ନମସ୍କାର ବନ୍ଧୁଗଣ ତେବେ ଓଲିଉଡ ଜଗତର ଦୁଇଜଣ କଣ୍ଠଶିଳ୍ପୀ ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେମାନେ ହେଉଛନ୍ତି କଣ୍ଠଶିଳ୍ପୀ କୁଲ୍ଦୀପ୍ ପଟ୍ଟନାୟକ ଓ ଈପ୍ସିତା ପଣ୍ଡା । ଏହି ଦୁଇଜଣ ଖୁବ୍ କମ୍ ସମୟରେ ସଙ୍ଗୀତ ଜଗତରେ ଲୋକପ୍ରିୟତା ହାସଲ କରିଛନ୍ତି । ଜଣେ ସଙ୍ଗୀତ ଜଗତର ରାଜା, ଆଉ ଜଣେ ସଙ୍ଗୀତ ଜଗତର ରାଣୀ ଅଟନ୍ତି । ସେମାନେ ବିଭିନ୍ନ ପ୍ରକାରର ଗୀତ ଗାଇ ଲୋକମାନଙ୍କ ହୃଦୟକୁ ରାଜ୍ କରିଛନ୍ତି ।

ଭକ୍ତିଭରା ଗୀତରୁ ରୋମାଣ୍ଟିକ୍, ଏମିତିକି ମନ୍ତ୍ରମୁଗ୍ଧକର ଦେଶାତ୍ମକବୋଧକ ସଂଗୀତଯାଏ ଉଭୟଙ୍କ ସ୍ୱରର ଯାଦୁ କେବଳ ଯୁବପିଢି ନୁହେଁ ବରଂ ସବୁ ବର୍ଗର ଲୋକଙ୍କ ମନ ଜିଣି ପାରିଛି । ତେବେ କୁଲଦୀପ କହିଛନ୍ତି କି ପ୍ରଥମେ ସେ ଇପ୍ସିତାଙ୍କୁ ଏକ ସାଇ ଭଜନ ଷ୍ଟେଜ ସୋରେ ଦେଖିଥିଲେ ସେହି ପରଟାରୁ ସେ ଭାବିଥିଲେ କି ଯଦି ବିବାହ କରିବେ ତେବେ ଏହି ଝିଅକୁ ହିଁ ବିବାହ କରିବେ ତେବେ ତାହା ଯେ ସତ ହେବ ଏହା ସେ କେବେ ଜାଣିନଥିଲେ ।
ପ୍ରଥମ ଥର ଦେଖାରେ ଇପ୍ସିତା କୁଲଦୀପଙ୍କୁ ଭାଇ ବୋଲି ଡାକିଥିଲେ । ଏହା ସହିତ କୁଲଦୀପ ଏହା ମଧ୍ୟ କହିଛନ୍ତି କି ତାଙ୍କର ଏପରି ଏକ ଯୋଡିକୁ ଭଗବାନ ହିଁ ସମ୍ଭବ କରିଛନ୍ତି ତା ଛଡା ଆଉ କେହି ନୁହେଁ । ଭଗବାନଙ୍କର ଆର୍ସିବାଦ ଏବଂ ଲୋକମାନଙ୍କର ଭଲପାଇବା ପାଇଁ ସେମାନେ ଏକାଠି ହୋଇପାରିଛନ୍ତି ବୋଲି କହିଛନ୍ତି ।
ତେବେ ଇପ୍ସିତା ନିଜର ଇଂଷ୍ଟାଗ୍ରାମ ଆଇ ଡ଼ି ରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ କୁଲଦୀପ ଇପ୍ସିତା ଙ୍କ ହାତକୁ ଧରି କିସ କରୁଛନ୍ତି ଏବଂ ହାତକୁ ଜାବୁଡି ଧରିଛନ୍ତି ।
ତେବେ ଏହି ଭିଡିଓ ଟି ଦର୍ଶକ ମାନଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥିଲା ଦୁହିଁଙ୍କ ଯୋଡି କୁ ଲୋକମାନେ ବହୁତ ଭଲ ପାଇବା ମଧ୍ୟ ଦେଉଛନ୍ତି । ତେବେ ଏହା ଛଡା ଇପ୍ସିତା ନିଜ ବାହାଘର ଏବଂ ରିସେପସନ ରେ ବହୁତ ଖୁସି ଥିଲେ ଏବଂ ଦୁହେଁ ବହୁତ ସୁନ୍ଦର ଦେଖା ଯାଉଥିଲେ ତେବେ ଇପ୍ସିତା ଅନେକ ରିଲସ ଭିଡିଓ ମଧ୍ୟ ବନାଇ ଥିଲେ ।

ତେବେ ଦୁହିଁଙ୍କ ଅନେକ ଫୋଟୋ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ଦୁହେଁ ବହୁତ ସୁନ୍ଦର ରୋମାଣ୍ଟିକ ପୋଜ ମଧ୍ୟ କରିଛନ୍ତି । ତେବେ ଦୁହେଁ ବହୁତ ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି । ତେବେ ଏହି ଲେଖା ଏବଂ ଦୁହିଁଙ୍କ ଯୋଡି ଆପଣ ଙ୍କୁ କିପରି ଲାଗୁଛି ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

