ଦୁନିଆର Top 3 ସବୁଠୁ ଭୟଙ୍କର Bridge, ଯେଉଁ ବ୍ରିଜ ଉପରେ ଯିବା ବେଳେ ଭୟରେ ଥରେ ଛାତି …

ବନ୍ଧୁଗଣ, ସାଧାରଣତଃ ଦୁନିଆରେ ଏଭଳି ଏନେକ ସ୍ଥାନ ରହିଛି ଯାହା ପର୍ଯ୍ୟଟକ ଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ତାହା ସହଜ ହେଉ ଅଥବା ବିପଦପୂର୍ଣ୍ଣ ଏହାରି ମଧ୍ୟରେ କିଛି ସ୍ଥାନ ଏଭଳି ରହିଛି ଯାହା ପଛରେ ଅନେକ ରହସ୍ୟ ଲୁଚି ରହିଛି । ପୃଥିବୀରେ ଅନେକ ସ୍ଥାନ ରହିଛି ଯାହା ଡେଞ୍ଜର ଜୋନରେ ଆସିଥାଏ ତଥାପି ଏହି ଜାଗା ସବୁ ବିପଦ ଜନକ ହୋଇଥିଲେ ମଧ୍ୟ ପର୍ଯ୍ୟଟକଙ୍କ ମଧ୍ୟରେ ଅଧିକ ଉତ୍କଣ୍ଠା ସୃଷ୍ଟି କରେ ।

ଏଣୁ ଯେତେ କଷ୍ଟକର ହେଲେ ମଧ୍ୟ ଲୋକେ ସେଠାକୁ ବୁଲିବାକୁ ଯାଇଥାନ୍ତେ । ସେଠାରେ ପାଦେ ପାଦେ ମୃ-ତ୍ୟୁର ଭୟ ଥିଲେ ମଧ୍ୟ ତାକୁ ସାମ୍ନା କରିବାକୁ ପଛାନ୍ତି ନାହିଁ । ଆଜି ଆମ୍ଭେ ଆପଣଙ୍କୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ବ୍ରିଜ ସମ୍ପର୍କରେ କହିବାକୁ ଯାଉଅଛୁ ଯେଉଁଠାକୁ ଯିବା ପରେ ଲୋକଙ୍କ ଲୋମ ଟାଙ୍କୁରି ଉଠେ । ଦୁନିଆରେ ଏମିତି ଅନେକ ବ୍ରିଜ ଅଥବା ପୋଲ ରହିଛି ଯାହା ଦେଖିବାକୁ ଖୁବ ସୁନ୍ଦର ଏହାସହିତ ତାହା ମଣିଷ କୁ ଆକର୍ଷିତ କରିଥାଏ । ମାତ୍ର ଏହା ଯେତିକି ଆକର୍ଷକ ସେତିକି ବିପଦ ଜନକ ମଧ୍ୟ ।

୧;- କେଶବାଚକା ଏହି ବ୍ରିଜ କୁଜକ ନାମକ ଗ୍ରାମ କୁ ଟେରୁ ସହିତ ଯୋଡିଥାଏ । ଏହା ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ବ୍ରିଜ । ଏହି ପୋଲର ନାମ କେଶବାଚକା । ଏହି ବ୍ରିଜ କୁ ଟେରୁର ଆଦିବାସୀ ପାରମ୍ପରିକ ଶୈଳୀରେ ତିଆରି କରିଛନ୍ତି । କିନ୍ତୁ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଅଛି । ଏହା ଉପରେ ଯାଉଥିବା ପ୍ରତ୍ୟକ ବ୍ୟକ୍ତି ଙ୍କ ଲୋମ ଟାଙ୍କୁରି ଉଠିଥାଏ । ଏହା ଏକ ଦଉଡିରେ ତିଆରି ହୋଇଛି । ଏହାର ମଝିରେ ପହଞ୍ଚିଲେ ବ୍ରିଜ ଦିହଲିବା ଆରମ୍ଭ ହୋଇଥାଏ । ଏଠାକୁ ଲୋକମାନେ ଯିବାପରେ ମଝିରେ ହିଁ ଭୟରେ ଚିତ୍କାର କରିଥାନ୍ତି ।

ମାଟି ଉପରୁ 120 ଫୁଟ ଉପରେ ରହିଛି ଏହି ଭୟାନୟ ବ୍ରିଜ । ଏଥିରେ ଏକ ପ୍ରକାର ଜଙ୍ଗଲି ଘାସରୁ ତିଆରି ରସି କୁ ବ୍ୟବହାର କରାଯାଇଥାଏ । ସବୁଠାରୁ ବଡ କଥା ହେଉଛି ଯେ ଆମ ଦେଶରେ ବାଉଁଶ ପୋଲ ଭଳି ଏହାର ନିର୍ମାଣ ପ୍ରତି ବର୍ଷ କରାଯାଇଥାଏ । ସ୍ଥାନୀୟ ଲୋକେ ହିଁ ଏହାର ନିର୍ମାଣ କରିଥାନ୍ତି । ତଥାପି ଅତି ବିପଦ ଜନକ ସ୍ଥାନ ଉପରେ ରହିଥିବା ଏହି ପୋଲ ଉପରେ କେହି ଯିବାବେଳେ ସେଠାକାର ଗାଁ ଲୋକେ ପ୍ରତ୍ୟକ ଲୋକଙ୍କର ସୁରକ୍ଷା ପାଇଁ ପ୍ରାର୍ଥନା କରିଥାନ୍ତି । ଏହି ପୋଲ 2013 ମସିହାରେ ଇନିସ୍କ୍ବୋ ଦ୍ଵାରା ବିଶ୍ଵ ଐତିହ ତାଲିକାରେ ସାମିଲ ହୋଇଥିଲା ।

୨;- ଏହାପରେ ରହିଛି ଜାପାନର the ଏସିମା ହୁଆସି ବ୍ରିଜ । ଏହାକୁ ଦେଖିବା ମାତ୍ରେ ମନରେ ଭୟ ଆସିଥାଏ । ଯେତେ ଦକ୍ଷ ଡ୍ରାଇଭର ହେଲେ ମଧ୍ୟ ଏଠାରେ ଭୟ ପାଇ ଜାଆନ୍ତି । ସେମାନେ ଅତି ସତର୍କତାର ସହିତ ମନରେ ଭୟ ରଖି ଗାଡି ଚଳାଇ ଥାନ୍ତି ।

୩;- ସୁଇଜରଲ୍ୟାଣ୍ଡ ର ଟ୍ଵିପ୍ଟ ବ୍ରିଜ ଏକ ବିପଦପୂର୍ଣ୍ଣ ବ୍ରିଜ ଅଟେ । ଏହାକୁ ଦୂରରୁ ଦେଖିଲେ ଡର ଲାଗେ ଏବଂ ୬ ସପ୍ତାହ ମଧ୍ୟରେ ଏହାକୁ ତିଆରି କରାଯାଇଥିଲା । ଏହା ପର୍ବତ ମାଳାର ଦୁଇଟି ପାହାଡକୁ ଯୋଡିଛି । ଏହି ପୋଲର ଲମ୍ବ ୧୭୦ ମିଟର ଅଟେ । ଏଠାରେ କେବଳ ଲୋକେ ଚାଲି ଯିବା ଆସିବା କରିଥାନ୍ତି ।

Leave a Reply

Your email address will not be published. Required fields are marked *