ବନ୍ଧୁଗଣ ଆଦିମ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷ ଓ ପଶୁ ସମୟ ସହ ବିକାଶ କରି ଆସୁଛନ୍ତି । ଯେଉଁ ଭଳି ଭାବରେ ମଣିଷ ବନେଇ ଥିବା ଜିନିଷକୁ ଦେଖି ପ୍ରାଣୀ ମାନେ ଆଶ୍ଚର୍ଯ୍ୟ ହୋଇଥାନ୍ତି ସେହି ଭଳି ପ୍ରାଣୀ ମାନଙ୍କର ହରକତକୁ ଦେଖି ମଧ୍ୟ ମଣିଷ ଆଶ୍ଚର୍ଯ୍ୟ ହୋଇଥାନ୍ତି । ବନ୍ଧୁଗଣ ଜୀବ ଜନ୍ତୁଙ୍କ ସହ ଜଡିତ କିଛି ଆଶ୍ଚର୍ଯ୍ୟ ଜନକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଜୀବ ଜନ୍ତୁଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ ଚୁଚୁନ୍ଦ୍ରା ଭଳି ଦେଖା ଯାଉଥିବା ଜୀବ ରେଳ ଗାଡି ଭଳି ଯାଉଥିବାର ନଜର ଆସୁଛନ୍ତି । ଭିଡିଓରେ ଏହି ଜୀବ ଗୁଡିକ ଗୋଟେ ପଛରେ ଗୋଟେ ଲାଞ୍ଜ ଧରି ରେଳ ଗାଡି ଭଳି ଯାଉଥିବାର ନଜର ଆସୁଛନ୍ତି । ଏହି ଜୀବର ନାମ ହେଉଛି ଶ୍ରୀଉ । ବନ୍ଧୁଗଣ ଯେତେବେଳେ ଏମାନଙ୍କ ଘର ଭାଙ୍ଗିଯାଏ ସେତେବେଳେ ଏମାନଙ୍କ ମା ଏମାନଙ୍କୁ ଏଭଳି ଭାବରେ ଏକ ଭଲ ସ୍ଥାନକୁ ନେଇଯାଇଥାଏ ।
୨. ବନ୍ଧୁଗଣ ଏହି ଦୁନିଆରେ ଛୁଆ ମାନଙ୍କ ପ୍ରତି ମାର ସ୍ନେହ ସବୁଠାରୁ ଅଧିକ ରହିଥାଏ ଏଣିକି ସେମାନେ ମଣିଷ ହୁଅନ୍ତୁ ବା ଜୀବ ଜନ୍ତୁ । ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଗୋଟେ ଛୁଆ ମାଙ୍କଡ ଗଛ ଚଢୁଥିବା ବେଳେ ଦୁଇଟି ଡାଳ ଭିତରେ ଫସି ରହିଯାଉଛି ସେହି ସମୟରେ ମାଙ୍କଡ ଛୁଆର ମା ଆସି ତାକୁ ଉଧାର କରୁଛି । ହେଲେ ବନ୍ଧୁଗଣ ଉଧାର କରିବା ବେଳେ ଆପଣ ସେହି ମାଙ୍କଡର ଚିନ୍ତା ତା ମୁହଁରେ ଦେଖି ପାରୁଥିବେ ।
୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଗୋଟେ ସାପ ମୂଷା ଛୁଆଙ୍କୁ ଶିକାର କରିବା ପାଇଁ ଯାଉଛି ହେଲେ ସେହି ସମୟରେ ମୂଷା ଛୁଆଙ୍କ ମା ସେହି ସ୍ଥାନରେ ପହଞ୍ଚି ସାପ ଉପରେ ଆକ୍ରମଣ କରୁଛି । ନିଜ ଛୁଆ ମାନଙ୍କୁ ବଞ୍ଚେଇବା ପାଇଁ ମା ମୂଷାଟି ଆପ୍ରାଣ କଷ୍ଟ କରୁଛି ଯାହାଫଳରେ ସାପଟି ସେହି ସ୍ଥାନରୁ ଚମ୍ପଟ ମାରିବାରେ ଲାଗୁଛି ।
୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଗୋଟେ କୁକୁର ରାସ୍ତାରେ ଚାଲୁ ଥିବାର ନଜର ଆସୁଛି । କୁକୁର ସାମ୍ନାରେ ଗୋଟେ କାର ଲାଇଟ ମାରି ଥିବାରୁ କୁକୁର ରାସ୍ତାରେ ଥିବା ୮ ଫୁଟ ଲମ୍ବ ବିଶାଳକାୟ ଅଜଗର ସାପକୁ ଦେଖି ପାରୁ ନାହିଁ । ସେହି ସମୟରେ କୁକୁରଟି ଅଜଗର ଉପରେ ଚଢି ଯାଉଛି ହେଲେ ଠିକ ସମୟରେ କୁକୁରଟି ଅଜଗର ବିଷୟରେ ଜାଣି ପାରୁଛି ଓ ସେହି ଜାଗରୁ ଚମ୍ପଟ ମରୁଛି ।
୫. ବନ୍ଧୁଗଣ ଆମାଜୋନ ନଦୀରେ ଗୋଟେ ଲୋକ ମାଛ ଧରୁଥିବା ବେଳେ ସେ ଗୋଟେ ଅଜବ ମାଛ ଧରିଥିଲା । ବ୍ୟକ୍ତି ଜଣକ ସେହି ମାଛଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ସେହି ମାଛଟି ସବୁ ଠାରୁ ଭିନ୍ନ ଥିଲା । ହେଲେ ପରେ ଜଣା ପଡିଲା ତାହା ଗୋଟେ କ୍ୟାଟ ଫିସ ଥିଲା ତାକୁ ଟକିଙ୍ଗ କ୍ୟାଟ ଫିସ ବି କୁହନ୍ତି ।