Special Report: ଭାରତରେ ରୋକା ଯାଇପାରିବ କରୋନାର ତୃତୀୟ ଲହର, ଉପାୟ ବତେଇଲେ ନୀତି ଆୟୋଗ ସଦସ୍ୟ

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ଅଛି । କାରଣ କରୋନା ମହାମାରୀର ଦ୍ଵିତୀୟ ଲହର ଦେଶରେ ଏକ ଭୟଙ୍କର ରୂପ ନେଇ ସାରିଛି । ଗତ ବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସଟି ଅଧିକ ଶକ୍ତିଶାଳୀ ହେବା ସହ ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି ।

ଲକ୍ଷାଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସ ପାଇଁ ନିଜ ପ୍ରାଣ ହରାଇ ସାରିଛନ୍ତି । ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର କିଛି ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ।

ଗତ ବର୍ଷ କରୋନା ମହାମାରୀର ପ୍ରଥମ ଲହର ଆସିଥିଲା ଓ ବର୍ତ୍ତମାନ ଏହାର ଦ୍ଵିତୀୟ ଲହର ଚାଲିଛି । ଆଗାମୀ ସମୟରେ ଏହାର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ ମାନେ କହିସାରିଛନ୍ତି । ବନ୍ଧୁଗଣ ଆସୁଥିବା ଏହି ତୃତୀୟ ଲହରକୁ ରୋକାଯାଇ ପାରିବ ନା ନାହିଁ ତାହା ବିଷୟରେ ନୀତି ଆୟୋଗ ସଦସ୍ୟ ଏକ ବଡ ବୟାନ ଦେଇଛନ୍ତି ।

ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଗତ ମଙ୍ଗଳବାର ଦିନ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ କରୋନା ମହାମାରୀର ତୃତୀୟ ଲହରକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଏହି ଭାଇରସକୁ ରୋକାଯାଇ ପାରିବ ବୋଲି ଭିକେ କହିଛନ୍ତି । ତୃତୀୟ ଲହରକୁ ଆମେମାନେ ଚାହିଁଲେ ରୋକି ପାରିବା ବୋଲି ଭିକେ କହିଛନ୍ତି ।

ଭିକେଙ୍କ ମତରେ-‘ଯଦି ଆମେ କୋଭିଡ ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରୁ ଏବଂ ସମସ୍ତେ ଟିକା ନିଅନ୍ତି, ତେବେ ତୃତୀୟ ତରଙ୍ଗକୁ ରୋକାଯାଇପାରିବ । ସୋମବାର ଠାରୁ ଦେଶରେ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି’ ।ଗତକାଲି ଭାରତରେ ଗୋଟିଏ ଦିନରେ ୮୬.୧୬ ଲକ୍ଷରୁ ଅଧିକ ଡୋଜ ଦିଆଯାଇଥିଲା । ଏହାକୁ ନେଇ ଭି.କେ ପଲ କହିଛନ୍ତି ଯେ, ଏହି ଦିନିକିଆ ଚିତ୍ର ଦର୍ଶାଉଛି ଯେ ଦେଶରେ ଟିକାକରଣ ଅଭିଯାନ ଆଗାମୀ ଦିନ ଏବଂ ସପ୍ତାହରେ ବ୍ୟାପକ ସ୍ତରରେ ପହଞ୍ଚିବ । ତେଣୁ ତୃତୀୟ ଲହରୀ ଆସୁଛି କି ନାହିଁ ତାହା ଆମ ହାତରେ ଅଛି ।

ଯଦି ଆମେ କୋଭିଡ୍ ଗାଇଡଲାଇନ ଅନୁସରଣ କରୁ ଏବଂ ନିଜକୁ ଟିକାକରଣ ଅଭିଯାନରେ ସାମିଲ କରିବା ତେବେ ତୃତୀୟ ତରଙ୍ଗ କାହିଁକି ଆସିବ ବୋଲି କହିଛନ୍ତି ଭିକେ ପଲ୍  । ଏପରି ଅନେକ ଦେଶ ଅଛି ଯେଉଁଠାରେ ଦ୍ୱିତୀୟ ତରଙ୍ଗ ମଧ୍ୟ ଆସିନାହିଁ । ଯଦି ଆମେ ଏହି ସବୁ କଥାକୁ ମାନିବା ତେବେ ତୃତୀୟ ଲହରୀ ଆସିପାରିବ ନାହିଁ ।

ତେଣୁ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରନ୍ତୁ ଓ ସରକାରଙ୍କ ସମସ୍ତ ଗାଇଡଲାଇନର ପାଳନ କରନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *