RBI କୋଟି କୋଟି ଗ୍ରାହକଙ୍କୁ କଲା ସତର୍କ ! ମେ ୨୩ ରେ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରିବା ପୂର୍ବରୁ ନିଶ୍ଚୟ ଜାଣି ନିଅନ୍ତୁ ଏହି କଥା

ବର୍ତ୍ତମାନର ସମୟରେ ସମସ୍ତ ଲୋକ ଆଧୁନିକ ହୋଇଯାଇଛନ୍ତି ଓ ଲୋକମାନେ ଆଧୁନିକ ପ୍ରଣାଳୀରେ ନିଜ ଜୀବନ ଅତିବାହିତ କରୁଛନ୍ତି । ପୂର୍ବରୁ ଲୋକମାନେ ଟଙ୍କାର କାରବାର ହାତକୁ ହାତ କରୁଥିଲେ

ହେଲେ ବର୍ତ୍ତମାନର ଏହି ଆଧୁନିକ ଦୁନିଆରେ ଲୋକମାନେ ନିଜ ଫୋନ ଦ୍ଵାରା ଅନ୍ୟ ଲୋକ ମାନଙ୍କୁ ଟଙ୍କା ପଠାଇ ପାରୁଛନ୍ତି । ଏହା ବହୁତ ସହଜ ଓ ସରଳ ଉପାୟ ହେବା ସହିତ ଏହା ସମୟକୁ ମଧ୍ୟ ବଞ୍ଚାଇ ଥାଏ । ବନ୍ଧୁଗଣ ଏହାକୁ ଡିଜିଟାଲ ଟ୍ରାନ୍ସାକ୍ସନ କୁହାଯାଏ । ଯଦି ଆପଣ ମାନେ ଏହି ଡିଜିଟାଲ ଟ୍ରାନ୍ସାକ୍ସନ କରୁଛନ୍ତି ତା ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର ନେଇ ଆସିଛି । ସମସ୍ତ ଲୋକଙ୍କ ପାଇଁ ଆରବିଆଇ ଏକ ସତର୍କ ସୂଚନା ଜାରି କରିଛି ।


ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ, ଆରବିଆଇ କହିଛି ଯେ, ମେ ୨୩ରେକିଛି ଘଣ୍ଟା ପାଇଁ NEFT ସେବା କାମ କରିବ ନାହିଁ। ଯଦି ଆପଣ ଏହି ସମୟ ସୀମା ମଧ୍ୟରେ କାହାକୁ ଟଙ୍କା ଟ୍ରାନ୍ସଫର କରିବାକୁ ଚାହାଁନ୍ତି । ତେବେ ଏହାକୁ ଆଗୁଆ କରନ୍ତୁ, ଯାହାଫଳରେ ଆପଣଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ । ଟ୍ବିଟର ଦ୍ଵାରା ଆରବିଆଇ ଏହି ସୂଚନା ଦେଇଛି ।

ବନ୍ଧୁଗଣ NEFTର ଫୁଲଫର୍ମ ହେଉଛି ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ । ଏହା ହେଉଛି ଏକେ ପେମେଣ୍ଟ ସିଷ୍ଟମ ଯାହା ସମଗ୍ର ଦେଶରେ ଚାଲିଥାଏ । ଯେଉଁଥିରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କକୁ ଟଙ୍କା ଟ୍ରାନ୍ସଫର ହୋଇଥାଏ । NEFT ମାଧ୍ୟମରେ ଗ୍ରାହକମାନେବହୁତ କମ ସମୟ ମଧ୍ୟରେ ଟଙ୍କା ଟ୍ରାନ୍ସଫର କରିପାରିବେ ।

ଦେଶର ଯେକୌଣସି ବ୍ୟାଙ୍କ ଶାଖାରେ ଏହି ସୁବିଧା ମାଧ୍ୟମରେ ଆପଣ ଟଙ୍କା ଟ୍ରାନ୍ସଫର କରିପାରିବେ । ଏହି NEFT ମାଧ୍ୟମରେ ଫଣ୍ଡ ଟ୍ରାନ୍ସଫର କରିବାର କୌଣସି ସର୍ବନିମ୍ନ ସୀମା ନାହିଁ, ତେଣୁ ଆପଣ ଯେକୌଣସି ପରିମାଣର ଟଙ୍କା ଟ୍ରାନ୍ସଫର କରିପାରିବେ । ଅନ୍ୟପଟେ ଯଦି ଆପଣ ସର୍ବାଧିକ ସୀମା ବିଷୟରେ କହିବେ, ତେବେ ବ୍ୟାଙ୍କ ହିସାବରେ ଏହା ଅଲଗା ଅଲଗା ହୋଇପାରେ ।

ଆରବିଆଇ ଏକ ଟ୍ୱିଟରେ ଜରିଆରେ କହିଛି ଯେ, ମେ ୨୨ରେ ବ୍ୟାଙ୍କର କାର୍ଯ୍ୟ ଶେଷ ହେବା ପରେ ଟେକ୍ନିକାଲ ଅପଗ୍ରେଡେଶନ ପାଇଁ NEFT ମେ ୨୩ରେ (ରାତି ୧୨ଟା ରୁ ଦିନ ୨ଟା ପର୍ଯ୍ୟନ୍ତ)  ପର୍ଯ୍ୟନ୍ତ କାମ କରିବ ନାହିଁ, କିନ୍ତୁ RTGS ସୁବିଧା ସୂଚାରୁ ରୂପେ କାର୍ଯ୍ୟ ଜାରି ରଖିବ ।

ତେଣୁ ବନ୍ଧୁଗଣ ଯଦି ଆପଣ ମାନେ କାହାକୁ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଚାହୁଁଛନ୍ତି ତା ହେଲେ ତୁରନ୍ତ କରିଦିଅନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ । ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଲା ତେବେ ଗୋଟେ ଲାଇକ କରିଦିଅନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *