‘ହେ..ଏଗୁଡାକ ଖାଲି ପବ୍ଲିସିଟି, ଶହ ଶହ କୋକୋ ଅଛନ୍ତି, କଣ ସମସ୍ତଙ୍କୁ…’ କୋକୋକୁ ବନ ବିଭାଗ ନେଇଯିବା ପରେ ରାଗିଗଲେ Sura ଭାଇ, କଣ କହିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଶୁଆ ‘କୋକୋ’କୁ ନେଇ ଚର୍ଚ୍ଚା ଥମୁନି । କୋକୋକୁ ବନ ବିଭାଗ ପକ୍ଷରୁ ଜବତ କରାଯିବା ପରେ ଏହି ଘଟଣା ଏବେ ସାଧାରଣରେ ଅଧିକ ରୋଚକ ବିଷୟ ହୋଇଛି । ଆଇନର ଆଳ ଦେଖାଇ ଜଙ୍ଗଲ ବିଭାଗ ‘କୋକୋ’କୁ ଜବତ କରିଥିଲାବେଳେ ସେ ଏବେ ଜଙ୍ଗଲରେ ବଞ୍ଚିପାରିବ କି’ ନାହିଁ ତାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି । ପରିବେଶବିତ୍‌ ତଥା ପ୍ରାଣୀବିଜ୍ଞାନମାନେ ମଧ୍ୟ କୋକୋକୁ ତା’ର ପାଳନକର୍ତ୍ତା ତଥା ପାଳିତ ମା’ଙ୍କ ପାଖକୁ ଫେରାଇ ଦେବାକୁ ଯୁକ୍ତି ରଖିଛନ୍ତି।

ତେବେ ଅପରପକ୍ଷରେ ବିଭିନ୍ନ ଆଡୁ ଚାପ ବଢ଼ିବା ପରେ ବନ ବିଭାଗ ‘କୋକୋ’କୁ ନନ୍ଦନକାନନରେ ଛାଡିବାକୁ ନେଇ ଚିନ୍ତାରେ ପଡ଼ି ଯାଇଛି । ଫଳରେ ବୁଧବାର ‘କୋକୋ’ ନନ୍ଦନ କାନନରେ ଛଡାଯାଇ ନପାରି କଟକ ରେଞ୍ଜ ଅଫିସ୍‌ରେ ପଞ୍ଜୁରି ଭିତରେ କଏଦୀ ହୋଇ ପଡ଼ିରହିଛି । ‘କୋକୋ’ କ’ଣ ପୁଣି ତା’ ପାଳିତ ମା’ ତଥା ପ୍ରଫେସର ସୁସ୍ମିତା ବେହେରାଙ୍କ କୋଳକୁ ଫେରିଆସିବ? ଆଇନର ବିଜୟ ହେବ ନା’ ଭାବାବେଗର ବା ସମ୍ପର୍କର ।

ମଣିଷ ଆଉ ପକ୍ଷୀ ମଧ୍ୟରେ ଗଢି ଉଠିଥିବା ବାତ୍ସଲ୍ୟ ମମତାର ବିଜୟ ହେବ? ଏ ନେଇ ଏବେ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ତେବେ କେଉଁ ପ୍ରାଣୀ ବିରଳ ବା କେଉଁ ପ୍ରାଣୀ ବିପଦରେ ରହିଛନ୍ତି ତାହାକୁ ନେଇ ବନ ବିଭାଗ ପକ୍ଷରୁ ସେମାନଙ୍କୁ ବିଭାଗୀକରଣ କରାଯାଇଛି । ବନ୍ୟ ପ୍ରାଣୀ ସୁରକ୍ଷା ଆଇନ-୧୯୭୨ରେ ଏହି ଆଇନ ରହିଛି । ଯେଉଁ ପ୍ରାଣୀ ତଥା ପକ୍ଷୀମାନେ କ୍ରମଶଃ ପୃଥିବୀ ପୃଷ୍ଠରୁ ହଜି ଯାଉଛନ୍ତି ତାହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ୬ଟି ପର୍ଯ୍ୟାୟ ବା ସିଡୁଲ୍‌ରେ ବିଭକ୍ତିକରଣ କରାଯାଇଛି ।

ଏହି ୬ଟି ପର୍ଯ୍ୟାୟ ଭିତରୁ ଶୁଆ ଚତୁର୍ଥ ପର୍ଯ୍ୟାୟ ଶ୍ରେଣୀଭୁକ୍ତ । ଚତୁର୍ଥ ପର୍ଯ୍ୟାୟରେ ଯେଉଁ ପକ୍ଷୀ ବା ପଶୁ ରହିଛନ୍ତି ସେମାନଙ୍କର ଶିକାର, ସେମାନଙ୍କୁ ମାରିବା, ସେମାନଙ୍କୁ ବ୍ୟବସାୟ କରିବା, ସେମାନଙ୍କୁ ପାଳିବା ବା ପୋଷିବା ଆଦି ଆଇନ ଦୃଷ୍ଟିରେ ଗ୍ରହଣୀୟ ନୁହେଁ । ଯେଉଁମାନେ ଏଭଳି କରିବେ ସେମାନଙ୍କୁ ଏହି ଆଇନର ଧାରା ୫୧ରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ଏଥିରେ ସମ୍ପୃକ୍ତ ବ୍ୟକ୍ତି ସର୍ବାଧିକ ୩ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଭୋଗିବେ ।

୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି । ଯେହେତୁ ଶୁଆ ଏହି ପର୍ଯ୍ୟାୟଭୁକ୍ତ ତେଣୁ ତାକୁ ପାଳିବା ଦଣ୍ଡନୀୟ ଅପରାଧ ବୋଲି ବନ ବିଭାଗ କହିଛି । ସେହି ଆଧାରରେ ବନ ବିଭାଗ ଶୁଆକୁ ଜବତ କରିଛି।କିନ୍ତୁ ବନ ବିଭାଗର ଏଭଳି କାର୍ଯ୍ୟକୁ ନେଇ ବିିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ଏ ନେଇ ଓଡ଼ିଶା ପରିବେଶ ସମିତି ସମ୍ପାଦକ ତଥା ପ୍ରାଣୀ ବିଜ୍ଞାନୀ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ, ଶୁଆଟି କେଉଁ ପରିସ୍ଥିତିରେ ପ୍ରଫେସର ସୁସ୍ମିତାଙ୍କ ଘରକୁ ଆସିଲା ତାହା ବିଚାର କରାଯିବାର ଆବଶ୍ୟକତା ରହିଛି ।

ସେ ଉକ୍ତ ଶୁଆକୁ କେଉଁଠୁ କିଣି ଆଣିନଥିଲେ କିମ୍ବା ଧରି ଆଣିନଥିଲେ । ଶୁଆକୁ ଆହତ ଅବସ୍ଥାରେ ସେ ଉଦ୍ଧାର କରିଥିଲେ । ସେ ଶୁଆକୁ ଆଉ ଏକ ନୂଆ ଜୀବନ ଦେଇଥିଲେ । ତେଣୁ ଶୁଆଟି ତାଙ୍କ ପାଇଁ ଆଜି ପର୍ଯ୍ୟନ୍ତ ବଞ୍ଚିରହିଛି । ଏଠି ଜଙ୍ଗଲ ବିଭାଗ ଶୁଆକୁ ଜବତ କରିବା ପୂର୍ବରୁ ଅନେକ କଥା ଚିନ୍ତା କରିବାର ଥିଲା । ଶୁଆଟି ଗୋଟିଏ ବର୍ଷ ଧରି ସେମାନଙ୍କ ପରିବାରର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି । ଏଭଳି ଏକ ପାଳିତ ଶୁଆ ପ୍ରାୟତଃ ବାହାରେ ଅନ୍ୟ ପକ୍ଷୀମାନଙ୍କ ସହ ଆଉ ମିଶି ରହିପାରିବ ନାହିଁ ।

କାରଣ ସେମାନେ ଶିକାର କରି ଖାଇବା ଭୁଲି ଯାଇଥାନ୍ତି । ତାକୁ ଯଦି ଏଭଳି ସ୍ଥିତିରେ ଜଙ୍ଗଲରେ ଛାଡି ଦିଆଯାଏ ତାହେଲେ ତା’ର ଜୀବନ ନିର୍ବାହ କରିବା କଷ୍ଟକର ହୋଇପଡ଼ିବ । ତା’ର ବଞ୍ଚିବା ଉପରେ ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ । ଯେଉଁ ଶୁଆର ଜୀବନ ବଞ୍ଚାଇବାକୁ ତଥା ତାକୁ ଆଉ ଏକ ଭଲ ଜୀବନ ଦେବାକୁ ଜଙ୍ଗଲ ବିଭାଗ ଉଦ୍ୟମ କରୁଛି ତାହା ପରୋକ୍ଷରେ ‘କୋକୋ’ ପାଇଁ କାହିଁକି ଅଭିଶାପ ପାଲଟିନଯିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି ।

ତେଣୁ ଏଠି ‘କୋକୋ’କୁ ଜଙ୍ଗଲରେ ଛାଡିବା ଅପେକ୍ଷା ପୁଣି ଥରେ ତା’ର ମା’ ସୁସ୍ମିତାଙ୍କ କୋଳକୁ ଫେରାଇ ଦେବାକୁ ଜଙ୍ଗଲ ବିଭାଗ ବିଚାର କରୁ ବୋଲି ସେ ମତପ୍ରକାଶ କରିଛନ୍ତି।ତେବେ ଏହାକୁ ନେଇ ବର୍ତ୍ତମାନ କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟ ନିଜର ମତ ପ୍ରକାଶ କରିଛନ୍ତି ସେ କହିଛନ୍ତି କି ଏହା ଏକ ପ୍ରହସନ, ସବୁ ନାଟକ ଗୋଟିଏ ଶୁଆ କଣ କରିଦେବ ତାକୁ ନେଇ ଏତେ ପାଲା ଏଭଳି ବହୁତ ଅଛନ୍ତି କୋକୋ କୁ ନେଇ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *