ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟିକା ଲତା ମଙ୍ଗେସ୍କର ଆଜି ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କାଲି ତାଙ୍କର ପରଲୋକ ଘଟିଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ କେବଳ ଲତାଙ୍କର ଫଟୋ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସ୍ଵର ସମ୍ରାଙ୍ଗୀ ଲତା ମଙ୍ଗେସ୍କର ୯୨ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ତେବେ ବନ୍ଧୁଗଣ ସେ ଗତ ଜାନୁୟାରୀ ମାସ ୮ ତାରିଖରେ କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ ।
କରୋନାରେ ଚିହ୍ନଟ ହେବା ପରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ହେଲେ ବନ୍ଧୁଗଣ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହେବାରୁ ଗତ କାଲି ସେ ଆମ ମାନଙ୍କୁ ଛାଡି ଚାଲି ଯାଇଥିଲେ । ତେବେ ବନ୍ଧୁଗଣ ଲତା ଭାରତର ସମସ୍ତ ଭାଷାରେ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଲତା ଥିଲେ ଜଣେ ଉଦାରବାଦୀୟ ଗାୟିକା ।
ହିନ୍ଦୀ ସିନେମା ପ୍ରତି ତାଙ୍କର ଅବଦାନ ଭୁଲି ହେବ ନାହିଁ । ତେବେ ବନ୍ଧୁଗଣ ଲତା ଯିବା ପରେ ତାଙ୍କ ସହ ଜଡିତ ଅନେକ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଖବର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
ଲତାଙ୍କ କାମ ପାଇଁ ସମସ୍ତେ ଖୁସି ଥିବା ବେଳେ ଦିନେ କେହି ତାଙ୍କ ଉପରେ ଈର୍ଷା କରିଥିଲେ । କେବଳ ଈର୍ଷା ନୁହେଁ ବନ୍ଧୁଗଣ ତାଙ୍କୁ ଜୀବନରୁ ମାରିଦେବା ପାଇଁ ମଧ୍ୟ ଷଡଯନ୍ତ୍ର କରିଥିଲେ । ୧୯୬୨ ମସିହାରେ ଲତା ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇସାରିଥିଲେ । ସେତେବେଳେ ଲତାଙ୍କ ବୟସ ମାତ୍ର ୩୩ ବର୍ଷ ଥିଲା । ଏତେ କମ ବୟସରେ ଲତା ସଫଳତା ପାଇଥିବା ଦେଖି କିଛି ଲୋକ ଗୌରବ ଅନୁଭବ କରୁଥିବା ବେଳେ କିଛି ଲୋକଙ୍କର ଈର୍ଷା ବି ବଢିଥିଲା ।
ଶେଷରେ ସ୍ଲୋ ପଏଜନ ଦେଇ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଷଡଯନ୍ତ୍ର କରାଯାଇଥିଲା । ମିଡିଆ ରିପୋର୍ଟସ ଅନୁସାରେ ଦିନେ ଲତା ସୋଇକି ଉଠିବା ବେଳେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା ଓ ଏହା ପରେ ସେ ହସ୍ପିଟାଲ ଯାଇଥିଲେ । ହସ୍ପିଟାଲ ଯିବା ପରେ ତାଙ୍କୁ ସ୍ଲୋ ପଏଜନ ଦିଆଯାଉଛି ବୋଲି ଜଣା ପଡିଥିଲା । ତେବେ ତିନି ଦିନ ଜୀବନ ମୃତ୍ୟୁ ସହ ଲଢିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ହୋଇଥିଲା ।
ଏହି ଘଟଣା ପରେ ଲତା ତିନ ରୁ ଚାରି ମାସ ବେଡ ରେସ୍ଟ କରିବା ସହ ଗୀତ ଗଇପାରି ନଥିଲେ । ତାଙ୍କୁ ସ୍ଲୋ ପଏଜନ ଦେବାରୁ ଏପରି ହୋଇଥିଲା ବୋଲି ଡାକ୍ତର ମାନେ କହିଥିଲେ । ହେଲେ ଲତାଙ୍କୁ ସ୍ଲୋ ପଏଜନ କିଏ ଦେଇଥିଲା ତାହା ବିଷୟରେ ଜଣା ପଡିଲା ନାହିଁ । କିଛି ପ୍ରମାଣ ନଥିବାରୁ ସେ କିଛି କହିଲେ ନାହିଁ ।