Jhansi Ki Rani ସିରିଏଲ ଋ ଫେମସ ହୋଇଥିବା ଅଭିନେତ୍ରୀ Kratika Sengar ଙ୍କ ସ୍ଵାମୀ ଅଟନ୍ତି Bollywood ର ଏହି ଖତରନାକ ଭିଲେନ

ଫ୍ରେଣ୍ଡ୍ସ ଟେଲିଭିଜନ ରେ ମହାରାଣୀ ଲକ୍ଷ୍ମୀ ବାଇ ଙ୍କ ଚରିତ୍ର କୁ ଜୀବନ୍ତ କରି ସାରିଥିବା ଅଭିନେତ୍ରୀ କୃତିକା ସେଙ୍ଗର ଛୋଟ ପରଦାର ଏକ ଫେମସ ଅଭିନେତ୍ରୀ ଅଟନ୍ତି । ସେ ନିଜର ଦମଦାର ଅଭିନୟରେ ଦର୍ଶକ ଙ୍କ ମନକୁ କିଣି ନିଅନ୍ତି । ସେ ଦେଖିବାକୁ ବହୁତ ସାଧା ସିଧା ଲାଗିଲେ ମଧ୍ୟ ତାଙ୍କର ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ ଅଟେ । କୃତିକା ପୁନର୍ବିବାହ, କସମ ତେରେ ପ୍ୟାର କି ଭଳି ସୁପର ହିଟ ସିରିଏଲ ରେ ନଜର ଆସି ସାରିଛନ୍ତି ।

ଗୋଟିଏ ପଟେ ଯେଉଁଠି କୃତିକା ଟିଭି ରେ ବିନମ୍ର ଚରିତ୍ରରେ ଅଭିନୟ କରନ୍ତି ସେଇଠି ତାଙ୍କ ସ୍ଵାମୀ ହିନ୍ଦୀ ସିନେମାରେ ସବୁଠୁ ଭୟାନକ ଭିଲେନ ର ଭୂମିକାରେ ଅଭିନୟ କରୁଥିବା ଅଭିନେତା ରୂପରେ ଜଣା ଯାଆନ୍ତି । ସେ ମଧ୍ୟ ଜଣେ ସଫଳ ଅଭିନେତା ଅଟନ୍ତି । ଟିଭି ଅଭିନେତ୍ରୀ କୃତିକା ସେଙ୍ଗର 2014 ରେ ହିଁ ବିବାହ କରି ନେଇଥିଲେ ଓ ତାଙ୍କ ସ୍ଵାମୀ କିଏ ଅଟନ୍ତି ଏହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ଆପଣଙ୍କୁ କହି ଦେଉଛୁ କି କୃତିକା ସେଙ୍ଗର ବର୍ଷ 2014 ରେ ନିକେତନ ଧୀର ଙ୍କ ସହିତ ବିବାହ କରି ନେଇଥିଲେ । ଯିଏ କି ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରି ର ଖତରନାକ ଭିଲେନ ର ଚରିତ୍ରରେ ନଜର ଆସି ସାରିଛନ୍ତି । ନିକେତନ ଧୀର ସଞ୍ଜୟ ଲୀଳା ଭଂଶାଲି ଙ୍କ ଫିଲ୍ମ ଯୋଦ୍ଧା ଆକବର, ରେଡ୍ଡୀ, ଦବଙ୍ଗ 2 ଓ ଶାହରୁଖ ଖାନ ଙ୍କ ସହିତ ରୋହିତ ସେଟ୍ଟୀ ଙ୍କ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସ ରେ ବି ତଙ୍ଗବଲି ର ଦମଦାର କ୍ୟାରେକ୍ଟର ରେ ନଜର ଆସି ସାରିଛନ୍ତି ।

ଯେଉଁଠି କୃତିକା ସେଙ୍ଗର କଲର୍ସ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ କସମ ତେରେ ପ୍ୟାର କି ରେ ତନୁଜା ଶିଖର ର ମୁଖ୍ୟ ଚରିତ୍ରରେ ନଜର ଆସି ସାରିଛନ୍ତି ସେଇଠି ନିକେତନ ଧୀର ବି ଷ୍ଟାର ପ୍ଲସ ର ଲୋକପ୍ରିୟ ଧାରାବାହିକ ଇସ୍କବାଜ ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରେ ନଜର ଆସିଛନ୍ତି ।

ସେଇଠି କୃତିକା ସେଙ୍ଗର ବି ବର୍ଷ 2014 ରେ ପଙ୍କଜ ଧୀର ଙ୍କ ଫିଲ୍ମ ‘ମାଈ ଫାଦର ଗଡ ଫାଦର’ ରୁ ବଲିଉଡ ରେ ଦେବ୍ୟୁ କରିଥିଲେ । ଯାହା ଏକ ରୋମାଣ୍ଟିକ ଥ୍ରୀଲର ଫିଲ୍ମ ଥିଲା । ଯେଉଁଥିରେ ସେ ଜାହ୍ନବୀ ର ଚରିତ୍ରରେ ନଜର ଆସିଥିଲେ । ଆପଣଙ୍କୁ କହି ଦେଉଛୁ କି ନିକେତନ ଧୀର ଙ୍କ ପିତା ହେଉଛନ୍ତି ପଙ୍କଜ ଧୀର ଓ ମାତା ହେଉଛନ୍ତି ଅନୀତା ଧୀର ।

ପଙ୍କଜ ଧୀର ମଧ୍ୟ ହିନ୍ଦୀ ଫିଲ୍ମ ଓ ଟିଭି ସିରିଏଲ ରେ ଜଣେ ଜଣାଶୁଣା ଅଭିନେତା ଅଟନ୍ତି ଯିଏ ମହାଭାରତ ସିରିଏଲ ରେ କର୍ଣ୍ଣର ଭୂମିକା କରି ଘରେ ଘରେ ଲୋକପ୍ରିୟ ହୋଇ ଯାଇଥିଲେ । ତେବେ ଆପଣଙ୍କୁ ଏହି ଦୁଇ ଜଣଙ୍କ ଯୋଡି କେମିତି ଲାଗିଲା ଆମକୁ କମେନ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇନ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *