ଲଘୁଚାପ କ୍ଷେତ୍ର କେଉଁ ସ୍ଥିତିରେ ଥିଲେ କେତେ ମାତ୍ରାରେ ବହେ ପବନ ? କେତେବେଳେ ହୁଏ ସବୁଠୁ ଅଧିକ ଭୟଙ୍କର ?

କରୋନା କାଳରେ ବର୍ତ୍ତମାନ ଓଡିଶା ଆଉ ଏକ ବିପତ୍ତି ମାଡି ଆସୁଛି । ତାହା ହେଲା ବାତ୍ୟା ୟଶ । ବାତ୍ୟା ୟଶ ଅତି ଭୟଙ୍କର ଘୂର୍ଣ୍ଣୀବଳୟ ରେ ପରିଣତ ହୋଇ ଓଡିଶା ଆଡକୁ ମାଡି ଆସୁଛି ।

ପାଣିପାଗ ବିଭାଗ ଅନୁସାରେ ଏହା ପାରାଦୀପ ଓ ସାଗରଦୀପ ମଧ୍ୟରେ ୨୬ ତାରିଖ ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ, ଏହାର ପ୍ରଭାବ ବିଶେଷ କରି ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ପଡିବ । ଭାରତୀୟ ପାଣିପାଗ ବିଭାଗରୁ ଆକଳନ କରା ଯାଇଛି ଯେ ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୫୫ କିମି ରୁ ୧୬୫ କିମି ଯାଏଁ ଅତିବାହିତ ହେବ ।

ବିଶେଷ କରି ଜଗତସିଂହ ପୁର ଜିଲ୍ଲା ଅଧିକ ପ୍ରଭାବିତ ହେବା ସହ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଅଧିକରୁ ଅଧିକ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି । ଆଜି ଆମେ ଆପଣଙ୍କୁ କହିବାକୁ ଚାହୁଞ୍ଚୁ କି ଲଘୁଚାପ କ୍ଷେତ୍ର କେଉଁ ସ୍ଥିତିରେ ଥିଲେ କେତେ ମାତ୍ରାରେ ପବନ ବହେ ? ତେବେ ଡେରି ନକରି ଆସନ୍ତୁ ଜାଣିବା ।

ଲଘୁଚାପ ଯେତେବେଳେ ଅବପାତରେ ପରିଣତ ହୁଏ ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୫୦ କିମି ରହିଥାଏ । ଯେତେବଳେ ଏହୀ ଗଭୀର ଅବପାତରେ ପରିଣତ ହୁଏ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ଯାଏଁ ରହିଥାଏ । ଯେତେବେଳେ ଲଘୁଚାପ ବାତ୍ୟାର ରୂପ ନେଇଥାଏ ତେବେ ପବନର ବେଗ ଘଣ୍ଟା ପ୍ରତି ୬୦ ରୁ ୮୦ କିମି ଯାଏଁ ବଢିଥାଏ ।

ପବନର ବେଗ ଭୀଷଣ ବାତ୍ୟା ସମୟରେ ଘଣ୍ଟା ପ୍ରତି ୯୦ରୁ ୧୨୦ କିମି ହୋଇଥାଏ । ଅତି ଭୀଷଣ ବାତ୍ୟା ବା ସାମୁଦ୍ରିକ ଝଡ ସୃଷ୍ଟି ହୋଇ ସ୍ଥଳଭାଗ ଛୁଇଁଲେ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୬୫ କିମି ଯାଏଁ ରହିଥାଏ । ସେହିପରି ଅତିରୁ ଅତି ପ୍ରବଳ ବାତ୍ୟା ହେଲେ ପବନର ବେଗ ୧୬୬ରୁ ୨୨୦ କିମି ଯାଏଁ ରହିଥାଏ । ୧୯୯୯ ମସିହା ମହାବାତ୍ୟା ପରେ ଅମ୍ପାନକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁପର ସାଇକ୍ଳୋନ ଶ୍ରେଣୀରେ ଅନ୍ତରଭୁକ୍ତ କରା ଯାଇଥିଲା ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *