ ୨୩ ତାରିଖ ପର୍ଯ୍ୟନ୍ତ ପୋଲିସ ର ହିୟାସତ ରେ ରହିବାକୁ ପଡିବ । ୪ ଫେବୃଆରୀ ରେ ପୋଲିସ କୁ ଜଣାପଡିଲା କି ରୋବା ଖାନ ଏବଂ ତାଙ୍କ ସ୍ୱାମୀ ଶାନ ବାନାର୍ଜୀ ଏକ ବଙ୍ଗଳା ନେଇ ସେଠାରେ ଅଶ୍ଲୀଳ ଭିଡିଓ ସୁଟ କରୁଛନ୍ତି ।

ଏହା ପରେ ସେଠାରେ ପୋଲିସ ପହଁଚି ସେଠାରେ ଉପସ୍ଥିତ ଥିବା ଲୋକ ମାନଙ୍କୁ ଗିରଫ କରିଥିଲା ଏବଂ ଏହା ପରେ ପଚରାଉଚରା ଜରିଆରେ ତାଙ୍କୁ ଅନ୍ୟ ଦୋଷୀ ଙ୍କ ନାମ ମଧ୍ୟ ସାମ୍ନା କୁ ଆସିଥିଲା ଏବଂ ସେମାନଂକୁ ମଧ୍ୟ ଗିରଫ କରିଥିଲେ । ତେବେ ଏହି ମାମଲା ରେ ଜଣେ ଝିଅ ନିଜ ଉପରେ ହେଉଥିବା ବ୍ୟବହାର ଏବଂ ଅତ୍ୟାଚାର ସମ୍ପର୍କରେ ମୁହଁ ଖୋଲିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେ କଣ କଣ ସବୁ କହିଛନ୍ତି ।

ଝିଅ ଟି ର ଅନୁସାରେ ତାଙ୍କୁ ପ୍ରଲୋଭନ ଦେଖା ଯାଇଥିଲା କି ଅଳ୍ପ ସମୟ ଭିତରେ ବହୁତ ଅଧିକ ପଇସା ରୋଜଗାର କରି ପାରିବେ । ତମେ ଚାରିଆଡେ ଛାଇ ଯିବ ସମସ୍ତେ ତୁମକୁ ଜାଣିବେ । ଏହା ଛଡା ବହୁତ ଅଶ୍ଳୀଳ କଥା ମଧ୍ୟ କହିଥିଲେ ଏବଂ ଫିଗର ବିଷୟରେ ମଧ୍ୟ ବହୁତ କିଛି କହିଥିଲେ ଯାହାକି ମିଡ଼ିଆ ସାମ୍ନା ରେ ସେ କହି ପାରିବେ ନାହିଁ ବୋଲି କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି କି ସେ ନିଜର ମୁହଁ ଏଥିପାଇଁ ଖୋଲିଲେ କାରଣ ଯଦି ସେ ନିଜର ମୁହଁ ନ ଖୋଲିବେ ତେବେ ଏହି ସବୁ ଘଟଣା ଆଉ କେଉଁ ଝିଅ ସହିତ ମଧ୍ୟ ହୋଇ ପାରିବ ତେଣୁ ସେ ଚାହୁଁ ନାହାନ୍ତି କି ଏଭଳି ଘଟଣା ଆଉ କାହା ସହ ହେଉ ବୋଲି ।

Leave a Reply

Your email address will not be published. Required fields are marked *