କରୋନା ସଂକ୍ରମଣ ରୁ Lungs କୁ କିପରି ବଞ୍ଚାଇବେ ? ଜାଣନ୍ତୁ ପ୍ରଥମ ସ୍ଟେଜ ଓ ଦ୍ଵିତୀୟ ସ୍ଟେଜ ରେ କଣ କରିବେ ? କେଉଁ ପ୍ରାଣାୟମ କରିବେ ?

ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।

ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । ଏହି ଭାଇରସର ମୁଖ୍ୟତଃ ମଣିଷ ଶରୀରର ଫୁସଫୁସ ଉପରେ ଆକ୍ରମଣ କରୁଛି ଯାହାଫଳରେ ମଣିଷକୁ ନିଶ୍ଵାସ ନେବାରେ ଅସୁବିଧା ହେଉଛି । ଆଜି ଆମେ ଆପଣ ମାନଙ୍କୁ ଫୁସଫୁସକୁ ସୁରକ୍ଷିତ ରଖିବା ପାଇଁ କିଛି ବିଶେଷ ଉପାୟ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଡାକ୍ତର ବିମଲ ଚାଜରଙ୍କ ମତରେ, ଏହି ଭାଇରସଟି ମଣିଷ ଶରୀରରେ ଆକ୍ରାନ୍ତ ହେବା ପରେ ୧୦ ପ୍ରତିଶତ ଫୁସଫୁସ ଉପରେ ପ୍ରଭାବ ପକାଉଛି । ଫୁସଫୁସ ଉପରେ ପ୍ରଭାବ ପଡିବାରୁ ଅନେକ ଲୋକ ଅମ୍ଳଜାନ ବିନା ପ୍ରାଣ ତ୍ୟାଗ କରୁଛନ୍ତି । ତେଣୁ ବନ୍ଧୁଗଣ ଯଦି ଆପଣ ମାନେ ଜାଣି ସାରିଛନ୍ତି ଯେ ଆପଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ତା ହେଲେ ଆପଣଙ୍କୁ କିଛି ବିଶେଷ କଥାର ଧ୍ୟାନ ରଖିବା ନିହାତି ଆବଶ୍ୟକ ।

ତେଣୁ ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ପ୍ରାଣାୟମ କରିବା ଉଚିତ । ପ୍ରାଣାୟମ କରିବା ଦ୍ଵାରା ଆମ ଶରୀରରେ ଆକ୍ସିଜେନ ସ୍ତର ବଢିଥାଏ ଓ ଏହା ସହିତ ଆମ ଫୁସଫୁସ ମଝବୁତ ରହିଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ସଖାଳ ସମୟରେ ଓ ସନ୍ଧ୍ୟା ସମୟରେ କମ ସେ କମ ୧ ଘଣ୍ଟା ପ୍ରାଣାୟମ କରନ୍ତୁ । ବନ୍ଧୁଗଣ ଏହା ସହିତ ଆପଣ ମାନେ ଦିନକୁ ଥରେ ଗୋଟେ ଗ୍ଳାସ ଉଷୁମ ପାଣିର ସେବନ କରନ୍ତୁ ଓ ଉଷୁମ ପାଣିର ଗାଗଲିଙ୍ଗ କରନ୍ତୁ ।


ତେଣୁ ବନ୍ଧୁଗଣ ଆପଣ ମାନେ କରୋନାରେ ଆକ୍ରାନ୍ତ ହେବାର ପାଞ୍ଚ ଦିନ ପର୍ଯ୍ୟନ୍ତ ଏହି ସବୁ କଥାର ବିଶେଷ ଧ୍ୟାନ ରଖନ୍ତୁ । କାରଣ ଯଦି ଆପଣ ଏହି ରୋଗକୁ ଅବହେଳା କରିବେ ତା ହେଲେ ଆପଣଙ୍କୁ ଆଗାମୀ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଫୁସଫୁସରେ ଅଧିକ ସମସ୍ୟା ହେବା ଦ୍ଵାରା ଆପଣ ମାନଙ୍କୁ ଷ୍ଟେରୋଏଡ ନେବାକୁ ପଡିପାରେ । ବର୍ତ୍ତମାନ ମାର୍କେଟରେ ୪ ରୁ ୫ ପ୍ରକାରର ଷ୍ଟେରୋଏଡ ମିଳୁଛି ଓ ଏହା ବହୁତ ଶସ୍ତାରେ ମଧ୍ୟ ମିଳି ଯାଉଛି ।

ତେଣୁ ଆପଣ ମାନଙ୍କର ଅବସ୍ତା ଯଦି ଅଧିକ ଜଟିଳ ହେଉଛି ତା ହେଲେ ଆପଣ ଷ୍ଟେରୋଏଡ ନେଇପାରିବେ । ହେଲେ ଏହି ଷ୍ଟେରୋଏଡ କୁ ତିନୋଟି ସ୍ଟେଜରେ ନିଆଯାଇଥାଏ । ପ୍ରଥମ ସ୍ଟେଜରେ ଆପଣ ଘରେ ନେଇପାରିବେ, ଦ୍ଵିତୀୟ ସ୍ଟେଜରେ ଆପଣ ଡାକ୍ତରଙ୍କ ପରାମର୍ଶରେ ନେଇପାରିବେ ଓ ତୃତୀୟ ସ୍ଟେଜରେ ଆପଣ ହସ୍ପିଟାଲରେ ନେବେ । ଏହା ସହିତ ବନ୍ଧୁଗଣ ଆପଣ ନିଜ ଶରୀରର ସିଟି ସ୍କାନ ଅବଶ୍ୟ କରେଇଦେବେ । ତା ହେଲେ ବନ୍ଧୁଗଣ ଏହି ସବୁ ବିଶେଷ କଥା ଗୁଡିକ ଧ୍ୟାନରେ ରଖନ୍ତୁ ଓ ନିଜ ଫୁସଫୁସକୁ ସୁରକ୍ଷିତ ରଖନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *