ନମସ୍କାର ବନ୍ଧୁଗଣ ଆଜି ର ପିଲାମାନେ ନିଜ ବାପା ମାଆ ଙ୍କ କଥା କୁ ମାନୁ ନାହାନ୍ତି । ସବୁବେଳେ ଟିଭି,ଫୋନ ଏବଂ ଭିଡିଓ ଗେମ ଭିତରେ ବୁଡି ରହୁଛନ୍ତି । ପାଠ ପଢ଼ାରେ ମଧ୍ୟ ତାଙ୍କର ମନ ଲାଗୁ ନାହିଁ ।
ତେବେ ଏହି ସମୟରେ ଯଦି ବାପା ମାଆ ତାଙ୍କୁ ରାଗିକି କିଛି କହିଲେ ସେମାନେ ଏହାର ଓଲଟା ଅର୍ଥ ବାହାର କରିବେ ଏବଂ ଆପଣ ଙ୍କ ଠାରୁ ଦୂରେଇ ମଧ୍ୟ ଯିବେ । ତେବେ ଆସନ୍ତୁ ଆଜି ଜାଣିନେବା କି କିପରି ଭାବେ ଆମେ ତାଙ୍କୁ ବିନା ରାଗ ଏବଂ ଗାଳି ରେ ତାଙ୍କୁ ବୁଝାଇ ପାରିବା । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।
୧- ପ୍ରଥମରେ ହେଉଛି ନିଜ ପିଲାଙ୍କୁ କିପରି ନିଜ ବ୍ୟସ୍ତ ଭରା ଜୀଵନ ରେ ସମୟ ଦେବା । ତେବେ ଏହା ର ସବୁଠାରୁ ଭଲ ସମୟ ହେଉଛି ଯେତେବେଳେ ପିଲା କୁ ସକାଳେ ଉଠେଇବା ସମୟ । ବହୁତ ଘରେ ବାପା ମାଆ ମାନେ ନିଜ ପିଲାଙ୍କୁ ଗାଳି କରି ପାଟି କରି ଚିଲାଇ ତାଙ୍କୁ ଉଥିବାକୁ କହିଥାନ୍ତି କିନ୍ତୁ ତଥାପି ପିଲାଟି ଉଠି ନଥାଏ ।
ତେବେ ଆପଣ ସେହିଭଳି କିଛି ନ କରି ବରଂ ନିଜପିଲା ପାଖରେ ବସି ତାକୁ ଆଲିଙ୍ଗନ କରି ଏବଂ ତା ମୁଣ୍ଡକୁ ଆଉଁସି ଧୀରେ ଏବଂ ପ୍ରେମ ରେ ଉଠିବା ସମୟ ହେଲାଣି ଉଠିବାକୁ କହିଲେ ପିଲାଟି ଆରାମ ରେ ଉଠିଯିବ ଏବଂ ଏହି ସମୟରେ ହିଁ ଆପଣ ନିଜ ପିଲାଙ୍କ ସହିତ ସାଇକୋଲୋଜି ଭାବେ ଯୋଡି ହୋଇ ପାରିବେ ।
୨- ଦ୍ଵିତୀୟ ରେ ହେଉଛି କିଛି ବାପା ମାଆ ଙ୍କ ର ଅଭିଯୋଗ ଥାଏ କି ତାଙ୍କ ପିଲା ମାନେ ସ୍କୁଲ ରୁ ଆସି ତାଙ୍କ ସହ କୌଣସି କଥା ସେୟାର କରନ୍ତି ନାହିଁ । ତେବେ ଏଥିପାଇଁ ଆପଣ ଖରାବେଳେ ଖାଇବା ସମୟ ହେଉ କିମ୍ବା ରାତି ଖାଇବା ସମୟ ଯେତେବେଳେ ସମସ୍ତେ ଏକାଠି ଖାଉଥିବେ ସେହି ସମୟରେ ଆପଣ ନିଜ କାମ ବିଷୟ ରେ ଏବଂ ଦିନ ଯାକ କଣ ସବୁ ଘଟିଥିଲା ।
ତାଛଡା ଅଫିସର କାମ ଘଟଣା ଆଦି ବିଷୟରେ ଆଲୋଚନା କିମ୍ବା ସେୟାର କରିବା ଦ୍ୱାରା ପିଲାମାନେ ମଧ୍ୟ ନିଜର କଥା ନିଜ ସ୍କୁଲ ର କଥା ପାଠ ପଢା ବିଷୟରେ ସବୁ ସେୟାର କରିବେ ଏବଂ ଆପଣ ସେ ଯେତେବେଳେ କିଛି କଥା କହୁଥିବେ ସେତେବେଳେ ଆପଣ ସେସବୁ କୁ ଧ୍ୟାନ ରେ ଶୁଣିବେ ଏବଂ ଯଦି ବୁଝେଇବାର ଥାଏ ତେବେ ଆପଣ ତାଙ୍କୁ ପରେ କେବେ ବୁଝେଇଦେବେ କିନ୍ତୁ ସେ ସମୟରେ ଆପଣ ତାଙ୍କ କଥା କୁ ଧ୍ୟାନ ର ସହିତ ଶୁଣିବେ ।
୩- ତୃତୀୟ ରେ ହେଉଛି ଯେତେବେଳେ ପିଲା ରାତିରେ ଶୋଇବା କୁ ଯାଉଥିବ ତା ପୂର୍ବସମୟ । ଯଦି ଆପଣଙ୍କ ପିଲା ଛୋଟ ଥାଏ ତେବେ ତାକୁ ତେନାଳୀ ରାମା,ପାଞ୍ଚ ତତ୍ନ, ବିରବଲ ଆକବର ଆଦି ସକରାତ୍ମକ କାହାଣୀ କୁ ଶୁଣେଇବା ଉଚିତ । ଆଉ ଯଦି ଆପଣଙ୍କ ପିଲା କିଶୋର ଅବସ୍ଥାରେ ଅଛି ତେବେ ଆପଣ ତାକୁ କୌଣସି ଏକ ସଫଳତା ବ୍ୟକ୍ତି ର ତାଙ୍କ ଜୀଵନ ର ଏକ ଘଟଣା ସମ୍ପର୍କରେ କହିବା ଆବଶ୍ୟକ ଏହା ଦ୍ୱାରା ସେ ଶୋଇବା ସମୟରେ ତା ମନରେ ଏକ ସକରାତ୍ମକ ଭାବନା ଆସିଥାଏ ଏବଂ ତାର ଜୀଵନ ବହୁତ ଭଲ ମଧ୍ୟ ହୋଇଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ