କୋଭିଡ୍ ପଜିଟିଭ୍‌ ଥିଲେ କ’ଣ କରିବେ ? Dr Jyoti Ranjan Parida

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି ।

ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ । ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ।

ବର୍ତ୍ତମାନ ଆମ ଦେଶରେ ଅମ୍ଳଜାନ ର ବହୁତ ଅଭାବ ଦେଖା ଦେଉଛି । ତେବେ ଆମେ ପ୍ରାକୃତିକ ଅମ୍ଳଜାନ ର କେବଳ ୩୦ ପ୍ରତିଶତ ରେ ହିଁ ବଞ୍ଚି ଥାଉ କିନ୍ତୁ ଯେତେବେଳେ ଆମ ଫୁସଫୁସ ଅଧିକ ଖରାପ ହୋଇ ଯାଏ ଏବଂ ନିଶ୍ୱାସ ନେବାରେ ବହୁତ ସମସ୍ୟା ଆସେ ସେତେବେଳେ ଆମକୁ ୧୦୦ ପ୍ରତିଶତ ଅମ୍ଳଜାନ ର ଆବଶ୍ୟକ ପଡୁଛି । ତେବେ କରୋନା ହେଲେ ନିଜର କିପରି ଯତ୍ନ ନେବେ ଆଜି ଆମେ ସେ ବିଷୟରେ ଆଲୋଚନା କରିବା ।

ପ୍ରଥମତଃ ସର୍ଵଦା ସକରାତ୍ମକ କଥା ଭାବିବା ଉଚିତ । ନିଜ ମନ କୁ ଦୃଢ଼ କରିବା ଏବଂ ନିଜ ଉପରେ କୌଣସି ମାନସିକ ଚାପ ମଧ୍ୟ ପକାଇବା ନାହିଁ । ତାପରେ ନିଜ ପାଖରେ ଏକ ପଲ୍ସ ମିଟର ରଖନ୍ତୁ ଯାହା ଦ୍ୱାରା ଆପଣ ନିଜର ଅମ୍ଳଜାନ ର ମାତ୍ରା ଜାଣି ପାରିବେ ଏବଂ କମ ଥିଲେ ଡ଼ାକ୍ତରଙ୍କ ପାଖରେ ନିଜର ଚିକିତ୍ସା ମଧ୍ୟ କରି ପାରିବେ । ଯଦି ଆପଣ ଙ୍କ ପାଖରେ ଏହି ମିଟର ନାହିଁ ତେବେ ଆପଣ ଗୋଟିଏ ନିଶ୍ୱାସ ରେ ୧ରୁ ୨୦ ଥର ଗଣନ୍ତୁ ଯଦି ଗୋଟିଏ ନିଶ୍ୱାସ ରେ ଗଣି ଦେଲେ ତେବେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ତା ପରେ ଯଦି ଆପଣ ନିଜ ଘରେ ଆଇସଲେସନ ହୋଇ ରହୁଛନ୍ତି ତେବେ ସମସ୍ତ ଙ୍କ ଠାରୁ ଦୂରେଇ ରୁହନ୍ତୁ । ଏକ ଅଲଗା ଘରେ ରୁହନ୍ତୁ । ସକାଳ ଏବଂ ସନ୍ଧ୍ୟା ରେ ଯୋଗ ଏବଂ ବ୍ୟାୟାମ କରନ୍ତୁ ତା ଛଡା ଆପଣ ନିଜର ଖାଦ୍ୟ ର ମଧ୍ୟ ଅଧିକ ଧ୍ୟାନ ଦିଅନ୍ତୁ । ବାହାରର ଜିନିଷ କୁ କମ ଖାଆନ୍ତୁ ଏବଂ ଘରେ ପୋଷଣ ଯୁକ୍ତ ଯେପରି ଡାଲି, ଅଣ୍ଡା, ମାଛ, ପନି ପରିବା, କ୍ଷୀର, ଫଳ ଆଦି କୁ ଖାଆନ୍ତୁ ଏହା ଦ୍ୱାରା ଆପଣ ଙ୍କ ରୋଗ ପ୍ରତିରୋଧକ ଶକ୍ତି ରେ ମଧ୍ୟ ବୃଦ୍ଧି ହେବ ।

ଏହା ଛଡା କାଢା ମଧ୍ୟ ବନେଇ ପିଇ ପାରିବେ କିମ୍ବା ଚା କିମ୍ବା ଖାଲି ଗରମ ପାଣି ମଧ୍ୟ ପିଇ ପାରିବେ । ଆପଣ ନିଶା ଜାତୀୟ ଦ୍ରବ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ । ତେଣୁ  କୌଣସି ପ୍ରକାରର ନି-ଶା ଦ୍ରବ୍ଯ ଆଦି ଖାଆନ୍ତୁ ନାହିଁ । ସର୍ଵଦା ଘରେ ରୁହନ୍ତୁ ଏବଂ ନିଜର ଭଲ ଭାବରେ ଯତ୍ନ ମଧ୍ୟ ନିଅନ୍ତୁ । ବିଶ୍ରାମ କରନ୍ତୁ ଏବଂ ଯେତେ ପାରିବେ ସେତେ ଆକ୍ଟିଭ ରହିବାକୁ ଚେଷ୍ଟା ମଧ୍ୟ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *