ନମସ୍କାର ବନ୍ଧୁଗଣ ଆଜି କାଲି କିଏ ନ ଚାହେଁ କି ତା ପାଖରେ ବହୁତ ପଇସା ରହୁ । ସେ ବହୁତ ଧନୀ ହେଉ ତା ପାଖରେ କେବେ କୌଣସି ଜିନିଷ ର ଅଭାବ ନ ହେଉ ଏବଂ ସେ ସବୁ ସୁଖ ସୁବିଧା କୁ ପ୍ରାପ୍ତ କରୁ ବୋଲି ଚାହୁଁ ।
ସେଥିପାଇଁ ଲୋକମାନେ ବହୁତ ଅଧିକ ପରିଶ୍ରମ ମଧ୍ୟ କରନ୍ତି । ଦିନ ରାତି ଅଧିକ ପରିଶ୍ରମ କରନ୍ତି ଏବଂ ପଇସା ରୋଜଗାର କରନ୍ତି ଏବଂ ଏହା ମଧ୍ୟ ଚାହାନ୍ତି କି ସେ ପଇସା ତାଙ୍କ ପାଖରେ ସର୍ଵଦା ରହୁ । କେବେବି କୌଣସି ପରିସ୍ଥିତିରେ ତାଙ୍କୁ ଧନ ର ଅଭାବ ନ ହେଉ । ବେଳେ ବେଳେ କିଛି ଲୋକ ମାନେ ବହୁତ ପରିଶ୍ରମ କରନ୍ତି ଏବଂ ପଇସା ମଧ୍ୟ ରୋଜଗାର କରନ୍ତି କିନ୍ତୁ ତାଙ୍କ ପାଖରେ ପଇସା ରୁହେ ନାହିଁ ଅର୍ଥାତ ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ସଞ୍ଚୟ କରି ପାରନ୍ତି ନାହିଁ । ଏହାର କାରଣ ହେଉଛି ତାଙ୍କ ଗ୍ରହ ନକ୍ଷତ୍ର ର ଦୁର୍ବଳତା ।
ଯଦି ଆପଣଙ୍କ ଗ୍ରହ ନକ୍ଷତ୍ର ଦୁର୍ବଳ ଥାଏ ତେବେ ଆପଣଙ୍କ ର କୌଣସି କାର୍ଯ୍ୟ ବି ସଫଳ ହୋଇ ପାରିବ ନାହିଁ । କେବଳ ପରିଶ୍ରମ ନୁହେଁ ଭାଗ୍ୟ ର ସାଥ ମିଳିଲେ ହିଁ ଜଣେ ସଫଳ ବ୍ୟକ୍ତି ହୋଇ ପାରିବ । ତେବେ ଆସନ୍ତୁ ଜାଣିନେବା କି କେଉଁ ଉପାୟ ଦ୍ୱାରା ଆମ ପାଖରେ ଧନ ର ବୃଦ୍ଧି ହେବ ଏବଂ କେବେବି ଧନର ଅଭାବ ହେବ ନାହିଁ । ଆସନ୍ତୁ ଜାଣିନେବା ସେହି ଉପାୟ ।
ଆପଣ କୌଣସି ବି ଶୁକ୍ରବାର ଦିନ ଶୁକ୍ରବାର ଦିନ ନୁହେଁ ତ କୌଣସି ବି ଦିନ ଆପଣ ଏହି ଉପାୟ କରି ପାରିବେ ଏବଂ ଏହି ଉପାୟ ଟି କୌଣସି ବି ବ୍ୟକ୍ତି କରି ପାରିବ ସେ ପୁରୁଷ ହେଉ ମହିଳା ହେଉ ସମସ୍ତେ କରି ପାରିବେ । ଆପଣ ଶୁକ୍ରବାର କିମ୍ବା କୌଣସି ବି ଦିନ ରେ ଶୁକ୍ରବାର ଦିନ କଲେ ଅଧିକ ଫଳପ୍ରଦ ହୋଇଥାଏ ।
ଶୁକ୍ରବାର ଦିନ ସନ୍ଧ୍ୟା ରେ ସ୍ନାନ କରି ମାତା ଲକ୍ଷ୍ମୀ ଙ୍କ ଫୋଟୋ ପାଖରେ ଏକ ଶୁଦ୍ଧ ଘିଅ ର ଦୀପ ଜାଳନ୍ତୁ । ଦୀପ ଜଳେଇବା ପୂର୍ବରୁ ଆପଣ ନିଜର ଡାହାଣ ହାତ ରେ ଏକ ଲବଙ୍ଗ ଏବଂ ଏକ ଗୁଜୁରାତି । ଲବଙ୍ଗ ଏବଂ ଗୁଜୁରାତି ତନ୍ତ୍ର ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ରେ ବହୁତ ଗଭୀର ପ୍ରଭାବ ପଡ଼ିଥାଏ । ଏହା ବହୁତ ଶୀଘ୍ର ପ୍ରଭାବ ମଧ୍ୟ ପକାଏ ।ଆପଣ ଗୋଟିଏ ଲବଙ୍ଗ ଏବଂ ଗୋଟିଏ ଗୁଜୁରାତି ଯାହା କୌଣସି ସ୍ଥାନରେ ବି ଭାଙ୍ଗି ନ ଥିବ କିମ୍ବା ଖଣ୍ଡିଆ ହୋଇ ନ ଥିବ । ଏହାକୁ ଡାହାଣ ହାତରେ ରଖନ୍ତୁ ଏବଂ ଏକ ମନ୍ତ୍ର ର ଜପ କରନ୍ତୁ ।
ମନ୍ତ୍ର ଟି ହେଉଛି-: ଓଁ ଲକ୍ଷମେୟ ନମଃ ।
ଏହି ମନ୍ତ୍ର କୁ ଶହେ ଆଠ ଥର ଜପ କରିବେ ।
ଏହାର ଧ୍ୟାନ ଦେବେ କି ଯେପରି ଆପଣ ଙ୍କୁ କିଏ ବି ହଇରାଣ ନ କରୁ କିମ୍ବା ଆପଣ ଯେଉଁ ସ୍ଥାନରେ ଜପ କରିବେ ସେହି ସ୍ଥାନରେ ଯେପରି କିଏ ବି ନ ରୁହନ୍ତୁ । ଆଉ ଏକ କଥାର ଧ୍ୟାନ ଦେବେ ଯେପରି ଆପଣ ଏହି ମନ୍ତ୍ର ର ଜପ ସମ୍ପୂର୍ଣ୍ଣ ସଠିକ ଭାବରେ କରୁଥିବେ । କୌଣସି ଭୁଲ ଯେପରି ହେବ ନାହିଁ । ଏହି ମନ୍ତ୍ର କୁ ଶହେ ଆଠ ଥର ଜପ କରିବା ପରେ ଆପଣ ଯେଉଁ ଲବଙ୍ଗ ଏବଂ ଗୁଜୁରାତି କୁ ଧରିଥିବେ ତାକୁ ଏକ ଛୋଟ ହଳଦିଆ କପଡ଼ାରେ ରଖି ତାକୁ ସିଲେଇ କରି ଦିଅନ୍ତୁ ଏବଂ ସେହି ହଳଦିଆ କପଡା କୁ ଯେଉଁ ସ୍ଥାନରେ ଆପଣ ପଇସା ରଖନ୍ତି ସେହି ସ୍ଥାନରେ ରଖି ଦିଅନ୍ତୁ ।
ପର୍ସ ରେ କେବେ ରଖନ୍ତୁ ନାହିଁ କାରଣ ଚମଡା ଦ୍ୱାରା ଏହା ନକରାତ୍ମକ ପ୍ରଭାବ ପଡ଼ିଥାଏ । ଘରର ଆଲମାରୀ ଏବଂ ଯେଉଁ ସ୍ଥାନରେ ପଇସା ରଖାଯାଏ ସେଠାରେ ରଖନ୍ତୁ । ଏହି ପ୍ରକ୍ରିୟା ଦ୍ୱାରା ଆପଣଙ୍କ ଘରେ ଧୀରେ ଧୀରେ ଧନ ର ବୃଦ୍ଧି ହେବ । ଆପଣଙ୍କ ଘରେ ଧନ ର ବୃଦ୍ଧି ହେବା ସହ ଧନ ର ସଞ୍ଚୟ ମଧ୍ୟ ହେବ । ଏହି ଉପାୟ ନିଶ୍ଚିତ କାମ ଦେବ । କିନ୍ତୁ ଏହି ଉପାୟ ସହ ପରିଶ୍ରମ ଏବଂ ବିଶ୍ୱାସ ମଧ୍ୟ ରଖିବାକୁ ପଡିବ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ