ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଲୋକମାନେ ଏହି ସବୁ ଘଟଣା ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁଳ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ଭୁବନେଶ୍ବର ଲିଙ୍ଗରାଜ ଅଞ୍ଚଳରେ ମୋ ବସର ଲେଡି କଣ୍ଡକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ । ଏ ନେଇ ପଡୋଶୀ ଗଣମାଧ୍ୟମ ସାମ୍ନାରେ ଘଟଣା ବିଷୟରେ କହିଛନ୍ତି । ପଡୋଶୀଙ୍କ ମତରେ-‘ପାଞ୍ଚ ଛ ମାସ ହେବ ସେ ଆମ ଘରେ ଭଡାରେ ରହୁଥିଲେ । ଲାଟିନ ଯାଇ ଦେଖିବା ବେଳୁ ସେଠି ମୋବାଇଲ ପଡିଛି । ମୁ ଭାବିଲି ଖାଲି ଖୋଳ ବା ଡେମୋ ମୋବାଇଲ ହେଇଥିବ’ ।
ଆଗକୁ ସେ କହିଛନ୍ତି-‘ମୁ ମୋବାଇଲ ଦେଖି ତାକୁ ଥୋଇ ଦେଲି କାରଣ ଆମର ତାଲା ସବୁ ଘରେ ପଡେ ରାତିରେ । ତା ପରେ କୂଅକୁ ବାଲଟି ପକେଇଲି ସେତେବେଳେ ଦେଖିଲି ଭାସୁଛି ଝିଅଟି । ମୁ ସେହି ସମୟରେ ଚିତ୍କାର କରି ସମସ୍ତଙ୍କୁ ଡାକିଲି । ତା ପରେ ଘର ଲୋକ ସବୁ ଆସିଲେ ଆସିକି ଦେଖିଲେ ଓ ତା ପରେ ଥାନାକୁ ଏଫଆଇଆର ଦେଲୁ । ସେ ମୋ ବସରେ କଣ୍ଡକ୍ଟର ଥିଲେ । ସେ ନିଜ କାମକୁ ଯାନ୍ତି ଓ ରାତି ୧୦-୧୧ଟାରେ ଆସନ୍ତି । ତାଙ୍କ ଘରକୁ କେହି ଝିଅ ପୁଅ ଆସନ୍ତି ନାହିଁ’ ।

ଆଗକୁ ସେ କହିଛନ୍ତି-‘ତାଙ୍କ ଘର ଲୋକ ଭଉଣୀ ଆସନ୍ତି ବୋଲି କୁହନ୍ତି ହେଲେ ଆମେ କେବେ ଦେଖିନୁ । ସେ ସବୁବେଳେ ଚିନ୍ତାରେ ରୁହନ୍ତି । ଦୁଇ ତିନି ଦିନ ତଳେ ତାଙ୍କ ସାଙ୍ଗ କିଏ ମେଡିକାଲରେ ପଡିଥିଲା ସେଥିପାଇଁ ସେ ଚିନ୍ତାରେ ଥିଲେ । କଣ ହେଇଛି କଣ ନାହିଁ ଆମେ କହିପାରିବୁ ନାହିଁ କାରଣ ମୁ କଥା ବାର୍ତ୍ତା କରେ ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଘଟଣା ବିଷୟରେ ପଡୋଶୀ କହିଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

