ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀ ତୀବ୍ର ଗତିରେ ସଂକ୍ରମିତ ହେଉଛି । ଗତବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସର ଦ୍ଵିତୀୟ ଲହର ବହୁତ ଶକ୍ତିଶାଳୀ ହେବା ସହ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି ।
ଅନ୍ୟ ପକ୍ଷରେ ହସ୍ପିଟାଲରେ ବେଡର ଅଭାବ ଓ ଆକ୍ସିଜେନ ସିଲିଣ୍ଡରର ଅଭାବ ସରକାରଙ୍କ ପାଇଁ ବଡ ଚିନ୍ତାର ବିଷୟ ପାଲଟିଛି । ଏହି ଭାଇରସରେ ଆକ୍ରାନ୍ତ ହୋଇ ଲକ୍ଷାଧିକ ଲୋକ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ଏହି କରୋନା କାଳ ସମୟରେ ସୋସିଆଲ ମିଡିଆରେ ବହୁତ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସୁଛି ।

ଗତ କିଛି ଦିନ ହେବ ଅଭିଷେକ ମହାପାତ୍ର ନାମକ ଏକ ଯୁବକ କାରୋନା ମହାମାରୀରେ ସଂକ୍ରମିତ ହୋଇଥିଲେ । କରୋନା ଭାଇରସ ତାଙ୍କ ଫୁସଫୁସକୁ ଅଧିକ ପ୍ରଭାବ ପକାଇବାରୁ ତାଙ୍କୁ ନିମୋନିଆ ହୋଇଯାଇଥିଲା । ତାଙ୍କ ପରିବାର ଲୋକ ଅଭିଷେକଙ୍କ ଚିକିତ୍ସା ପାଇଁ ଓଡିଶା ବାସୀଙ୍କୁ ଆର୍ଥିକ ସହାୟତା ମାଗିଥିଲେ । ଆର୍ଥିକ ସହାୟତା ମିଳିବା ଦ୍ଵାରା ଅଭିଷେକଙ୍କୁ ଚିକିତ୍ସା ପାଇଁ କଲିକତା ନିଯାଇଥିଲା । ଅଭିଷେକଙ୍କ ଅବସ୍ଥା ବହୁତ ଗୁରୁତ୍ଵର ହୋଇଯାଇଥିବାରୁ ତାଙ୍କୁ E.C.M.O ଚିକିତ୍ସା ଦିଆଯିବ ବୋଲି ଜଣା ପଡିଛି । ତା ହେଲେ ବନ୍ଧୁଗଣ ଏହି ଚିକିତ୍ସାଟି କଣ ଆଜି ଆମେ ଆପଣ ମାନଙ୍କୁ କହିବୁ । ଆସନ୍ତୁ ଜାଣିବା ଏହି ଚିକିତ୍ସା ବିଷୟରେ ।

ବନ୍ଧୁଗଣ କରୋନା ରୋଗୀଙ୍କୁ ଯେତେବେଳେ ଅମ୍ଳଜାନର ଆବଶ୍ୟକତା ପଡିଥାଏ ସେତେବେଳେ କେତେକ ଡାକ୍ତର ଭେଣ୍ଟିଲେଟରର ବ୍ଯବହର କରିଥାନ୍ତି । କିନ୍ତୁ ଏହି ରୋଗର ପ୍ରଭାବରେ କେତେକ ରୋଗୀଙ୍କ ଫୁସଫୁସ ଦୁର୍ବଳ ହୋଇଯାଇଥାଏ । ତେଣୁ ଏହି ପରିକା ଅବସ୍ଥାରେ କେତେକ ଡାକ୍ତର ମାନେ E.C.M.O ବା ଏକ୍ସଟ୍ରାକୋରୋରାଲ ମେମ୍ବ୍ରେନ ଅମ୍ଳଜାନ ବ୍ୟବହାର କରିଥାନ୍ତି । ଏହା ଏକ କୃତ୍ରିମ ଶରୀର ଏବଂ କୃତ୍ରିମ ଫୁସଫୁସ ଶରୀର ବାହାରେ କମ କରିଥାଏ । ଏହାଦ୍ବାରା ରୋଗୀକୁ ପ୍ରଚୁର ମାତ୍ରାରେ ଅମ୍ଳଜାନ ମିଳିଥାଏ ।

ବନ୍ଧୁଗଣ ଏହି ଚିକିତ୍ସାକୁ ରୋଗୀଙ୍କ ଛାତି ଏବଂ ଗଳାରେ କରାଯାଇଥାଏ । ଏହି ଚିକିତ୍ସା ରୋଗୀ ଶରୀରରର ରକ୍ତକୁ ଚଳ ପ୍ରଚଳ କରିବା ସହ ନିଶ୍ଵାସ ପ୍ରଶ୍ଵାସ ନେବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଏହା ଶରୀରରେ ଥିବା ବିଶୁଦ୍ଧ ଅଙ୍ଗାରକାମ୍ଳକୁ ବାହାର କରି ଶରୀରରେ ସୁଧ ଅମ୍ଳଜାନ ଭରିଥାଏ ।

ଯେତେବେଳେ କୌଣସି ରୋଗୀ ଅଧିକ ଗୁରୁତ୍ଵର ହୋଇଯାଇଥାଏ ସେତେବେଳେ ଏହି ଚିକିତ୍ସା କରାଯାଇଥାଏ । ବନ୍ଧୁଗଣ ଏହି E.C.M.O ଚିକିତ୍ସା ହେଉଛି ଏକ ବଡ ଧାରଣର ଚିକିତ୍ସା । ଏହି ଚିକିତ୍ସା କେତେକ ବଡ ବଡ ବାହାର ରାଜ୍ୟରେ ହୋଇଥାଏ ।ଏହାର ଦୁଇ ଦିନର ଚିକିତ୍ସାର ଖର୍ଚ୍ଚ ହେଉଛି ୧.୭୫ ଲକ୍ଷରୁ ୩ ଲକ୍ଷ ଟଙ୍କା । ପ୍ରତିଦିନ ଏହି ଚିକିତ୍ସା ପାଇଁ ୮୦ ହଜାର ରୁ ଅଧିକ ଟଙ୍କା ଚାର୍ଜ କରାଯାଇଥାଏ । ଆଶା କାରୁଛୁ ଏହି ଚିକିତ୍ସାରେ ଅଭିଷେକ ସୁସ୍ଥ ହୋଇ ଶୀଘ୍ର ନିଜ ଘରକୁ ଫେରି ଆସିବେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

