ନମସ୍କାର ବନ୍ଧୁଗଣ ଭଦ୍ରକ ଜିଲ୍ଲା ର ବାସୁଦେବପୁର ର ଅଭିଷେକ ମହାପାତ୍ର । ଯିଏ କି ଏକମୋ ଚିକିତ୍ସା ପାଇଁ ସେ ବର୍ତ୍ତମାନ ଜୀଵନ ସହ ସଂଗ୍ରାମ କରୁଛନ୍ତି କଲିକତା ର ଏକ ଘରୋଇ ହସ୍ପିଟାଲରେ ।
ତାଙ୍କ ଅବସ୍ଥା ଏବେ ବି ସୁଧା ସଙ୍କଟାପନ୍ନ ରେ ରହିଛି । ତେଣୁ ସେ ଖୁବ ଶୀଘ୍ର ଚିକିତ୍ସା ହୋଇ ଘରକୁ ଫେରନ୍ତୁ ଏବଂ ତାଙ୍କ ଚିକିତ୍ସା ଭଲ ରେ ହୋଇ ଯାଉ ବୋଲି ଆମ ଓଡ଼ିଆ ଲୋକ ମାନେ ତାଙ୍କୁ ସାହାଯ୍ୟ ର ହାତ ବଢ଼ାଇ ଛନ୍ତି । ଠିକ ଏହି ସମୟରେ ବାଲେଶ୍ଵର ର ଜଣେ କୁନି ଝିଅ ଯିଏ କି ତୃତୀୟ ଶ୍ରେଣୀ ରେ ପାଠ ପଢୁଛନ୍ତି ସେ ତାଙ୍କ କୁମ୍ପି ରେ ନିଜ ବାପା ମାଆ ଙ୍କ ଠାରୁ ରଖିଥିବା ପ୍ରାୟତଃ ୨୦୦୦ ରୁ ଅଧିକ ଟଙ୍କା ଯେତିକି ସେ ନିଜ କୁମ୍ପି ରେ ରଖିଥିଲେ ସେହି ଟଙ୍କା କୁ ସେ ଅଭିଷେକ ଙ୍କୁ ଦେବାକୁ ଚାହୁଁଛନ୍ତି ।
ତାଙ୍କ ଆକାଉଣ୍ଟ ରେ ସେ ସେହି ଟଙ୍କା ପଠାଇବେ ବୋଲି ନିଷ୍ପତ୍ତି ନେଇ ଛନ୍ତି । ସେହି କୁନି ଝିଅ ଟି ର ନାମ ହେଉଛି ଅଶ୍ଲୀଶା କାଶ୍ୟପ । ସେ ତୃତୀୟ ଶ୍ରେଣୀ ରେ ପଢୁଛନ୍ତି । ତାଙ୍କୁ ପଇସା ଦେବାର କାରଣ ବିଷୟରେ ପ୍ରଶ୍ନ କରା ଯାଇଥିଲା ସେତେବେଳେ ସେ ଉତ୍ତର ରେ କହିଥିଲେ କି ତାଙ୍କର ଜଣେ ମାଉସୀ ଥିଲେ ଯାହାକୁ ସମସ୍ତେ ବହୁତ ଭଲ ପାଉଥିଲେ ।
ସେ ତାଙ୍କ ରୋଗ ପାଇଁ ହସ୍ପିଟାଲରେ ପଡ଼ିଥିଲେ କିନ୍ତୁ ସେ ଆଉ ଘରକୁ ଫେରିଲେ ନାହିଁ ତେଣୁ ସେ ଚାହୁଁଛନ୍ତି କି ଅଭିଷେକ ଭଲ ହୋଇ ନିଜ ଘରକୁ ଏବଂ ନିଜ ପରିବାର ଙ୍କ ପାଖକୁ ଫେରି ଆସନ୍ତୁ ଏବଂ ସେହି ଟଙ୍କା କୁ ପଠାଇବା ର ବ୍ୟବସ୍ଥା ତାଙ୍କ ବାପା କରିଛନ୍ତି ବୋଲି ସେ କହିଛନ୍ତି । ସେ ନିଜ ବାପା ମାଆ ଙ୍କ ଠାରୁ ମାଗି କି ହିଁ ଦୁଇ ହଜାର ଟଙ୍କା ସଞ୍ଚୟ କରିଥିଲେ ଏବଂ ଏବେ ସେହି ଟଙ୍କା କୁ ସେ ଅଭିଷେକ ଙ୍କ ଚିକିତ୍ସା ପାଇଁ ଦେବେ ତେବେ ଏହା ହେଉଛି ଏହି କୁନି ଝିଅ ର ବଡ଼ ମହାନତା ।
ଯେତେବେଳେ ସେ କୁନି ଝିଅ ର ମାଆ ଙ୍କୁ ଏହି ବିଷୟରେ ପ୍ରଶ୍ନ କରା ଯାଇଥିଲା ସେ କହିଥିଲେ କି ତାଙ୍କ ବଡ଼ ଭଉଣୀ କରୋନା ସଂକ୍ରମଣ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ ଏବଂ ଦୁର୍ଭାଗ୍ୟ ବସତଃ ସେମାନେ ତାଙ୍କୁ କୌଣସି ପ୍ରକାରର ସାହାଯ୍ୟ କରି ପାରି ନଥିଲେ ଏବଂ ସେ ଯେତେବେଳେ ଅଭିଷେକ ଙ୍କ ଚିକିତ୍ସା ବିଷୟରେ ଆଲୋଚନା କରନ୍ତି ଏବଂ ନ୍ୟୁଜ କିମ୍ବା ଫେସବୁକ ରେ ତାଙ୍କ ମାଆ ଏବଂ ସ୍ତ୍ରୀ ଙ୍କ ନିବେଦନ ଦେଖି ସେ ନିଜ ଇଚ୍ଛାରେ ହିଁ ନିଜେ ସଞ୍ଚିତ ରଖିଥିବା ଟଙ୍କା କୁ ଅଭିଷେକ ଙ୍କୁ ଦେବାକୁ ଇଚ୍ଛା କରିଛନ୍ତି ।
ତେବେ ଅଭିଷେକ ଶୀଘ୍ର ଭଲ ହୋଇ ଘରକୁ ଫେରି ଆସନ୍ତୁ ବୋଲି ପ୍ରାର୍ଥନା କରୁଛନ୍ତି । ଏବଂ ଏହି କୁନି ଝିଅ ର ବଡ଼ ମହାନତା ମଧ୍ୟ ସମସ୍ତ ଙ୍କ ହୃଦୟ କୁ ଛୁଇଁ ପାରିଛି । ଏହି କୁନି ଝିଅର ଏପରି ମହାନତା ପାଇଁ ଗୋଟିଏ ସେୟାର କରନ୍ତୁ ଓ ନିଜର ମତାମତ କମେନ୍ଟ କରନ୍ତୁ ।